୧୧ ଜଣ ଟ୍ୟାକ୍ସି ଚାଳକଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

୧୧ ଜଣ ଟ୍ୟାକ୍ସି ଚାଳକଙ୍କୁ ମାରିଦେଲେ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ କିଛି ବନ୍ଧୁକଧାରୀ ଘଟାଇଛନ୍ତି ଅଭାବନୀୟ କାଣ୍ଡ। ଜଣେ ସହଯୋଗୀଙ୍କ ଅନ୍ତିମ ସଂସ୍କାର କରି ଟ୍ୟାକ୍ସି ଡ୍ରାଇଭରମାନେ ଘରକୁ ଫେରୁଥିବା ବେଳେ କିଛି ଅଜଣା ଆତତାୟୀ ସେମାନଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି। ଏଥିରେ ୧୧ ଜଣ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଛନ୍ତି। ମୃତକମାନେ ସମସ୍ତେ ଗାଉଟେଙ୍ଗ ଟ୍ୟାକ୍ସି ସଂଘର ସଦସ୍ୟ। ଏହି ୧୫ ଜଣ ଟ୍ୟାକ୍ସି ଡ୍ରାଇଭର ଏକ ମିନିବସ୍‌ରେ ଆର୍‌ ୭୪ ରାସ୍ତା ଅତିକ୍ରମ କରୁଥିବା ବେଳେ ଦୁର୍ବୃତ୍ତମାନେ ଏମାନଙ୍କ ଉପରେ ହମ୍‌ଲା କରିଥିଲେ। ଘଟଣା ସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୪ ଜଣଙ୍କୁ ସୁରକ୍ଷାକର୍ମୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହା ଆତଙ୍କବାଦୀ ଆକ୍ରମଣ ନା ଆଉ କୌଣସି କାରଣରୁ ଏଭଳି ଘଟିଛି, ତାହା ଜଣାପଡ଼ି ନାହିଁ। ପୂର୍ବରୁ ବିଭିନ୍ନ ଟ୍ୟାକ୍ସି ସଂଘ ମଧ୍ୟରେ ଏଭଳି ହିଂସାକାଣ୍ଡ ଘଟିବାର ନଜର ରହିଛି। ତେଣୁ ପୂର୍ବ ଶତ୍ରୁତାରୁ ଏଭଳି ଘଟା ଘଟିଥାଇ ପାରେ। ତେବେ ବର୍ତ୍ତମାନ ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

 



from OdishaReporter https://ift.tt/2uDhg4u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages