ଆମାଜନ୍‌-ଫ୍ଲିପ୍‌ କାର୍ଟ ଲଢ଼େଇରେ ଗ୍ରାହକଙ୍କୁ ଫାଇଦା ହିଁ ଫାଇଦା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 16, 2018

ଆମାଜନ୍‌-ଫ୍ଲିପ୍‌ କାର୍ଟ ଲଢ଼େଇରେ ଗ୍ରାହକଙ୍କୁ ଫାଇଦା ହିଁ ଫାଇଦା

ନୂଆଦିଲ୍ଲୀ: ଆଜି ଦୁଇ ଅନ୍‌ଲାଇନ୍‌ ଶପିଂ କମ୍ପାନୀ ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ମଧ୍ୟରେ ବ୍ୟବସାୟିକ ଟକ୍କର୍ ଚାଲିଛି। ଆମାଜନ୍‌ ‘ପ୍ରାଇମ୍‌ ଡେ ସେଲ୍‌’କୁ ଟକ୍କର ଦେବାକୁ ଫ୍ଲିପ୍‌କାର୍ଟ ‘ବିଗ୍‌ ଶପିଙ୍ଗ୍‌ ଡେଜ୍‌’ ଅଫର୍ ଦେଉଛି। ଆଜି ଅପରାହ୍ନ ୪ଟାରୁ ଫ୍ଲିଫ୍‌କାର୍ଟରେ ଏହି ଅଫର୍ ଆରମ୍ଭ ହୋଇଛି। ସେହିଭଳି ଆଜି ଦିନ ୧୨ଟାଠାରୁ ଆମାଜନ୍‌ରେ ମଧ୍ୟ ‘ପ୍ରାଇମ୍‌ ଡେ ସେଲ୍‌’ ଅଫର୍‌ ଆରମ୍ଭ ହୋଇଛି। ଏହି ଦୁଇ କମ୍ପାନୀ ମୋବାଇଲ୍‌, ଫର୍ଣ୍ଣିଚର ଓ ଫ୍ୟାଶନ୍‌ ଆଦି ସାମଗ୍ରୀରେ ୫୦ ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ ଦେଉଛନ୍ତି।

ଫ୍ଲିପ୍‌କାର୍ଟ: ଫ୍ଲିପ୍‌କାର୍ଟର ବିଗ୍‌ ଶପିଙ୍ଗ୍‌ ଡେଜ୍‌ ଅଫର୍‌ରେ ଅନେକ ସାମଗ୍ରୀ ଉପରେ ନୋ କଷ୍ଟ EMIର ଅପ୍‌ସନ୍‌ ରହିଛି। ଏଥିସହିତ ଏସ୍‌ବିଆଇ କ୍ରେଡିଟ୍‌ କାର୍ଡରେ ଜିନିଷ କିଣିଲେ ତୁରନ୍ତ ୧୦% ଡିସ୍‌କାଉଣ୍ଟ୍ ମଧ୍ୟ ମିଳୁଛି। ୧୬ ଜୁଲାଇରୁ ଆରମ୍ଭ ହୋଇଥିବା ଏହ ଅଫର୍‌ ୧୯ ଜୁଲାଇ ପର୍ଯ୍ୟନ୍ତ ଚାଲିବ। ବିଗ୍‌ ସପିଙ୍ଗ୍‌ ଡେଜ୍‌ ଅଫର୍‌ରେ କେତେକ ସାମଗ୍ରୀ ଉପରେ ୮୦% ଡିସ୍‌କାଉଣ୍ଟ୍‌ ମିଳୁଛି। ସ୍ମାର୍ଟଫୋନ୍‌ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍‌ ସାମଗ୍ରୀ, ଫର୍ଣ୍ଣିଚର ଓ ଫ୍ୟାଶନ୍‌ ସାମଗ୍ରୀରେ ୫୦% ରୁ ୮୦% ପର୍ଯ୍ୟନ୍ତ ଡିସ୍‌କାଉଣ୍ଟ୍ ମିଳୁଛି। ଏଥିସହିତ ଫ୍ଲିପ୍‌କାର୍ଟ ଆହୁରି କିଛି ଅଫର୍‌ ଦେଉଛି।

ଆମାଜନ୍‌: ଆମାଜନ୍‌ର ‘ପ୍ରାଇମ୍‌ ଡେ ସେଲ୍‌’ ଅଫର୍‌ ଆଜି ଦିନ ୧୨ଟା ଠାରୁ ଆରମ୍ଭ ହୋଇଛି। ଏଥିରେ ମଧ୍ୟ ଅନେକ ସାମଗ୍ରୀ ଉପରେ ୮୦% ଡିସ୍‌କାଉଣ୍ଟ୍‌ ମିଳୁଛି। ଏହି ମହାସେଲ୍‌ ଅଫର୍‌ ୧୭ ଜୁଲାଇ ରାତି ୧୧.୫୯ ସମୟରେ ଶେଷ ହେବ। ଅଫର୍‌ ଅନୁସାରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କର କ୍ରେଡିଟ୍‌ କାର୍ଡ ମାଧ୍ୟମରେ ପେମେଣ୍ଟ୍ କଲେ ତୁରନ୍ତ ୧୦% ଡିସ୍‌କାଉଣ୍ଟ ମିଳିବ। ସେହିଭଳି ‘ଆମାଜନ୍‌ ପେ’ରେ ପେମେଣ୍ଟ୍ କଲେ କମ୍ପାନୀ ଗ୍ରାହକଙ୍କୁ ୧୦% କ୍ୟାସ୍‌ବ୍ୟାକ୍‌ ଅଫର୍‌ ଦେଉଛି।

ଏହିଠି କହି ରଖୁଛୁ ଯେ, ଏହି ଅଫର୍‌ କେବଳ ଆମାଜନ୍‌ ପ୍ରାଇମ୍‌ ମେମ୍ବର୍‌ଙ୍କ ପାଇଁ ଉପଲବ୍ଧ ହେବ। ଏହି ଅଫର୍‌ର ଲାଭ ପାଇବାକୁ ହେଲେ ଗ୍ରାହକଙ୍କୁ ପ୍ରଥମେ ଆମାଜନ୍ ପ୍ରାଇମ୍‌ ମେମ୍ବର୍‌ ହେବାକୁ ପଡ଼ିବ।

 

 

 



from OdishaReporter https://ift.tt/2upv4zi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages