ଆଜି ପବିତ୍ର ପୌଷ ପୂର୍ଣ୍ଣିମା; ପ୍ରଭୁ ଅଲାରନାଥଙ୍କର ହେବ ପୁଷ୍ୟାଭିଷେକ ନୀତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 24, 2024

ଆଜି ପବିତ୍ର ପୌଷ ପୂର୍ଣ୍ଣିମା; ପ୍ରଭୁ ଅଲାରନାଥଙ୍କର ହେବ ପୁଷ୍ୟାଭିଷେକ ନୀତି

ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ପୁରୀ ଜିଲ୍ଲା ବ୍ରହ୍ମଗିରିର ଅଧିଷ୍ଠାତା ପ୍ରଭୁ ଅଲାରନାଥଙ୍କର ହେବ ପୁଷ୍ୟାଭିଷେକ ନୀତି। ୧୦୮ ଗରା ଜଳରେ ସର୍ବାଙ୍ଗ ସ୍ନାନ କରିବେ ଏବଂ ରାଜାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ପ୍ରଭୁ ଅଲାରନାଥ। ଏଥିପାଇଁ ପହଞ୍ଚିଛି ପଞ୍ଚତୀର୍ଥ ଜଳ।

ମହୋଦଧି, ତ୍ରିବେଣୀ ଘାଟ, ଅର୍ଜୁନ ସର ଆଦି ବିଭିନ୍ନ ତୀର୍ଥସ୍ଥଳରୁ ଜଳ ସଂଗ୍ରହ କରାଯାଇ ଏକ ଶୋଭାଯାତ୍ରାରେ ଅଣାଯାଇ ଗର୍ଭଗୃହରେ ରଖାଯାଇଛି। ଆଜିର ନୀତିକାନ୍ତି ନିମନ୍ତେ ସେବାୟତ ନିଯୋଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ମଧ୍ୟାହ୍ନ ଧୂପ ପରେ ଦେବ ଆବାହନ ହୋମ କରାଯାଇ, ମନ୍ତ୍ରସିଦ୍ଧ ଜଳରେ ଚନ୍ଦନ, ଅଗୁର, ଅତର, ଜାଇଫଳ, କର୍ପୁର ଓ କେଶର ଆଦି ମିଶ୍ରଣ କରାଯାଇ ମହାପ୍ରଭୁ ଅଲାରନାଥଙ୍କୁ ସର୍ବାଙ୍ଗ ସ୍ନାନ କରାଯିବ। ବର୍ଷରେ ଗୋଟିଏ ଥର ମହାପ୍ରଭୁ ଜଳ ସ୍ନାନ କରିଥାନ୍ତି ଏବଂ ତାଙ୍କୁ ରାଜାବେଶରେ ଦର୍ଶନ କରିବା ପାଇଁ ପ୍ରବଳ ଭକ୍ତ ସମାଗମ ହୋଇଥାଏ ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/Irx9HlR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages