ଶ୍ରୀ ରାମଲଲାଙ୍କ ପାଇଁ କଟକ ଆଠଗଡ଼ ନୂଆପାଟଣାରୁ ଅଯୋଧ୍ୟା ଗଲା ଅହିଂସା ଖଣ୍ଡୁଆ ପାଟ। ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ଏହି ଅହିଂସା ଖଣ୍ଡୁଆ ପରିଧାନ କରିବେ ରାମଲଲା। ସେଥିପାଇଁ ହସ୍ତତନ୍ତ ପ୍ରସିଦ୍ଧ କଟକ ତିଗିରିଆର ଖଣ୍ଡୁଆ ଗାଁ ଭାବେ ପ୍ରସିଦ୍ଧ ନୂଆପାଟଣା ଗାଁରୁ ଅଯୋଧ୍ୟାକୁ ଯାଇଛି ଗାଁର ବୁଣାକାରଙ୍କ ହାତ ତିଆରି ଅହିଂସା ଖଣ୍ଡୁଆ ପାଟବସ୍ତ୍ର। ବୁଣାକାରମାନେ ଏହି ଖଣ୍ଡୁଆପାଟକୁ ଅହିଂସା ସୂତାରେ ପ୍ରସ୍ତୁତ କରିଛନ୍ତି।
୧ ନମ୍ବର ବୁଣାକାର ତନ୍ତୁବାୟ ସମିତିର କାରିଗରମାନେ ରାମଲାଲାଙ୍କ ପାଇଁ ୫ ହାତ ଲମ୍ବର ଅଙ୍ଗବସ୍ତ୍ର ଓ ୩ହାତ ଲମ୍ବର ଉତ୍ତରୀୟ ବୁଣିଛନ୍ତି। ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ସହ ନୂଆପାଟଣାର ୧ ନମ୍ବର ବୁଣାକାର ସମିତିର ଯୋଗାଯୋଗ ପରେ ଏହି ବସ୍ତ୍ର ନିର୍ମାଣ ଆରମ୍ଭ ହୋଇଥିଲା।
୧୫ ଦିନ ଧରି ଶୁଦ୍ଧପୂତ ଭାବେ କାରିଗରମାନେ ଏହି ବସ୍ତ୍ର ବୁଣିଛନ୍ତି। ଅହିଂସା ଖଣ୍ଡୁଆ ବସ୍ତ୍ରକୁ ନୂଆପାଟଣାସ୍ଥିତ ରାମ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ପରେ ଗାଁ ପରିକ୍ରମା କରାଯାଇ ଅଯୋଧ୍ୟା ଅଭିମୁଖେ ନିଆଯାଇଛି। ଏହି ଖଣ୍ଡୁଆ ପାଟବସ୍ତ୍ର ଆଜି ଅଯୋଧ୍ୟାରେ ପହଞ୍ଚିବା ପରେ ରାମ ମନ୍ଦିର ଟ୍ରଷ୍ଟକୁ ହସ୍ତାନ୍ତର କରାଯିବ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/ti1PnxA
No comments:
Post a Comment