ଟିଏମସିରେ ମିଶିଲେ ଚନ୍ଦନ ମିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଟିଏମସିରେ ମିଶିଲେ ଚନ୍ଦନ ମିତ୍ର

କୋଲକାତା: ଦୁଇଥର ରାଜ୍ୟସଭାର ସାଂସଦ ତଥା ପୂର୍ବତନ ବିଜେପି ନେତା ଆଜି ବିଧିବଦ୍ଧ ଭାବେ ପଶ୍ଚିମବଙ୍ଗର କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି। କିଛିଦିନ ତଳେ ଶ୍ରୀ ମିତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କ କାର୍ଯ୍ୟକଳାପ ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡ଼ିଥିଲେ। ମୋଦି ସରକାରଙ୍କ କିଛି ପଲିସିକୁ ବିରୋଧ କରି ସେ ଇସ୍ତଫା ଦେଇଥିବା କହିଥିଲେ। ଆଜି ଟିଏମସି ପକ୍ଷରୁ କୋଲକାତାରେ ଏକ ବିଶାଳ ସମାବେଶ ଆୟୋଜନ କରାଯାଇଥିଲା। ମମତା ବାନାର୍ଜଙ୍କ ଉପସ୍ଥିତିରେ ଶ୍ରୀ ମିତ୍ର  ଟିଏମ୍‌ସିରେ ଯୋଗଦେଇଛନ୍ତି। ୨୦୧୬ରେ ଶ୍ରୀ ମିତ୍ର ବିଜେପି ଟିକେଟ୍‌ରୁ ହୁଗ୍‌ଲି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ତେବେ ଅତ୍ୟନ୍ତ ଶୋଚନୀୟ ଭାବେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ଷ୍ଟେଟ୍‌ସ୍‌ମ୍ୟାନ୍‌ ହାଉସ୍‌ରୁ ନିଜର ସାମ୍ବାଦିକତା କ୍ୟାରିୟର୍‌ ଆରମ୍ଭ କରିଥିବା ଶ୍ରୀ ମିତ୍ର ଏବେ ପାଓନିୟର୍‌ ଖରବକାଗଜର ସମ୍ପାଦକ ଅଛନ୍ତି। ଶ୍ରୀ ମିତ୍ରଙ୍କ ବ୍ୟତୀତ ପଶ୍ଚିମବଙ୍ଗର ୪ ଜଣ କଂଗ୍ରେସ ବିଧାୟକ ସମର ମୁଖାର୍ଜୀ, ଅବୁ ତାହେର, ସବିନା ୟାସିମ ଓ ଅଖ୍ରୁଜାମନ୍‌ ଆଜି ଟିଏମ୍‌ସିରେ ଯୋଗଦେଇଛନ୍ତି। ୧୯୯୩ କୋଲକାତା ଗୁଳିକାଣ୍ଡର ବର୍ଷପୂର୍ତ୍ତି ପାଇଁ ଆଜି ଟିଏମ୍‌ସି ସହିଦ ଦିବସ ପାଳନ କରୁଥିବା ବେଳେ ଏଭଳି ମିଶ୍ରଣ ପର୍ବ ଘଟିଛି।



from OdishaReporter https://ift.tt/2zXUhGi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages