ବର୍ଷାଦିନେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ, ସୁସ୍ଥ ରୁହନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ବର୍ଷାଦିନେ ଏସବୁ ପ୍ରତି ଧ୍ୟାନ ଦିଅନ୍ତୁ, ସୁସ୍ଥ ରୁହନ୍ତୁ

ବର୍ଷାଦିନ ଆରମ୍ଭ ହୋଇଯାଇଛି। ଗୋଟିଏ ପଟେ ଖରାଦିନର ଗରମରୁ ମୁକ୍ତି ମିଳିଛି। କିନ୍ତୁ ଅନ୍ୟପଟେ ନାନା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଉଛି। ଏହି ସମୟରେ ପିଲାଠୁ ବୁଢ଼ାଯାଏ, ପ୍ରାୟ ସମସ୍ତେ ଇନ୍‌ଫ୍ଲୁଏଞ୍ଜାର ଶିକାର ହୋଇଥାନ୍ତି। ଏଥିପାଇଁ ବର୍ଷାଦିନେ ବର୍ଷାର ମଜା ନେବା ସହ ନିଜ ସ୍ୱାସ୍ଥ୍ୟର ମଧ୍ୟ ଯତ୍ନ ନେବା ଉଚିତ।

ଡାକ୍ତରଙ୍କ ଅନୁଯାୟୀ ଏହି ଫ୍ଲୁ’ର ସଂକ୍ରମଣ ଜୀବନଘାତକ ନ ହୋଇଥିଲେ ବି, ଏହାଦ୍ୱାରା ଛୋଟ ପିଲା ଓ ବୃଦ୍ଧଙ୍କଠାରେ ଅନେକ ସମସ୍ୟା ଦେଖାଯାଏ। ବିଶେଷ କରି ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ ସେମାନଙ୍କ ଉପରେ ଏହାର ଅଧିକ ପ୍ରଭାବ ପଡ଼ିଥାଏ।  ବର୍ଷାଦିନେ ହେଉଥିବା ଫ୍ଲୁ’ ଦୁଇ ସପ୍ତାହରେ ଭଲ ହୋଇଯାଏ। କିନ୍ତୁ ବେଳେ ବେଳେ ଏହା ସଂଗୀନ ରୂପ ମଧ୍ୟ ନେଇଥାଏ।

ବର୍ଷାଦିନିଆ ଫ୍ଲୁ’ର ଲକ୍ଷଣ- ଅତ୍ୟଧିକ ଜ୍ୱର, ଝାଳ ବାହାରିବା, କମ୍ପ ଆସିବା, ଲଗାତାର କାଶ ହେବା, ଦେହ ହାତ ବ୍ୟଥା ହେବା ଓ ଶରୀରର ବିଭିନ୍ନ ସ୍ଥାନରେ ଲାଲ ଦାଗ ପଡ଼ିଯିବା।

କେମିତି ପାଇବେ ରକ୍ଷା-

ସବୁବଳେ ଖାଇବା ପୂର୍ବରୁ ହାତଧୋଇ ଖାଇବା ଉଚିତ୍। କାରଣ ହାତରେ ଲାଗିଥିବା ଜୀବାଣୁ ଖାଦ୍ୟ ସହ ପେଟ ଭିତରକୁ ଯାଇ ରୋଗ ସଂକ୍ରମଣ ବଢ଼ାଇଥାଏ।

ନିୟମିତ ରୂପରେ ବ୍ୟାୟାମ କରନ୍ତୁ। ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ମଧ୍ୟ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ।

ନିରାପଦ ଖାଦ୍ୟ ଖାଇବା ସହ ସବୁବେଳେ ସଫା ସୁତୁରା କପଡ଼ା ପିନ୍ଧନ୍ତୁ।

ଇନ୍‌ଫ୍ଲୁଏଞ୍ଜାରୁ ବଞ୍ଚିବା ପାଇଁ ଭ୍ୟାକ୍‌ସିନ୍‌ ମଧ୍ୟ ମିଳୁଛି। କିନ୍ତୁ ଏହାକୁ କେବଳ ସେମାନଙ୍କୁ ଦେବା ଉଚିତ୍‌ ଯେଉଁମାନଙ୍କଠାରେ ସଂକ୍ରମଣର ଅଧିକ ସମ୍ଭାବନା ଥିବ।



from OdishaReporter https://ift.tt/2mzqnPe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages