
ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି ଦୁଇଟି ବଡ଼ ଫିଲ୍ମ। ହଲିଉଡ୍ ଓ ବଲିଉଡ୍ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗୋଟିଏ ପଟେ ରିଲିଜ୍ ହୋଇଛି ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ସାହେବ ବିବି ଔର ଗ୍ୟାଙ୍ଗଷ୍ଟର୍ ଥ୍ରୀ’ ଯେଉଁଥିରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟର ଭୁମିକାରେ ନଜର ଆସିଛନ୍ତି। ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ଜିମ୍ମି ଶେରଗିଲ୍, ମାହି ଗିଲ୍, ଓ ଚିତ୍ରାଙ୍ଗଦା ସିଂହ ଏଥିରେ ନଜର ଆସିଛନ୍ତି।
ଫିଲ୍ମରେ ଭରି ରହିଛି ଡ୍ରାମା ଓ ସସ୍ପେନ୍ସ । ଅନ୍ୟପଟେ ବକ୍ସ ଅଫିସକୁ ଆସିଛି ହଲିଉଡ୍ ସୁପରଷ୍ଟାର ଟମ୍ କ୍ରୁସ୍ଙ୍କ ଆକ୍ସନ ପ୍ୟାକ୍ଡ ଫିଲ୍ମ ‘ମିଶନ ଇମ୍ମପସିବୁଲ୍ ଫଲ୍ଆଉଟ୍’ ଟମ୍ଙ୍କ ମିଶନ ଇମ୍ମପସିବୁଲ୍ ସିରିଜ୍ର ଏହା ଷଷ୍ଠ ଫିଲ୍ମ। ଫିଲ୍ମରେ ଟମ୍ ନିଜ ଲୋକପ୍ରିୟ ଚରିତ୍ର ସିକ୍ରେଟ୍ ଏଜେଣ୍ଟ୍ ଇଥାନ୍ ହଣ୍ଟ୍ ଭୂମିକାରେ ପୁଣି ନଜର ଆସିଛନ୍ତି। ଯିଏକି ପୁଣି ଏକ ନୂଆ ମିଶନରେ ବାହାରି ପଡ଼ିଛନ୍ତି। ଫିଲ୍ମରେ ଜବରଦସ୍ତ ଆକ୍ସନ୍ ରହିଛି ।
from OdishaReporter https://ift.tt/2LtKQ6P

No comments:
Post a Comment