ଅଗଷ୍ଟରେ ଆସିବେ ମୋଦି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଅଗଷ୍ଟରେ ଆସିବେ ମୋଦି !

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ମାସରେ ପୁଣିଥରେ ଓଡ଼ିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟ ବିଜେପି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ଗସ୍ତରେ ଆସି କେତେକ କେନ୍ଦ୍ରୀୟ ପ୍ରକଳ୍ପର ଉଦ୍ଘାଟନ ଓ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସଂସଦର ମୌସୁମୀ ଅଧିବେଶନ ପରେ ଅଗଷ୍ଟ ଶେଷ ଭାଗରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବା ପାଇଁ ଏବେ ପ୍ରସ୍ତୁତି ଚାଲିଛି । ଦଳର ଜାତୀୟ ସଭାପତି ଅମିତ୍ ଶାହ ଜୁଲାଇ ୧ ତାରିଖରେ ଓଡ଼ିଶା ଗସ୍ତରେ ଆସିଥିବାବେଳେ ସାଂଗଠନିକ କାର୍ଯ୍ୟର ସମୀକ୍ଷା କରିଥିଲେ। ଇତିମଧ୍ୟରେ ରାଜ୍ୟ ୟୁନିଟ୍ ଅଗଷ୍ଟରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ସାଂଗଠନିକ କାର୍ଯ୍ୟକ୍ରମର ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିଛି। ଯାହାକୁ ଜାତୀୟ ନେତୃତ୍ୱଙ୍କ ଅନୁମୋଦନ ପାଇ ପଠାଯିବ। ରାଜ୍ୟରେ ଦଳୀୟ ସଂଗଠନକୁ ନେଇ କିଛି କାମ ବାକି ରହିଥିବାରୁ ଜୁଲାଇ ପ୍ରଥମ ସପ୍ତାହରେ ସେ ନେଇ ଶ୍ରୀ ଶାହ ଅସନ୍ତୋଷ ପ୍ରକାଶ କରିଥିଲେ। କିନ୍ତୁ ଏବେ ସେସବୁ ଶେଷ ହୋଇଛି ଓ ଖୁବଶୀଘ୍ର ରାଜ୍ୟରେ ଥିବା ଦଳୀୟ ସଂଗଠନର ନେତାମାନେ(କୋର୍‌ ଟିମ୍) ନୂଆଦିଲ୍ଲୀ ଗସ୍ତରେ ଯାଇ ଏହା ଜାତୀୟ ନେତୃତ୍ୱଙ୍କୁ ପ୍ରଦାନ କରିବେ। ଅଗଷ୍ଟ ପ୍ରଥମ ସପ୍ତ୍ରାହରେ ଏହି ଟିମ୍ ଦିଲ୍ଲୀ ଗସ୍ତରେ ଯିବା ସମୟରେ ହିଁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଚୂଡ଼ାନ୍ତ ରୂପ ଦିଆଯିବ। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଇ ୨୬ତାରିଖରେ ଦିନିକିଆ ଗସ୍ତରେ ଆସି କଟକରେ ନିଜ ସରକାରର ୪ବର୍ଷର ସଫଳତାର ହିସାବ ଦେଇଥିଲେ।



from OdishaReporter https://ift.tt/2LrlPcq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages