
ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୟୁନିଟ୍-୮ ଡିଏଭି ସ୍କୁଲ ପରିସରରେ ଅଭିଭାବକ ଏବଂ ସ୍କୁଲ ଅଧ୍ୟକ୍ଷଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ବିଭିନ୍ନ ଅଭିଯୋଗକୁ ନେଇ ଗତକାଲି ସନ୍ଧ୍ୟାରେ ସ୍କୁଲ୍ ପରିସରରେ ଆଲୋଚନା ଚାଲିଥିବାବେଳେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲା। ସ୍ଥିତି ଏପରି ହୋଇଥିଲା ଯେ, ଘଟଣାସ୍ଥଳକୁ ପୋଲିସକୁ ଆସିବାକୁ ପଡ଼ିଥିଲା।
ଅଭିଭାବକଙ୍କ ଅଭିଯୋଗ ଯେ, ଡିଏଭିରେ ପ୍ରତିବର୍ଷ ୧୦ରୁ ୧୫ ପ୍ରତିଶତ ଫି’ ବୃଦ୍ଧି କରାଯାଉଛି। ସ୍କୁଲର ବିଭିନ୍ନ ଖର୍ଚ୍ଚ ବାଟବଣା ହେବା ସହିତ ଅନିୟମିତତା ହେଉଛି।
ଏସବୁ ଅଭିଯୋଗକୁ ନେଇ ସ୍କୁଲ ପରିସରରେ ଆଲୋଚନା ଚାଲିଥିଲା। ଏହି ସମୟରେ ସ୍କୁଲ ଅଧକ୍ଷା ଓ ଅଭିଭାବକଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ଶେଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଭାବକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।
from OdishaReporter https://ift.tt/2mZ5EV7
No comments:
Post a Comment