ମା’ ଗୃହ ୱାଡେନ ମୃତ୍ୟୁ ଘଟଣା, ଆଜି ରାୟଗଡ଼ା ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 4, 2024

ମା’ ଗୃହ ୱାଡେନ ମୃତ୍ୟୁ ଘଟଣା, ଆଜି ରାୟଗଡ଼ା ବନ୍ଦ

ମା’ ଗୃହ ୱାଡେନ୍ ଲକ୍ଷ୍ମୀ ମାଝୀଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଆଜି ୧୨ ଘଣ୍ଟିଆ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ଆଦିବାସୀ ମହାସଂଘ । ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ, ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ ।

ବନ୍ଦ ଯୋଗୁ ଜିଲ୍ଲାର ୧୧ଟି ଯାକ ବ୍ଲକରେ ଚକଅଖ ବନ୍ଦ ରହିଛି । ସରକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବନ୍ଦ ପାଳନକୁ ସହଯୋଗ କରିବାକୁ ଆହ୍ବାନ ଦେଇଛି ସଂଘ ।

ଲକ୍ଷ୍ମୀ ମାଝୀଙ୍କର ମୃତ୍ୟୁକୁ ୧୬ ଦିନ ବିତିଯାଇଥିଲେ ସୁଦ୍ଧା, ପୋଲିସର ହାତ ଏବେବି ଖାଲି ଥିବା ଅଭିଯୋଗ କରିଛି ସଂଘ । ଏଥିସହ ଘଟଣାରେ କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ଥିବାରୁ ସରକାର ଏହାକୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି କହିଛି। ତେଣୁ ମାମଲାର ସିବିଆଇ ତଦନ୍ତ ଦାବି କରିଛି ଜିଲ୍ଳା ଆଦିବାସୀ ମହାସଂଘ । ତେବେ ମହାସଂଘର ଅଭିଯୋଗକୁ ନେଇ ପୋଲିସ କିମ୍ବା ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିବା ଲକ୍ଷ୍ମୀଙ୍କ ଦରପୋଡ଼ା ମୃତଦେହ ମିଳିଥିଲା ।ସେହିଦିନ ରାତି ପ୍ରାୟ ୧୧ଟାରେ ମା’ ଗୃହ ନିକଟରୁ ଉଦ୍ଧାର ହୋଇଥିଲା ମରଶରୀର। ଏ ସଂପର୍କରେ ଗତ ୨୨ ତାରିଖରେ ଲକ୍ଷ୍ମୀଙ୍କ ବାପା ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ହତ୍ୟା ଅଭିଯୋଗ ଆଣିଥିଲେ। ତେବେ ଏନେଇ ଆଜି ପର୍ଯ୍ୟନ୍ତ ଏହି ମୃତ୍ୟୁ ରହସ୍ୟ ଉପରୁ ପରଦା ହଟି ପାରିନି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/wcDFQKa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages