ଚର୍ମ କର୍କଟ: କ’ଣ କହେ ନୂଆ ଗବେଷଣା, ଜାଣନ୍ତୁ ଏହାର କାରଣ ନିରାକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଚର୍ମ କର୍କଟ: କ’ଣ କହେ ନୂଆ ଗବେଷଣା, ଜାଣନ୍ତୁ ଏହାର କାରଣ ନିରାକରଣ

ନୂଆଦିଲ୍ଲୀ: ସନ୍‌ଲେସ୍‌ ଟ୍ୟାନିଙ୍ଗ୍‌ ବା ଫେକ୍‌ ଟ୍ୟାନିଙ୍ଗ୍‌  ଯଥା ସ୍ପ୍ରେ, କ୍ରିମ୍‌, ଫୋମ୍‌ ଏବଂ ଲୋଶନ୍‌ ଭଳି ପ୍ରଡକ୍ଟ ଉପରେ କମ୍ପାନୀ ଗୁଡ଼ିକ ଅନେକ ଗ୍ୟାରେଣ୍ଟି ଦେଇଥାନ୍ତି। ବିଶେଷ କରି ପାର୍ଶ୍ୱପ୍ରତିକ୍ରିୟା ଏବଂ ଚର୍ମ କର୍କଟ ଯେମିତି ନ ହେବ ସେଥିପାଇଁ କମ୍ପାନୀ ଗୁଡ଼ିକ ଅଧିକ ଧ୍ୟାନ ଦେଇଥାନ୍ତି। ବାସ୍ତବରେ ଏହି ସାମଗ୍ରୀ ଗୁଡ଼ିକ କ୍ୟାନସର୍‌ ମୁକ୍ତ ନୁହେଁ।

ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଚର୍ମ କର୍କଟ ବର୍ତ୍ତମାନ ସମୟରେ ଏକ ସାଧାରଣ ରୋଗ ପାଲଟିଛି। ମହିଳାଙ୍କ ତୁଳନାରେ ଭାରତରେ  ୭୦ ପ୍ରତିଶତ ପୁରୁଷ ଚର୍ମ କର୍କଟ ରୋଗୀ। ଶରୀରରେ ଅପ୍ରାକୃତିକ ଭାବେ କୋଷଗୁଡ଼ିର ଅନିୟନ୍ତ୍ରିତ ବୃଦ୍ଧି ପାଇଲେ ଚର୍ମ କର୍କଟ ହୋଇଥାଏ। ଜେନେଟିକ୍‌ କାରଣ ବା ଅତିବାଇଗଣୀ ରଶ୍ମିର ପ୍ରଭାବ ଯୋଗୁ ଏହି ସମସ୍ୟା ଦେଖାଯାଇଥାଏ।
ହାର୍ଟ କେୟାର୍‌ ଫାଉଣ୍ଡେସନ୍‌ ଅଫ୍‌ ଇଣ୍ଡିଆ(ଏଚ୍‌ସିଏଫ୍‌ଆଇ)ର ଅଧ୍ୟକ୍ଷ ପଦ୍ମଶ୍ରୀ ଡାକ୍ତର କେ.କେ. ଅଗ୍ରୱାଲ୍‌ଙ୍କ ମତରେ, ଚର୍ମ କର୍କଟ ପାଇଁ ସବୁଠାରୁ ଘାତକ ହେଉଛି ‘ମେଲେନୋମା’। ଏହା ଶରୀରରେ ‘ମେଲେନୋସାଇଟସ୍‌’ ବା ଚର୍ମ ରେ ଥିବା ‘ବର୍ଣ୍ଣ କଣିକା’କୁ ବିକଶିତ କରିଥାଏ। ଏହା ଚର୍ମର ଅନ୍ୟ ଭାଗକୁ ବ୍ୟାପିବା ପରେ ଏହା କ୍ୟାନସର୍‌ ପରି ରୋଗ ଆଡ଼କୁ ଗତି କରିଥାଏ। ଏହି ରୋଗ ବୃଦ୍ଧି ପାଇଲେ ମୃତ୍ୟୁ ଆଶଙ୍କା ଯଥେଷ୍ଟ ବେଶୀ ରହିଛି।

କ’ଣ ଏହାର ଲକ୍ଷଣ?

(୧) ଆପଣଙ୍କ ଶରୀରରେ ଥିବା କଳାଜାଇର ଅନ୍ୟ କଳାଜାଇ ସହିତ ମେଳ ରହିବା।
(୨) ଶରୀରର ରଙ୍ଗ ଏକାପରି ନ ରହିବା। କୌଣସି ସ୍ଥାନରେ କଳା, ଲାଲ୍‌, ଧଳା, ଗୋଲାପୀ, ନୀଳ ପରି ରଙ୍ଗମାନ ସୃଷ୍ଟି ହେବା। ଶରୀରରେ ଏକ ଚତୁର୍ଥାଶଂରୁ ଅଧିକ ଚର୍ମରେ ଏହି ରଙ୍ଗ ସମସ୍ୟା ଦେଖାଦେବା।
(୩)ଇବୋଲିଙ୍ଗ୍‌: ଆପଣଙ୍କ ଶରୀରରେ କଳାଜାଇର ଆକାରରେ ବୃଦ୍ଧି ଘଟିବା।
ଚର୍ମ କର୍କଟର ଅନ୍ୟ କିଛି ଲକ୍ଷଣ
-ଶରୀରରେ ପରିବର୍ତ୍ତନ ଘଟିବା
– ଶରୀରରେ କୌଣସି କ୍ଷତ ଠିକ୍‌ ନ ହେବ।
– କୌଣସି ସ୍ଥାନରେ ଯନ୍ତ୍ରଣା ହେବା, କୁଣ୍ଡେଇହେବା ଏବଂ ରକ୍ତ ବୋହିବା
– ରକ୍ତ ଜମାଟ ବାନ୍ଧି ସେଥିରୁ ରକ୍ତ ବାହାରିବା।
ଡାକ୍ତର ଅଗ୍ରୱାଲ୍‌ ଆହୁରି ମଧ୍ୟ କୁହନ୍ତି, “ଶରୀରରେ କମ୍‌ ବର୍ଣ୍ଣ କଣିକା(ମେଲାଲିନ୍‌) ରହିବାର ଅର୍ଥ ଆପଣ ଅତି ବାଇଗଣୀ ରଶ୍ମିର ହାନିକାରକ ପ୍ରଭାବରୁ ସୁରକ୍ଷିତ ନୁହଁନ୍ତି। ଯଦି ଆପଣଙ୍କ କେଶର ରଙ୍ଗ ଲାଲ୍‌ କିମ୍ୱା ମାଟିଆ ରଙ୍ଗ ଏବଂ ଆଖିର ରଙ୍ଗ ମଧ୍ୟ ଫିକା ତେବେ ସନ୍‌ବର୍ଣ୍ଣ ସହଜରେ ହୋଇଥାଏ। ବର୍ଣ୍ଣକଣିକା ବା ମେଲାଲିନ୍‌ ଅଧିକ ଥିବା ବ୍ୟକ୍ତିଙ୍କର ତୁଳନାରେ ଏହି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ‘ମେଲେନୋମା’ ଅଧିକ ହେବାର ଆଶଙ୍କା ଥାଏ।

ଚର୍ମ କର୍କଟରୁ ରକ୍ଷା ପାଇବେ କିପରି
-ଅପରାହ୍ନରେ ବାହାରକୁ ଯାଆନ୍ତୁ ନାହିଁ। ଅଲଗା ସମୟ ଯେପରିକି ଶୀତ ଦିନେ ଆକାଶରେ ବାଦଲ ଥିବା ସମୟରେ ଖୋଲା ସ୍ଥାନକୁ ଯାଆନ୍ତୁ। ଏହି ବାଦଲ ହାନିକାରକ କିରଣରୁ ଆପଣଙ୍କୁ ରକ୍ଷା କରିଥାଏ।

-ସନ୍‌ସ୍କ୍ରିନ୍‌ ସମସ୍ତ ହାନିକାରକ ବିକିରଣ ରଶ୍ମିରୁ ରକ୍ଷା କରି ନ ଥାଏ। ବିଶେଷ କରି ଏପରି ବିକିରଣ ଯାହା ‘ମେଲେନୋମା’ର କାରଣ ହୋଇଥାଏ, ତାହାଠାରୁ ରକ୍ଷା କରିଥାଏ। ଅତି କମ୍‌ରେ ୧୫ ଏସ୍‌ପିଏଫ୍‌ ଥିବା ସନ୍‌ସ୍କ୍ରିନ୍‌ ଲୋଶନ୍‌ ବ୍ୟବହାର କରନ୍ତୁ।

-ଭଲ ରଙ୍ଗର ପୋଷାକ ପିନ୍ଧନ୍ତୁ। ସବୁବେଳେ ହାଲୁକାରଙ୍ଗର ପୋଷାକ ପିନ୍ଧିଲେ ଚର୍ମ କର୍କଟ ହେବାର ଆଶଙ୍କା କମ୍‌ ଥାଏ।

-ଏପରି ଚଷମା ବ୍ୟବହାର କରନ୍ତୁ, ଯାହା ଅତି ବାଇଗଣୀ ରଶ୍ମିରୁ ଆପଣଙ୍କୁ ରକ୍ଷା କରିବ।



from OdishaReporter https://ift.tt/2M0Yydw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages