ସରକାରଙ୍କ ‘ସବୁଜ ମହାନଦୀ ମିଶନ’ ଭେଳିକି: ଗୋଟିଏ ଗଛ ପାଇଁ ଖର୍ଚ୍ଚ ହଜାରେ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ସରକାରଙ୍କ ‘ସବୁଜ ମହାନଦୀ ମିଶନ’ ଭେଳିକି: ଗୋଟିଏ ଗଛ ପାଇଁ ଖର୍ଚ୍ଚ ହଜାରେ ଟଙ୍କା

ଭୁବନେଶ୍ୱର (ପ୍ରକାଶ ସେଠୀ): ମହାନଦୀର ସୁରକ୍ଷା ପାଇଁ ‘ସବୁଜ ମହାନଦୀ ମିଶନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଶୁଭାରମ୍ଭ କରିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲାର ବୁଢ଼ାରଜାଠାରେ ମହାନଦୀ ବ୍ରିଜ୍‌‍ ନିକଟରେମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିବା ଏହି ‘ସବୁଜ ମହାନଦୀ ମିଶନ’ ନିମନ୍ତେ ଧାର୍ଯ୍ୟ ପାଣ୍ଠିକୁ ନେଇ ବିବାଦ ସୃଷ୍ଟି ହୋଇଛନ୍ତି।

ଆଜି ରାଜ୍ୟର ପ୍ରମୁଖ ସମ୍ୱାଦପତ୍ରରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞାପନ ଅନୁସାରେ, ରାଜ୍ୟର ସମସ୍ତ ପ୍ରମୁଖ ନଦୀ ଓ ଉପନଦୀ ପାର୍ଶ୍ୱରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷ୍ୟରେ ‘ସବୁଜ ମହାନଦୀ ମିଶନ’ ଆରମ୍ଭ କରାଯାଉଛି। ୫ବର୍ଷରେ ରାଜ୍ୟର ସବୁ ପ୍ରମୁଖ ନଦୀର ଉଭୟ ପାର୍ଶ୍ୱରେ ଥିବା ୪୧ ହଜାର ହେକ୍ଟର ଜମିରେ ବନୀ କରଣ ଓ ୫ ହଜାର କିମି ପଥପାର୍ଶ୍ୱରେ ୫ କୋଟିରୁ ଊର୍ଦ୍ଧ୍ୱ ବୃକ୍ଷ ରୋପଣ କରାଯିବ। ଏଥିପାଇଁ ୫ ହଜାର କୋଟି ଟଙ୍କା ବ୍ୟୟ କରାଯିବ।

ଅପରପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍‌ ରିଲିଜ୍‌ ଅନୁସାରେ, ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ପ୍ରମୁଖ ନଦୀଗୁଡ଼ିକ ପାର୍ଶ୍ୱରେ ବୃକ୍ଷ ରୋପଣ କରାଯିବ। ‘ସବୁଜ ମହାନଦୀ ମିଶନ’ କାର୍ଯ୍ୟକ୍ରମରେ ମହାନଦୀ, ତେଲ୍‌ ଓ ଇବ୍‌ ନଦୀର ଉଭୟ ପାର୍ଶ୍ୱରେ ୨କୋଟି ଗଛ ଲଗାଯାଉଛି। ଏଥିରେ ୧୬,୫୦୦ ହେକ୍ଟର ଜମିରେ ବନୀକରଣ ଓ ୫୦୦ କିମି ଅଞ୍ଚଳରେ ପଥପ୍ରାନ୍ତ ବୃକ୍ଷ ରୋପଣ ହେବ। କେବଳ ୨୦୧୮-୧୯ ମସିହାରେ ୬୩ ଲକ୍ଷ ବୃକ୍ଷ ରୋପଣ ହେବ। ତେବେ କାର୍ଯ୍ୟକ୍ରମକୁ ଆଜି ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନଦୀ କୂଳରେ ଥିବା ୧୫ଟି ଜିଲ୍ଲାର ୧୩୦୩ଟି ଗାଁରେ ଚଳିତବର୍ଷ ୨କୋଟି ଟଛ ଲଗାଯିବ।

‘ସବୁଜ ମହାନଦୀ ମିଶନ’କୁ ନେଇ ସରକାରଙ୍କ ବିଜ୍ଞାପନ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପ୍ରେସ୍‌‌ରଲିଜ୍‌ ଏବଂ ମୁଖ୍ୟମନ୍ତ୍ରୀଙ୍କ ବୟାନ ମଧ୍ୟରେ ତାଳମେଳ ନଥିବା ସ୍ପଷ୍ଟ ହୋଇଛି। ବିଭାଗର ପ୍ରକାଶିତ ବିଜ୍ଞାପନ ଅନୁସାରେ ୫କୋଟି ଗଛ ଲଗାଇବା ପାଇଁ ୫ହଜାର କୋଟି ଟଙ୍କା ଖର୍ଚ୍ଚହେବ। ଅର୍ଥାତ୍‌ ଗୋଟିଏ ଗଛକୁ ହଜାରେ ଟଙ୍କା ସରକାର ଖର୍ଚ୍ଚ କରିବେ। ଯଦି ବାସ୍ତବରେ ଗୋଟିଏ ଗଛ ପାଇଁ ହଜାରେ ଟଙ୍କାର ବ୍ୟୟବରାଦ ହୋଇଥାଏ ତା’ହେଲେ ରାଜକୋଷ ପାଣ୍ଠିର ନିଧୂମ୍‌ ବାଟମାରଣା ଆଶଙ୍କା ରହିଛି। ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଚଳିତବର୍ଷ ୨କୋଟି ଗଛ ଲଗାଯିବ ବୋଲି କହୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପିଆର୍‌ଓଙ୍କ ତଥ୍ୟ ଅନୁସାରେ ୨୦୧୮-୧୯ରେ ମାତ୍ର ୬୩ ଲକ୍ଷ ବୃକ୍ଷ ରୋପଣ ହେବ। ଏପଟେ ଜଙ୍ଗଲ ଓ ପରିବେଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ‘ସବୁଜ ମହାନଦୀ ମିଶନ’ ପାଇଁ ଚଳିତ ଆର୍ଥିକ ବର୍ଷରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହିପରି ୫ ବର୍ଷରେ ମୋଟ ୫୦୦କୋଟି ଟଙ୍କା ଖର୍ଚ୍ଚ ନିମନ୍ତେ ଲକ୍ଷ୍ୟ ରଖାଯାଇଛି।

ତେବେ ପ୍ରଶ୍ନଉଠୁଛି, ମହାନଦୀର ସୁରକ୍ଷା ପାଇଁ ବାସ୍ତବରେ ବିଜେଡି ସରକାର ଏହି ୫ ହଜାର କୋଟି ଟଙ୍କାର ବନୀକରଣ ଯୋଜନା କରିଛନ୍ତି ନା ଦଳୀୟକର୍ମୀ ଓ ନେତାଙ୍କୁ ଗଛ ଲଗାଇବା ନାଁରେ ରାଜକୋଷ ପାଣ୍ଠିକୁ ଟେକି ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।



from OdishaReporter https://ift.tt/2Lv2BSv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages