ଆମେରିକାରେ କଲ୍‌ ସେଣ୍ଟର୍‌ ଦୁର୍ନୀତି: ୨୧ ଭାରତୀୟଙ୍କୁ ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 21, 2018

ଆମେରିକାରେ କଲ୍‌ ସେଣ୍ଟର୍‌ ଦୁର୍ନୀତି: ୨୧ ଭାରତୀୟଙ୍କୁ ଜେଲ୍‌

ୱାଶିଂଟନ୍‌: କଲ୍‌ ସେଣ୍ଟର୍‌ ଦୁର୍ନୀତି ମାମଲାରେ ଆମେରିକାରେ ରହୁଥିବା ୨୧ ଭାରତୀୟଙ୍କୁ ଜେଲ୍‌ଦଣ୍ଡ ହୋଇଛି। ଏହି ୨୧ ଜଣଙ୍କ ମଧ୍ୟରୁ କାହାକୁ ୪ ବର୍ଷ ଜେଲ୍‌ଦଣ୍ଡ ଦିଆଯାଇଥିବା ବେଳେ ଆଉ କାହାକୁ ୨୦ ବର୍ଷ ପାଇଁ କାରାଗାରକୁ ପଠାଯାଇଛି। ଏମାନଙ୍କ ଜେଲ୍‌ଦଣ୍ଡ ପୂରା ହେବା ପରେ ସମସ୍ତଙ୍କୁ ଭାରତ ପଠାଇ ଦିଆଯିବ ବୋଲି ଜଣାପଡ଼ିଛି। କଲସେଣ୍ଟର୍‌ ଭାରତରୁ ଅପରେଟ୍‌ ହେଉଥିବା ବେଳେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୧ ଜଣ ଆମେରିକାରେ ରହି ଏହି ରାକେଟ୍‌ ପାଇଁ କାମ କରୁଥିଲେ। ଭାରତର ବିଭିନ୍ନ ପ୍ରାନ୍ତରେ ଏହି କଲ୍‌ ସେଣ୍ଟର୍‌ର ବ୍ରାଞ୍ଚ ଅଫିସ ମଧ୍ୟ ଥିଲା। ଏହି ରାକେଟ୍‌ର ସଦସ୍ୟମାନେ ଗ୍ରାହକଙ୍କୁ ଆମେରିକାନ୍‌ ଇଂରାଜୀ କହି ନିଜ ଜାଲ୍‌ରେ ଫସାଉଥିଲେ। ଏହି ଦଲାଲମାନେ ପ୍ରଥମେ ଆମେରିକାରେ ଟିକସ୍‌ ଫାଙ୍କିଥିବା ଲୋକଙ୍କ ସମ୍ପର୍କରେ ତଥ୍ୟ ହାସଲ କରୁଥିଲେ। ଏହାପରେ ନିଜକୁ ଟିକସ୍‌ ଅଧିକାରୀ ଭାବେ ପରିଚୟ ଦେଇ ସେଭଳି ଲୋକଙ୍କୁ ଫୋନ୍‌ କରି ଡଲାର୍‌ ଆକାରରେ ଜୋରିମାନା ଦାଖଲ କରିବାକୁ କହୁଥିଲେ। ଯେଉଁମାନେ ଟଙ୍କା ଦେବାକୁ ରାଜି ହେଉନଥିଲେ ଏହି ଦଲାଲମାନେ ସେମାନଙ୍କୁ ଗିରଫଦାରୀ ଧମକ ଦେଉଥିଲେ।  ଦଲାଲ୍‌ମାନେ ବରିଷ୍ଠ ନାଗରିକଙ୍କୁ ବିଶେଷ ଭାବେ ଟାର୍ଗେଟ କରୁଥିଲେ। ଗିରଫଦାରୀକୁ ଏଡ଼ାଇବା ପାଇଁ ଲୋକମାନେ ଏହି ଦଲାଲ୍‌ମାନଙ୍କୁ ୩୪ ହଜାରରୁ ୪୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଦେଇଥିଲେ। ପୁଲିସ୍‌ର ସୂଚନା ଅନୁଯାୟୀ, କଲ୍‌ ସେଣ୍ଟର୍‌ର ଯେଉଁ ଭାରତୀୟ କର୍ମଚାରୀମାନେ ଆମେରିକାନ୍‌ ନାଗରିକଙ୍କଠାରୁ ଅର୍ଥ ଆଣି ପାରୁ ଥିଲେ, ସେମାନଙ୍କୁ ରାକେଟ୍‌ର ମୁଖ୍ୟ ମାସକୁ ଲକ୍ଷେ ଟଙ୍କା ଦେଉଥିଲେ। ଆମେରିକାରେ ଏହି କାରବାରର ପର୍ଦ୍ଦାଫାସ ହେବା ପରେ ଭାରତରର ପୁଣେ, ନୋଏଡା ଓ ଗୁରୁଗ୍ରାମରେ ପୁଲିସ୍‌ ପକ୍ଷରୁ ଚଢ଼ଉ କରାଯାଇଥିଲା। ଏହି ସମୟରେ ପୁଣେରୁ ୩ ଜଣ, ଗୁରୁଗ୍ରାମରୁ ୪ ଜଣ ଓ ନୋଏଡାରୁ ଜଣଙ୍କୁ ଗିରଫ କରାଯାଇଥିଲା। ପୁଣେରେ ଅବସ୍ଥିତ ଏହି କଲ୍‌ ସେଣ୍ଟରର୍‌ଟି ଆମେରିକାର ୧୧ ହଜାର ଲୋକଙ୍କୁ ଠକିଥିବା ଜଣାପଡ଼ିଥିଲା।



from OdishaReporter https://ift.tt/2zWNr3L

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages