୬ ଦିନ ବନ୍ଦ ରହିବ ତିରୁପତି ମନ୍ଦିର, ଦର୍ଶନରେ ଲାଗିବ ବାରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

୬ ଦିନ ବନ୍ଦ ରହିବ ତିରୁପତି ମନ୍ଦିର, ଦର୍ଶନରେ ଲାଗିବ ବାରଣ

ହାଇଦ୍ରାବାଦ: ଭକ୍ତଙ୍କ ପାଇଁ ନିରାଶ ଜନକ ଖବର। ଆସନ୍ତା ଅଗଷ୍ଟ ୧୧ ତାରିଖରୁ ଅଗଷ୍ଟ ୧୬ ପର୍ଯ୍ୟନ୍ତ ଭାରତର ପ୍ରସିଦ୍ଧ ଭେଙ୍କେଟେଶ୍ୱର ମନ୍ଦିର ୬ ଦିନ ପାଇଁ ବନ୍ଦ ରହିବ। ଏହି ଅବସରରେ ସର୍ବସାଧାରଣଙ୍କ ମନ୍ଦିର ଦର୍ଶନ ବନ୍ଦ ରହିବ। ଏହି ସମୟରେ ବୈଦିକ ପରମ୍ପରା ଅନୁଯାୟୀ, ବିଷ୍ଣଙ୍କୁ  ଅଷ୍ଟବର୍ଦ୍ଧନ ବଲବଲଲୟ ସମ୍ପର୍କିତ ନିଆରା ନୀତିକାନ୍ତି  ଥିବାରୁ ମନ୍ଦିର ବନ୍ଦ ରହିବ। ତିରୁମାଲା ତିରୁପତି  ଦେଭସ୍ଥାନମ(ଟିଟିଡି) ବୋର୍ଡ଼ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହି ନିତୀକାନ୍ତ ପୂର୍ବରୁ ମନ୍ଦିରକୁ ସମ୍ପୂର୍ଣ୍ଣ ପରିଷ୍କାର ପରିଚ୍ଛନ୍ନ କରାଯିବ।

ତେବେ ପ୍ରଥମ ଥର ପାଇଁ ଭକ୍ତଙ୍କ ଲାଗି ଠାକୁରଙ୍କ ଦର୍ଶନକୁ  ବାରଣ କରାଯାଇଛି। ଏନେଇ ମନ୍ଦିର ବୋର୍ଡ଼ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଟିତ ହୋଇଯାଇଛି। ଏଥିରେ ଟିଟିଡି ବୋର୍ଡ଼ର ଅଧ୍ୟକ୍ଷ ପୁଟ୍ଟ ସୁଧାକର ଯାଦବ ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି ଯେ, ତିରୁମାଲା ମନ୍ଦିରରେ ପ୍ରତି ୧୨ ବର୍ଷରେ ଥରେ ଏହି ଧାର୍ମିକ ନୀତି ପାଳନ କରାଯାଇଥାଏ। କାର୍ଯ୍ୟସୂଚୀ ଅନୁଯାୟୀ ଅଗଷ୍ଟ ୧୧ରେ  ଅଙ୍କୁରପଣମ ହେବ। ଏହାପରେ ବିଧି ଅନୁଯାୟୀ ଅନ୍ୟାନ୍ୟ ଧର୍ମୀୟ ନୀତିକାନ୍ତି ପାଳିତ ହେବ। ଆଉ ଅଗଷ୍ଟ ୧୬ରେ ସମସ୍ତ କାର୍ଯ୍ୟ ସମାପନ ହେବ।

ସେହିପରି ମନ୍ଦିର ପରିସରରେ ଥିବା ଅଗଷ୍ଟ ୯ରୁ ସନ୍ଧ୍ୟା ୬ଟାରୁ ବୈକୁଣ୍ଠମ ମନ୍ଦିର ମଧ୍ୟ ସର୍ବସାଧାରଣ ପାଇଁ ବନ୍ଦ ରହିବ।  ଅଗଷ୍ଟ ୧୭ରେ ଏହି ମନ୍ଦିର ଖୋଲିବ।  ତେବେ ତା’ପୂର୍ବରୁ ଅନେକ କାର୍ଯ୍ୟକ୍ରମ ଥିବାରୁ ମନ୍ଦିରରେ ଯେମିତି ଭିଡ଼ ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ଏହି ମନ୍ଦିରରେ ଅଧିକ ଗହଳି ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯିବ।ମନ୍ଦିର କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଗତ ଅଗଷ୍ଟ ମାସରେ  ୫.୫ ଲକ୍ଷ ଭକ୍ତ ଦର୍ଶନ ପାଇଁ ଆସିଥିଲେ। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଆବଶ୍ୟକ ପଦକ୍ଷେପ ନିଆଯିବ।



from OdishaReporter https://ift.tt/2LajLoh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages