ଭାରତକୁ ବଡ଼ ଝଟ୍‌କା: ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଏହି କ୍ରିକେଟର୍‌ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଭାରତକୁ ବଡ଼ ଝଟ୍‌କା: ଟେଷ୍ଟ୍‌ ସିରିଜ୍‌ ପୂର୍ବରୁ ଏହି କ୍ରିକେଟର୍‌ ଆହତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବରୁ ଭାରତୀୟ ଟିମ୍‌କୁ ଏକ ବଡ଼ ଝଟ୍‌କା ମିଳିଛି। ଟିମ୍ ଇଣ୍ଡିଆର ସବୁଠୁ ଅନୁଭବୀ ସ୍ପିନର୍‌ ଆର୍‌. ଆଶ୍ୱିନ ଅଭ୍ୟାସ ମ୍ୟାଚ୍‌ ସମୟରେ ଆହତ ହୋଇଛନ୍ତି। ଏସେକ୍ସ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ର ପ୍ରଥମ ଦିନରେ ଅଶ୍ୱିନ ଆହତ ହୋଇଥିଲେ। ଫଳରେ ସେ ମ୍ୟାଚ୍‌ରେ ଆଉ ବୋଲିଂ କରିପାରିନଥିଲେ। ସୂଚନା ଅନୁସାରେ ତାଙ୍କ ଡାହାଣ ହାତରେ ଆଘତ ଲାଗିଛି। ଏପର୍ଯ୍ୟନ୍ତ ସୁଦ୍ଧା କହିବା ମୁସ୍କିଲ୍‌ କି, ସେ ଆସନ୍ତା ୧ ତାରିଖ ଠାରୁ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଖେଳିବେ ନା ନାହିଁ। ଯଦି ଅଶ୍ୱିନଙ୍କ ଆହତ ସମସ୍ୟା ଗୁରୁତର ହୋଇଥାଏ ତେବେ ଭାରତ ପାଇଁ ବଡ଼ ଝଟ୍‌କା ହେବ। କାରଣ ଅଶ୍ୱିନ କେବଳ ବୋଲିଂ ନୁହେଁ ବ୍ୟାଟିଂରେ ମଧ୍ୟ ଅନେକ ଥର ଭାରତ ପାଇଁ ରନ୍‌ କରିଛନ୍ତି। ପ୍ରଥମ ଟେଷ୍ଟରେ ଅଶ୍ୱିନ ଯଦି ନଖେଳନ୍ତି ତେବେ କୁଲଦୀପ ଯାଦବ ଓ ଜାଡ଼େଜାଙ୍କୁ ଦଳରେ ସୁଯୋଗ ମିଳିପାରେ।

Image result for R ashwin



from OdishaReporter https://ift.tt/2LJJpQQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages