
ନୂଆଦିଲ୍ଲୀ: ଗତ ଶନିବାର ଲର୍ଡସ୍ ପଡ଼ିଆରେ ଖେଳାଯାଇଥିବା ଭାରତ ଓ ଇଂଲଣ୍ଡ ଦିନିକିଆ ମ୍ୟାଚ୍ରେ ଘଟିଯାଇଛି ଏକ ରୋମାଞ୍ଚକର ଘଟଣା। ଏହା ଘଟିବା ବେଳେ ସେଠାରେ ସମସ୍ତଙ୍କ ନଜର ମ୍ୟାଚ୍ ଉପରୁ ହଟି ଏହି ଘଟଣା ଉପରେ ପଡ଼ିଥିଲା। ପଡ଼ିଆରେ ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥିଲା ଯେତେବେଳେ ଜଣେ ବ୍ୟକ୍ତି ଆଣ୍ଠେଇ ନିଜର ବାନ୍ଧବୀଙ୍କୁ ପ୍ରପୋଜ୍ କରିଥିଲେ।
ଷ୍ଟାଡିୟମ୍ରେ ଲାଗିଥିବା ଟିଭି ସ୍କ୍ରିନ୍ରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା। କିଛି ସମୟ ପାଇଁ ସମସ୍ତଙ୍କ ନଜର ମ୍ୟାଚ୍ ଉପରୁ ହଟି ଏହି ଦୁଇଜଣଙ୍କ ରୋମାଣ୍ଟିକ ମୂହୁର୍ତ୍ତ ଉପରେ ପଡ଼ିଥିଲା। ସମସ୍ତେ ଅପେକ୍ଷା କରି ରହିଥିଲେ ଯେ ଯୁବତୀ ଜଣକ କ’ଣ ଉତ୍ତର ଦେବେ।
ଯେବେ ପର୍ଯ୍ୟନ୍ତ ସେ ଜବାବ ଦେଇ ନଥିଲେ ସେତେବେଳ ଯାଏଁ ଟିଭି ସ୍କ୍ରିନ୍ରେ ‘ଡିସିସନ୍ ପେଣ୍ଡିଂ’ ଲେଖା ହୋଇଥିଲା। ଯୁବତୀ ଜଣକ ବ୍ୟକ୍ତିଙ୍କର ପ୍ରସ୍ତାବକୁ ଗ୍ରହଣ କରି ହଁ କହିବା ମାତ୍ରେ ଯୁବକ ଜଣକ ତାଙ୍କୁ ମୁଦି ପିନ୍ଧାଇ ଥିଲେ ଓ ଖୁସିରେ କୁଣ୍ଢାଇ ପକାଇଥିଲେ।
ପ୍ରେମ ମିଳନର ଏହି ସୁନ୍ଦର ଦୃଶ୍ୟକୁ ଦେଖି ସମସ୍ତେ ଖୁସିରେ ତାଳି ମାରିଥିଲେ। ଭାରତୀୟ ଟିମ୍ର ସ୍ପିନର ଯୁଜବେନ୍ଦ୍ର ଚହଲ ମଧ୍ୟ ଏହି ସମୟରେ ତାଳି ମାରିବା ଦେଖିବାକୁ ମିଳିଥିଲା। ସୋଶାଲ୍ ମିଡିଆରେ ଏହି ବିବାହ ପ୍ରସ୍ତାବର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଆପଣମାନେ ମଧ୍ୟ ଏହି ରୋମାଣ୍ଟିକ୍ ଭିଡିଓଟିକୁ ଦେଖିପାରିବେ।
from OdishaReporter https://ift.tt/2LhwK49
No comments:
Post a Comment