ସାତ ଜନମର ଜୀବନ ସାଥୀକୁ ମାରି ପୋତିଦେଲା ସ୍ୱାମୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ସାତ ଜନମର ଜୀବନ ସାଥୀକୁ ମାରି ପୋତିଦେଲା ସ୍ୱାମୀ

ବାରିପଦା (ମାଣିକ୍‌ ଲାଲ୍‌ ପାଣି): ଅଗ୍ନିକୁ ସାକ୍ଷୀ ରଖି ସାତ ଜନମର ଜୀବନ ସାଥୀ ହେବାକୁ ଆଶା ବାନ୍ଧିଥିଲେ ସବିତା। ସଂସାର ବି ଗଢ଼ିଲେ। ହେଲେ ଏଇ ଜନମରେ ଯାହାର ହାତ ଧରିଥିଲେ, ସିଏ ନେଇଗଲା ତା’ର ଜୀବନ। ଠେଙ୍ଗା ପାହାରରେ ଚାଲିଗଲା ସବିତାଙ୍କ ଜୀବନ। ଅଧା ରହିଗଲା ସାତ ଜନମର ଜୀବନ ସାଥୀର ସ୍ୱପ୍ନ। ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଗାଁ ଲୋକଙ୍କଠାରୁ ଖବର ପାଇ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ବାଙ୍ଗିରିପୋଷି ଥାନା ରଙ୍ଗମାଟିଆ ଗାଁର ବାସ କରନ୍ତି ରାଜକିଶୋର ଦେହୁରି। ପରିବାର କହିଲେ ସ୍ତ୍ରୀ ସବିତା ଓ ୨୦ ବର୍ଷର ପୁଅ। ସଂସାର ରଥ ଠିକ୍‌ଠାକ୍‌ ଚାଲିଥିଲା। ଗତ ୨୫ ତାରିଖ ରାତିରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହେଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରାଜକିଶୋର ଏକ ଠେଙ୍ଗାରେ ସବିତାଙ୍କୁ ପିଟି ପଥିଲେ। ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଡ଼ରି ଯାଇଥିଲେ ରାଜକିଶୋର। ଘଟଣା ପ୍ରଘଟ ହେଲେ ଧରାପଡ଼ିଯିବା ଭୟରେ ମୃତଦେହକୁ ନିଜେ ରାଜକିଶୋର ଘର ପଛ ପାର୍ଶ୍ୱରେ ଗାତ ଖୋଳି ପୋତି ଦେଇଥିଲେ।

ଗତ ୩ ଦିନ ଧରି ସବିତାଙ୍କୁ ସାହି-ପଡ଼ିଶା ଦେଖିବାକୁ ପାଇନଥିଲେ। ତାଙ୍କ ସମ୍ପର୍କରେ ପଚାରିଲେ ରାଜକିଶୋର ବିଭିନ୍ନ ବାହାନା କରି କଥା ଏଡ଼ାଇ ଯାଉଥିଲେ। ଯାହାଫଳରେ ଲୋକଙ୍କ ମନରେ ସନ୍ଦେହ ଜାତ ହୋଇଥିଲା। ପରେ ଗାଁ ଲୋକେ ଏନେଇ ବାଙ୍ଗିରିପୋଷି ଥାନାକୁ ଖବର ଦେଇଥିଲେ। ପୁଲିସ ରାଜକିଶୋରକୁ ଜେରା ବେଳେ ସବୁ ମାନିଥିଲେ। ପୁଲିସ ତାଙ୍କୁ ଅଟକ ରଖିଛି। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ଗାଁରେ ପହଞ୍ଚି ପୋତାଯାଇଥିବା ମୃତଦେହ ଉଦ୍ଧାର କରିଛି।



from OdishaReporter https://ift.tt/2K0H1jK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages