ଇୟୁରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ, ଚିଠି ଲେଖିଲେ ବାଚସ୍ପତି ଓମ୍ ବିର୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 27, 2020

ଇୟୁରେ ସିଏଏ ବିରୋଧୀ ପ୍ରସ୍ତାବ ଗୃହୀତ, ଚିଠି ଲେଖିଲେ ବାଚସ୍ପତି ଓମ୍ ବିର୍ଲା

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ୟୁରୋପୀୟ ସଂସଦରେ ଏକ ସଂକଳ୍ପ ଗୃହୀତ ହୋଇଛି। ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକସଭାର ବାଚସ୍ପତି ଓମ୍ ବିର୍ଲା। ପୁଣିଥରେ ସଂକଳ୍ପ ବାବଦରେ ପୁନର୍ବିଚାର କରାଯିବା ଦରକାର ବୋଲି ୟୁରୋପୀୟ ସଂସଦର ବାଚସ୍ପତି ଡେଭିଡ ମାରିଆ ସସୋଲିଙ୍କୁ ବାଚସ୍ପତି ଓମ୍ ବିର୍ଲା ଚିଠି ଲେଖି ଜଣାଇଛନ୍ତି।

ସିଏଏ କାହାର ନାଗରିକତା ନେବ ନାହିଁ। ବରଂ ପଡ଼ୋଶୀ ତିନି ଦେଶରୁ ଧାର୍ମୀକ ଉତ୍ପୀଡ଼ନାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ଭାରତ ନାଗରିକ ଦେଉଛି। ଭାରତରେ ଥିବା ସଂସଦର ଦୁଇ ସଦନରେ ଏହି ସିଏଏକୁ ଅନୁମୋଦନ ଦେଇଛି। ଭାରତର ସଂସଦ ଯେଉଁ ଆଇନ ତିଆରି କରିଛି ତାହାକୁ ୟୁରୋପୀୟ ସଂସଦ ମଧ୍ୟ ସମ୍ମାନ କରିବା ଦରକାର ବୋଲି ବିର୍ଲା ଚିଠି ଲେଖି କହିଛନ୍ତି। ଇଣ୍ଟର ପାର୍ଲାମେଣ୍ଟାରୀ ୟୁନିଅନର ସଦସ୍ୟ ଥିବାରୁ ଉଭୟ ପରସ୍ପରର ସାର୍ବଭୌମକୁ ସମ୍ମାନ କରିବା ଦରକାର ବୋଲି ବିର୍ଲା ଲେଖିଛନ୍ତି।

ସୂଚନାଯୋଗ୍ୟ, ଗତ ସପ୍ତାହରେ ସିଏଏକୁ ବିରୋଧ କରି ଇୟୁ ସଂସଦରେ ଏକ ସଂକଳ୍ପ ଗୃହୀତ ହୋଇଛି। ଏହାକୁ ନେଇ ଆସନ୍ତାକାଲି ଇୟୁ ସଂସଦରେ ଆଲୋଚନା ହେବ। ଭାରତ ଏହାକୁ ନେଇ କଡ୍ଡା ମନ୍ତବ୍ୟ ରଖିଛି।



from Odisha Reporter https://ift.tt/2RPXkpG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages