ବୁର୍ଲାରେ ବାଦଲ ଫଟା ବର୍ଷା: ୨୪ ଘଣ୍ଟାରେ ୬୨୨ ମିମି ବର୍ଷିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ବୁର୍ଲାରେ ବାଦଲ ଫଟା ବର୍ଷା: ୨୪ ଘଣ୍ଟାରେ ୬୨୨ ମିମି ବର୍ଷିଲା

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ବୁର୍ଲାଠାର ଥିବା ହୀରାକୁଦ୍‌ ଡ୍ୟାମ୍‌ ଅଞ୍ଚଳରେ ସର୍ବାଧିକ ୬୨୨ ମିମି ବର୍ଷା ରେକର୍ଡ କରାଯାଇଛି। ପୂର୍ବରୁ ୧୯୮୨ ମସିହା ଅଗଷ୍ଟ ୧୯ରେ ସମ୍ବଲପୁରରେ ସର୍ବାଧିକ ୫୮୧.୯ ମିମି ବର୍ଷା ରେକର୍ଡ କରାଯାଇଥିଲା।  ଏଭଳି ଅଭୂତପୂର୍ବ ବର୍ଷା ଯୋଗୁ ଏ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

ଅନ୍ୟପକ୍ଷରେ ଉତ୍ତର ଓଡ଼ିଶା ଉପରେ କେନ୍ଦ୍ରୀଭୂତ ଅବପାତ ଏବେ ଦକ୍ଷିଣପୂର୍ବ ଝାଡ଼ଖଣ୍ଡ ଆଡ଼କୁ ଘୁଞ୍ଚି ଯାଇଛି। ତଥାପି ଏହାର ପ୍ରଭାବ ଓଡ଼ିଶା ଉପରେ ରହିବ। ଏଠାରୁ ଏହି ଅବପାତ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗରେ ଗତିକରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି ସମୟ ପାଇଁ ଘନୀଭୂତ ହେବା ପରେ ଦୁର୍ବଳ ହୋଇଯିବ। ଏହାର ପ୍ରଭାବରେ ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସ୍ୱତନ୍ତ୍ର ବୁଲେଟିନ୍‌ ଦ୍ୱାରା ପୂର୍ବନୁମାନ କରାଯାଇଛି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶା ଓ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ସୋନପୁର, ବଲାଙ୍ଗିର, ନୂଆପଡ଼ା ଏବଂ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୩ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ଓ ନୂଆପଡ଼ାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି। ଆସନ୍ତା ୧୨ ଘଣ୍ଟା ଯାଏ ଉତ୍ତର ଓଡ଼ିଶାରେ ପବର ବେଗ ଘଣ୍ଟାପ୍ରତି ୫୦ କିମି ରହିପାରେ।  ସେହିପରି ଆସନ୍ତା ୨୪ ଘଣ୍ଟା ଯାଏ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଏହା ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ରାଜ୍ୟପାଳଙ୍କ ନିବେଦନ

ଭୀଷଣ ବର୍ଷା ଯୋଗୁ ରାଜ୍ୟରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶ ଲାଲ ସ୍ୱାସ୍ଥ୍ୟସେବା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି, ଏନ୍‌ଜିଓ, ସାମାଜିକ କର୍ମୀ, ସ୍କାଉଟ୍‌ ଗାଇଡ୍, ଭାରତୀୟ ରେଡକ୍ରସ୍, ସେଣ୍ଟ ଜନ୍‌ ଆମ୍ବୁଲାନ୍ସର କର୍ମକର୍ତ୍ତାମାନେ  ଉତ୍ସର୍ଗୀକୃତ ମନୋଭାବ ସହ ଆଗେଇ ଆସି ପ୍ରଭାବିତ ଅଞ୍ଚଳରେ ଲୋକଙ୍କର ସେବା କରିବାକୁ ନିବେଦନ କରିଛନ୍ତି।



from OdishaReporter https://ift.tt/2A2woxi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages