ଅଦାଲତରେ ମହାଭାରତ; ଜଜ୍‌ଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 23, 2024

ଅଦାଲତରେ ମହାଭାରତ; ଜଜ୍‌ଙ୍କ ଉପରକୁ ଜୋତା ଫିଙ୍ଗିଲେ ଓକିଲ

ଅଦାଲତରେ ହେଲା ମହାଭାରତ । ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ବେଳେ ଟାର୍ଗେଟକୁ ଚାଲି ଆସିଲେ ଜଜ୍‌ । ନିଜ ଉପରୁ ନିୟନ୍ତ୍ରଣ ହରାଇ ଜଣେ ଓକିଲ ବିଚାରପତିଙ୍କ ଉପରକୁ ଜୋତା ଫୋପାଡ଼ିବାକୁ ପଛାଇଲେ ନାହିଁ। ଏପରି ଏକ ଚକିତ କରିବା ପରି ଘଟଣା ମଧ୍ୟପ୍ରଦେଶର ଆଗର ଜିଲ୍ଲାର ଏକ ଅଦାଲତରେ ଘଟିଛି।

ଆଗର ମାଲବା ଜିଲ୍ଲା ନ୍ୟାୟଳୟରେ ସୋମବାର ଅତିରିକ୍ତ ବିଚାରପତି ପ୍ରଦୀପ ଦୁବେଙ୍କ ଅଦାଲତରେ ଶୁଣାଣି ଚାଲିଥିଲା। ଏକ ମାମଲାର ଶୁଣାଣି ଚାଲିଥିବା ବେଳେ ଉଭୟ ପକ୍ଷ ଓକିଲଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଲାଗିଥିଲା। ଏଥିରେ ନିଜ ହିତାହିତ ଜ୍ଞାନ ହରାଇ ବସି ଓକିଲ ନିତିନ ଅଟଳ ବିଚାରପତିଙ୍କ ଉପରକୁ ଜୋତା ଫୋପାଡ଼ିଥିଲେ। ମାତ୍ର ଠିକ୍‌ ସମୟରେ ବିଚାରପତି ନଇଁ ପଡ଼ିବାରୁ ଜୋତା ତାଙ୍କ ଉପରେ ବାଜି ନ ଥିଲା।

ଏନେଇ ବିଚାରପତିଜଣକ ସଙ୍ଗେସଙ୍ଗେ ପୁଲିସ୍‌କୁ ଅବଗତ କରିଥିଲେ। ଆଗର ଜିଲ୍ଲାପାଳ, ଏସପିଙ୍କ ସମେତ ପୁଲିସ୍‌ ଅଧିକାରୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ଓକିଲ ଫେରାର ହୋଇ ଯାଇଥିବା ଜଣାଯାଇଛି।

ସମ୍ପୃକ୍ତ ଓକିଲଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଥିବା ବେଳେ ତାଙ୍କ ପତ୍ତା ମିଳି ପାରି ନ ଥିବା ଜଣାଯାଇଛି। ଏହି ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/KQy2s98

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages