ଏହି ସହରରେ ଗୁପ୍‌ଚୁପ୍‌ ମନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଏହି ସହରରେ ଗୁପ୍‌ଚୁପ୍‌ ମନା

ଅହମଦାବାଦ: ପାଟିକୁ ସୁଆଦିଆ ଲାଗୁଥିବା ଗୁପଚୁପ୍‌ ଉପରେ ଏବେ ଲାଗିଛି ବ୍ୟାନ୍‌। ଗୁଜରାଟର ଭଦୋଦରାରେ ପ୍ରଶାସନ ପ୍ରସିଦ୍ଧ ଗୁପଚୁପ୍‌ ବା ପାନିପୁରି ଉପରେ ରୋକ ଲଗାଇଛି। ‌ଅସ୍ୱାସ୍ଥ୍ୟକର ପରିବେଶରେ ଗୁପଚୁପ୍‌ ପ୍ରସ୍ତୁତି ହେଉଛି। ଏହାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ଖାଉଛନ୍ତି। ଫଳରେ ଏହାର କୁପ୍ରଭାବ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ପଡ଼ୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଗୁପଚୁପ୍‌ ଅସ୍ୱାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଥିବାରୁ ଏହାକୁ ଖାଇବା ଦ୍ୱରା ଟାଇଫଏଡ୍‌, ଜଣ୍ଡିସ୍‌ ଓ ଫୁଡ୍‌ ପଏଜନିଂ ହେବାର ଆଶଙ୍କା ରହିଛି। ପୂର୍ବରୁ ଏଭଳି ଘଟଣା ସାମ୍ନାକୁ ଆସିଥିଲା। ଏବେ ମୌସୁମୀ ଋତୁ ଚାଲିଥିବାରୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ନିର୍ଦ୍ଦେଶନାମା ପରେ ପୌରପାଳିକା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ହଜାର ହଜାର କେଜି ଓଜନର ଗୁପଚୁପ୍‌ ପ୍ରସ୍ତୁତି ସାମଗ୍ରୀକୁ ନଷ୍ଟ କରିଦିଆଯାଇଛି। ମୌସୁମୀ ଋତୁ ସରିବା ପର୍ଯ୍ୟନ୍ତ ଏଭଳି ବ୍ୟାନ୍ ବଳବତ୍ତର ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।



from OdishaReporter https://ift.tt/2AeLiRj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages