ବିନା ଔଷଧରେ ମାତ୍ର ୨ ସପ୍ତାହରେ କେମିତି କମାଇବେ ବ୍ଲଡ୍‌ପ୍ରେସର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 15, 2018

ବିନା ଔଷଧରେ ମାତ୍ର ୨ ସପ୍ତାହରେ କେମିତି କମାଇବେ ବ୍ଲଡ୍‌ପ୍ରେସର୍‌

ଉଚ୍ଚ ରକ୍ତଚାପ ଏକ ଘାତକ ସମସ୍ୟା। କାରଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଅନୁଯାୟୀ ଉଚ୍ଚ ରକ୍ତଚାପ ଯୋଗୁ ପ୍ରତି ବର୍ଷ ୭୦ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଥାଏ। ଆଜିକାଲିର ଅନିୟମିତ ଓ ଅସନ୍ତୁଳିତ ଜୀବନଶୈଳୀ ଏବଂ କମ୍‌ ଶାରୀରିକ ପରିଶ୍ରମ ଯୋଗୁ ହାଇ ବ୍ଲଡପ୍ରେସର ସୃଷ୍ଟି ହୋଇଥାଏ। ଶିରାପ୍ରଶିରାରେ ରକ୍ତ ପ୍ରବାହ ହେବା ସମୟରେ ଶିରା ପ୍ରଶିରାରେ ଧାରଗୁଡ଼ିକରେ ଚାପ ପଡ଼ିଥାଏ। ଯାହାକୁ ରକ୍ତ ଚାପ ବା ବ୍ଲଡପ୍ରେସର କୁହାଯାଏ। ଯଦି ଆପଣଙ୍କ ବ୍ଲଡ୍‌ ପ୍ରେସର୍ ଅଧିକ ହୋଇଯାଇଛି ତେବେ ଆପଣଙ୍କ ହୃତପିଣ୍ଡକୁ ରକ୍ତ ପ୍ରବାହରେ ସନ୍ତୁଳନ ରକ୍ଷା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଏହି ପ୍ରେସର ଯଦି ଅତ୍ୟଧିକ ବଢ଼ିଯାଏ ତେବେ ହୃଦ୍‌ଘାତ ମଧ୍ୟ ହୋଇପାରେ। ହେଲେ ଆପଣ ଯଦି ଟିକେ ସାବଧାନତା ଆପଣାନ୍ତି ଓ ନିଜ ଜୀବନଶୈଳୀରେ କେତେକ ପରିବର୍ତ୍ତନ ଆଣନ୍ତି, ତେବେ ମାତ୍ର ୨ ସପ୍ତାହ ମଧ୍ୟରେ ଆପଣ ରକ୍ତଚାପ ସମସ୍ୟାରୁ ମୁକ୍ତି ପାଇପାରିବେ।

କ’ଣ କହନ୍ତି ଏକ୍ସପର୍ଟ-  ଡାକ୍ତରଙ୍କ ଅନୁଯାୟୀ ରକ୍ତଚାପ ରୋଗୀ ଦୈନନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ ଆଣେ ଓ ନିୟମିତ ବ୍ୟାୟାମ କରେ ତେବେ, ମାତ୍ର ୧୪ ଦିନ ମଧ୍ୟରେ ବ୍ଲଡପ୍ରେସରକୁ  ୧୯ ରୁ ୨୦ ପଏଣ୍ଟ ଯାଏଁ କମ୍ କରିହେବ। ଫଳରେ ହୃଦ୍‌ଘାତର ଭୟ ୫୦ ପ୍ରତିଶତ କମ ହୋଇଯିବ।

କ’ଣ ଖାଇବା ଉଚିତ- ଉଚ୍ଚ ରକ୍ତଚାପ ରୋରୀଙ୍କ ପାଇଁ ନିରାମିଷ ଖାଦ୍ୟ ଭଲ। ଏମାନେ ଡାଲି ଜାତୀୟ ଖାଦ୍ୟ, ସବୁଜ ପନିପରିବା, ଫଳ, ଡ୍ରାଏ ଫ୍ରୁଟସ୍ ଖାଇବା ଉଚିତ। ଏହି ସବୁ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍‌, ପ୍ରୋଟିନ୍‌ ଓ ଫାଇବର୍ ଥାଏ। ଏହି ଖାଦ୍ୟ ପ୍ରତିଦିନ ଖାଇଲେ ୧୪ ଦିନ ଭିତରେ ରକ୍ତ ଚାପ ନିୟନ୍ତ୍ରଣରେ ରହିବ।

ବ୍ୟାୟାମ ମଧ୍ୟ ଜରୁରୀ- ଡାକ୍ତରଙ୍କ ଅନୁଯାୟୀ ଯଦି ଆପଣ ଦୈନିକ ବ୍ୟାୟାମ କରିବେ ତେବେ, ଆପଣ ବହୁତ ଶୀଘ୍ର ରକ୍ତଚାପ କମାଇପାରିବେ। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ସକାଳୁ ଉଠି ୩୦ ମିନିଟ ଦ୍ରୁତ ଗତିରେ ଚାଲିବାକୁ ହେବ। ଧ୍ୟାନ ଦେବେ, ଚାଲିବା ସମୟରେ ଆପଣ ଯେପରି ନିଃଶ୍ୱାସ ପ୍ରଶ୍ୱାସ ପାଟିରେ ନ ନେଇ ନାକରେ ନେବେ। ଏହି ସବୁ ପରିବର୍ତ୍ତନ କଲେ ଆପଣ ମାତ୍ର ୨ ସପ୍ତାହ ମଧ୍ୟରେ ନିଜ ଓଜନ କମ୍‌ କରିପାରିବେ।

ରକ୍ତ ଚାପ କେତେ ରହିବା ଉଚିତ- ଯଦି ରକ୍ତଚାପ ୧୪୦/୯୦ରୁ ଅଧିକ ହୁଏ, ତେବେ ଏହାକୁ ଉଚ୍ଚ ରକ୍ତ ଚାପ ବା ହାଇପର୍‌ଟେନ୍‌ଶନ୍‌ କୁହାଯାଏ। ଉଚ୍ଚ ରକ୍ତଚାପ ହେବା ଦ୍ୱାରା ହୃଦରୋଗ, କିଡ୍‌ନି ରୋଗ, ଧମନୀ କଠିନ ହୋଇଯିବା, ଆଖି ଖରାପ ହେବା ଓ ମସ୍ତିଷ୍କ ଖରାପ ହେବାର ସମ୍ଭାବନା ବଢ଼ିଯାଏ। ରକ୍ତଚାପ ସବୁବେଳେ ୧୨୦/୮୦ ରହିବା ଉଚିତ।

 



from OdishaReporter https://ift.tt/2zI08PQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages