ପ୍ରେମିକାର ଅଶ୍ଲୀଳ ଭିଡ଼ିଓକୁ ସମ୍ୱଲପୁରୀ ଗୀତରେ କରୁଛନ୍ତି ବ୍ୟବହାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ପ୍ରେମିକାର ଅଶ୍ଲୀଳ ଭିଡ଼ିଓକୁ ସମ୍ୱଲପୁରୀ ଗୀତରେ କରୁଛନ୍ତି ବ୍ୟବହାର

ବଲାଙ୍ଗିର (ସସ୍ମିତା ସାହୁ): ପଶ୍ଚିମ ଓଡ଼ିଶାରେ ଧୋକାବାଜ୍‌ ପ୍ରେମିକଙ୍କ ଟ୍ରେଣ୍ଡ୍‌ ବଦଳିଛି। ପୁଲିସର ଚେତାବନୀ ସତ୍ତ୍ୱେ ଛୋଟ ଛୋଟ ଝିଅକୁ ନିଜ ପ୍ରେମ ଜାଲରେ ଫସାଉଛନ୍ତି। ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଅଶ୍ଲୀଳ ଫଟୋ ଉଠାଇ ବ୍ଲାକ୍‌ମେଲ୍‌ କରୁଛନ୍ତି। ପରେ ସମ୍ୱଲପୁରୀ ଗୀତର ତାଳେ ତାଳେ ଏଡିଟିଂ କରି ସେହି ଫଟୋ ଓ ଭିଡିଓକୁ ଭାଇରାଲ୍‌ କରିଦେଉଛନ୍ତି। ଫଳରେ ଝିଅଙ୍କ ଲଙ୍ଗଳା ଭିଡ଼ିଓ ଓ ଫଟୋ ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଛି। ଗତ କିଛି ଦିନ ହେବ ପଶ୍ଚିମ ଓଡ଼ିଶାର ବଲାଙ୍ଗିର ଜିଲ୍ଲାରେ ଏମିତି କିଛି ଭଡିଓ ଘୂରି ବୁଲୁଛି। ମାତ୍ର ପୁଲିସ୍‌ ପାଖରେ ଏନେଇ କିଛି ଖବର ନାହିଁ। ପୁଲିସ ସବୁ ଜାଣି ନଜାଣିବାର ଅଭିନୟ କରୁଥିବା ବେଳେ ବୁଦ୍ଧିଜୀବୀ ମହଲରେ ଏନେଇ ଘୋର ଅସନ୍ତୋଷ ପ୍ରକାଶ ପାଇଛି।

ପୂରା ଘଟଣା ଏମିତି। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ର ଏକ ହାଇସ୍କୁଲର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଛାତ୍ରୀଙ୍କ ସରଳତାର ସୁଯୋଗ ନେଇ ଧୋକାବାଜ୍‌ ପ୍ରେମିକ ତା’ ସହିତ ଶାରୀରିକ ସଂପର୍କ ସ୍ଥାପନ କରିଛି। ତା’ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଅଶ୍ଳୀଳ ଫଟୋ ଓ ଭିଡିଓ ଶୁଟିଂ କରିଛି। ସେହି ଫଟୋ ଦେଖାଇ ଝିଅଟିକୁ ବ୍ଲାକ୍‌ମେଲିଂ କରୁଥିଲା ଧୋକାବାଜ୍‌ ପ୍ରେମିକ। ଯେତେବେଳେ ଝିଅ କିଛି ପ୍ରତିକ୍ରିୟା ନଦେଲା, ସେତେବେଳେ ଭିଡିଓକୁ ସମ୍ୱଲପୁରୀ ଗୀତରେ ଏଡିଟିଂ କରି ସୋଶାଲ୍‌ ମିଡିଆରେ ଛାଡ଼ି ଦିଆଯାଇଛି। ଯାହା ଏବେ ମୋବାଇଲ୍‌ରୁ ମୋବାଇଲକୁ ଘୂରି ବୁଲୁଛି।

ସେହିପରି ଆଉ ଏକ ଘଟଣାରେ ୩ ଜଣ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ବଲାଙ୍ଗିର ସହରରେ ଜଣେ କଲେଜ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କ ସହିତ ଭିଡିଓ ଚ୍ୟାଟିଂ କରିଥିଲେ। ଯାହାକୁ ସଇତାନ ପୁରୁଷ ବନ୍ଧୁ ଜଣକ ରେକର୍ଡିଂ କରିନେଇଥିଲା। ପରବର୍ତ୍ତୀ ସମୟରେ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ଭାଇରାଲ କରିଦେଇଛନ୍ତି ସମ୍ପୃକ୍ତ ପୁରୁଷ ବନ୍ଧୁ। ଯାହା ଏବେ ସୋଶାଲ୍‌ ମିଡିଆରେ ଘୂରି ବୁଲୁଛି।

ଆଉ ଏକ ଘଟଣା କଣ୍ଟାବାଞ୍ଜି ଅଞ୍ଚଳରେ ଘଟିଛି। ଜଣେ କଲେଜ ଛାତ୍ରୀ ଓ ତାଙ୍କ ପ୍ରେମିକଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି, କୌଣସି ଏକ ନିଛାଟିଆ ଜାଗାରେ ଏମାନଙ୍କୁ(ପ୍ରେମିକ ଓ ପ୍ରେମିକା) ଦେଖି ଗାଳି କରିଛନ୍ତି କିଛି ସ୍ଥାନୀୟ ଯୁବକ। ଆଉ ଏହାର ଭିଡିଓ ଶୁଟିଂ କରି ସୋଶାଲ୍‌ ମିଡିଆରେ ଭାଇରାଲ କରାଯାଇଛି।

ସେହିପରି ଅଉ ଏକ ଅଶ୍ଳୀଳ ଭିଡିଓ ଭାଇରାଲ୍‌ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ଛାତ୍ରୀଙ୍କ ସହିତ ଦୁଇଜଣ ଯୁବକ ଜବରଦସ୍ତ ଶାରୀରିକ ସଂପର୍କ ରଖିବାକୁ ଚେଷ୍ଟା କରୁଛନ୍ତି। ଆଉ ଏହାର ଭିଡିଓ ଶୁଟିଂ କରି ସୋଶାଲ୍‌ ମିଡିଆରେ ଭାଇରାଲ କରିଦିଆଯାଇଛି। ଛାତ୍ରୀ ଜଣକଙ୍କର ପରିଚୟ ଜଣାପଡ଼ିନଥିଲେ ମଧ୍ୟ କଥାବାର୍ତ୍ତାରୁ ଘଟଣାଟି ବଲାଙ୍ଗିର ଜିଲ୍ଲାର କୌଣସି ଏକ କଲେଜର ବୋଲି ଜଣାପଡ଼ୁଛି।

ଏବେ ଏହି ଘଟଣା ପଶ୍ଚିମ ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ପୁଲିସ ସବୁ ଜାଣି ନିରବ ଦ୍ରଷ୍ଟା ସାଜିଛି। କିନ୍ତୁ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଡବ୍ଳୁସି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି। ସେ କହିଛନ୍ତି-“ତୁରନ୍ତ ପୁଲିସ ପଦକ୍ଷେପ ନେବା ଉଚିତ, ନଚେତ ଆମେ ଲିଖିତ ଭାବରେ ଜଣାଇବୁ।”



from OdishaReporter https://ift.tt/2vc19Kj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages