ଖରାପ ପ୍ରଦର୍ଶନ ସତ୍ତ୍ୱେ ଖେଳ ପଡ଼ିଆରେ କୋହଲି ଓ ଧୱନ କଲେ ଭାଙ୍ଗଡ଼ା ଡ୍ୟାନ୍ସ: ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଖରାପ ପ୍ରଦର୍ଶନ ସତ୍ତ୍ୱେ ଖେଳ ପଡ଼ିଆରେ କୋହଲି ଓ ଧୱନ କଲେ ଭାଙ୍ଗଡ଼ା ଡ୍ୟାନ୍ସ: ଦେଖନ୍ତୁ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଭାରତ ଓ ଏସେକ୍ସ ମଧ୍ୟରେ ଖେଳାଯାଇଥିବ ଅଭ୍ୟାସ ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଛି। ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଓ ବୋଲିଂକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହି ମ୍ୟାଚ୍‌ରେ ଶିଖର ଧୱନ ଓ ଚେତେଶ୍ୱର ପୂଜାରାଙ୍କ ଖରାପ ବ୍ୟାଟିଂ ଓ ସ୍ପିନ୍‌ ବିଭାଗର ଦୟନୀୟ ବୋଲିଂ ଦେଖିବାକୁ ମିଳିଥିଲା। ଶିଖର ଧୱନ ୨ଟି ଇଂନିସରେ ଶୂନରେ ଆଉଟ୍‌ ହୋଇଥିଲେ। ତଥାପି ସେ ଏହି ମ୍ୟାଚ୍‌ରେ ଚର୍ଚ୍ଚାର କାରଣ ପାଲଟିଥିଲେ।

ଏସେକ୍ସ ବିପକ୍ଷ ମ୍ୟାଚ୍‌ ସମୟରେ ଧୱନ ଅଧିନାୟକ କୋହଲିଙ୍କ ସହ ମିଶି ପଡ଼ିଆରେ ଡ୍ୟାନ୍ସ କରିଥିବାର ଏକ ଭିଡ଼ିଓ ଭାଇରାଲ୍‌ ହେବାର ଲାଗିଛି। ମ୍ୟାଚ୍‌ ସମୟରେ ଭାରତୀୟ କ୍ରିକେଟ୍‌ ଟିମ୍‌ ଯେତେବେଳେ ପଡ଼ିଆ ମଧ୍ୟକୁ ଫିଲ୍ଡିଂ କରିବାକୁ ପ୍ରବେଶ କରୁଥିଲେ ସେତେବେଳେ ଏହି ଖେଳାଳି ମାନଙ୍କୁ ଭାଙ୍ଗଡ଼ା ବାଜା ବଜେଇ ସ୍ୱାଗତ କରାଯାଇଥିଲା। ଏହି ସମୟରେ ନିଜକୁ ରୋକି ପାରିନଥିଲେ ବିରାଟ ଓ ଧୱନ। ପ୍ରଥମେ କୋହଲି ବାଜା ସହ ତାଳ ମିଳାଇ ଭାଙ୍ଗଡ଼ା ନାଚ ନାଚିଥିବା ବେଳେ ପରେ ଧୱନ ନାଚି ନାଚି ପଡ଼ିଆକୁ ପ୍ରବେଶ କରିଥିଲେ।



from OdishaReporter https://ift.tt/2LDTleX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages