ଅଯୋଧ୍ୟା ମନ୍ଦିରକୁ ପ୍ରବେଶ କଲେ ଭଗବାନ ରାମଲଲା। ଏକ ବଡ କ୍ରେନ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଅଯୋଧ୍ୟା ମନ୍ଦିରର ପରିସରକୁ ନିଆଯାଇଛି। ସ୍ୱତନ୍ତ୍ର ପୂଜା ଓ ରୀତିନୀତି ପରେ ରାମଲଲାଙ୍କୁ ଆଜି ଗର୍ଭଗୃହକୁ ନିଆଯିବ। ପ୍ରଥମେ ଏକ ଟ୍ରକ୍ ସହାୟତାରେ ରାମପଥ ଦେଇ ରାମଲାଲାଙ୍କ ବିଗ୍ରହକୁ ମନ୍ଦିର ପରିସରକୁ ନିଆଯାଇଥିଲା। ପୁଣି ମନ୍ଦିର ପରିସରରେ ଏକ କ୍ରେନ୍ ସହାୟତାରେ ଟ୍ରକରୁ ରାମଲାଲାଙ୍କ ବିଗ୍ରହକୁ ନିଆଯାଇ ମନ୍ଦିର ମଧ୍ୟରେ ସ୍ଥାପନ କରାଯାଇଛି।
ଅଯୋଧ୍ୟାରେ ୨୨ ଜାନୁଆରୀରେ ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ସମାରୋହ ପୂର୍ବରୁ ୬ ଦିନ ଯାଏ ଚାଲିବାକୁ ଥିବା ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ୧୬ ଜାନୁଆରୀରୁ ଆରମ୍ଭ ହୋଇସାରିଛି। ଆଜି କାର୍ଯ୍ୟକ୍ରମର ତୃତୀୟ ଦିନ। ଆଜି ଗଣେଶ ଅମ୍ବିକା ପୂଜା, ବରୁଣ ପୂଜା, ମାତୃକା ପୂଜା, ବ୍ରାହ୍ମଣ ବରଣ ଓ ବାସ୍ତୁ ପୂଜା ସହ ଔପଚାରିକ ଅନୁଷ୍ଠାନ ଆରମ୍ଭ ହେବ। ଆସନ୍ତାକାଲି ହୋମଯଜ୍ଞ ଓ ଅନ୍ୟ ଅନୁଷ୍ଠାନ ହେବ।
କୃଷ୍ଣଶିଳାରେ ନିର୍ମିତ ୫ ବର୍ଷୀୟ ଶ୍ରୀରାମଚନ୍ଦ୍ରଙ୍କ ୫୧ ଇଞ୍ଚ ଉଚ୍ଚ ଏବଂ ପ୍ରାୟ ୨ କୁଇଣ୍ଟାଲ ଓଜନର ଏହି ମୂର୍ତ୍ତିକୁ ଟ୍ରକରେ ଢାଙ୍କି ବୁଧବାର ମନ୍ଦିର ପରିସରକୁ ଅଣାଯାଇଥିଲା। କଡ଼ା ସୁରକ୍ଷା ବଳୟରେ ମୂର୍ତ୍ତି ନିର୍ମାଣ ସ୍ଥଳରୁ ମନ୍ଦିର ପରିସରକୁ ଅଣାଯାଇଥିଲା। ଏ ଦୃଶ୍ୟ ଦେଖି ଭାବବିହ୍ୱଳ ହେବା ସହିତ ଜୟ ଶ୍ରୀରାମ ନାରା ଦେଇଥିଲେ ଅଯୋଧ୍ୟାବାସୀ।
ସେପଟେ ଗତକାଲି ଦିନ ବେଳା ରାମଲଲାଙ୍କ ଏକ ସୁସଜ୍ଜିତ ରୌପ୍ୟ ବିଗ୍ରହକୁ ମନ୍ଦିର ପରିକ୍ରମା ଓ ପୂଜାର୍ଚ୍ଚନା କରାଯାଇଥିଲା। ରାମଲଲାଙ୍କ ପଥର ପ୍ରତିମା ଖୁବ୍ ଓଜନିଆ ହୋଇଥିବାରୁ, ଏହି ରୂପାରେ ତିଆରି ମୂର୍ତ୍ତିକୁ ଚଳନ୍ତି ବିଗ୍ରହ ଭାବେ ଅନୁଷ୍ଠାନରେ ପୂଜାର୍ଚ୍ଚନା କରାଯିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/htfoSmE
No comments:
Post a Comment