ମବ୍‌ ଲିନ୍‌ଚିଂ ରୋକିବାକୁ ସବୁ ଜିଲ୍ଳାରେ ଗଠନ ହେବ ସ୍ୱତନ୍ତ୍ର ଟାସ୍କ ଫୋର୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ମବ୍‌ ଲିନ୍‌ଚିଂ ରୋକିବାକୁ ସବୁ ଜିଲ୍ଳାରେ ଗଠନ ହେବ ସ୍ୱତନ୍ତ୍ର ଟାସ୍କ ଫୋର୍ସ

ନୂଆଦିଲ୍ଲୀ: ଦେଶରେ ଗୁଜବକୁ ନେଇ ବଢ଼ି ଚାଲିଥିବା ପିଟିପିଟି ହତ୍ୟା ବା ମବ୍‌ ଲିନଚିଂ ଉପରେ ଲଗାମ ଦେବାକୁ ଆଜି କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କୁ ସାନି ନିର୍ଦ୍ଦେଶ ଦେଇଛନ୍ତି। ମବ୍‌ ଲିନଚିଂ ଉପରେ ରୋକ ଲଗାଇବାକୁ ଏଣିକି ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏସ୍‌ପି ପାହ୍ୟାର ଅଫିସରଙ୍କ ନେତୃତ୍ୱରେ ଏହି ଟିମ୍‌ ଗଠନ କରାଯିବ। ଏହି ଟାସ୍କ ଫୋର୍ସ ସମଗ୍ର ଜିଲ୍ଲା ଉପରେ ନଜର ରଖିବା ସହ ସୋଶାଲ୍‌ ମଡିଆ କଣ୍ଟେଣ୍ଟକୁ ମଧ୍ୟ ତର୍ଜମା କରିବ। ଏହାଦ୍ୱାରା ପିଲା ଚୋରି, ମାନବ ଚାଲାଣ ଓ ଗୋରୁ ଚୋରା ଚାଲାଣ ଗୁଜବ ଯୋଗୁ ଉତ୍ତ୍ୟକ୍ତ ଲୋକମାନଙ୍କ ଆକ୍ରୋଶର ଶିକାର ହେଉଥିବା ପୀଡ଼ିତଙ୍କୁ ରକ୍ଷା କରାଯାଇ ପାରିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ସ୍ପେଶାଲ୍‌ ଟାସ୍କ ଫୋର୍ସ କିମ୍ୱା ଜିଲ୍ଲା ପ୍ରଶାସନ ଯଦି ପୁଲିସ୍‌ ତଦନ୍ତରେ ଅବହେଳା କରୁଛି ବୋଲି ରିପୋର୍ଟ ଦିଅନ୍ତି, ତା’ହେଲେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁପ୍ରିମକୋର୍ଟ ଜୁଲାଇ ୧୭ରେ ଜାରି କରିଥିବା ଗାଇଡ୍‌ ଲାଇନ୍‌ ଅନୁଯାୟୀ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ ମବ୍‌ ଲିନଚିଂକୁ ଗୁରୁତ୍ୱର ସହ ନେଇ ଗଣତନ୍ତ୍ରରେ ଭିଡ଼ତନ୍ତ୍ରର ସ୍ଥାନ ନାହିଁ। ମବ୍‌ ଲିନଚିଂ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆଇନ୍‌ ପ୍ରଣୟନ କରନ୍ତୁ। ଆଇନ୍‌କୁ ହାତକୁ ନେବାର ଅଧିକାର କାହାର ନାହିଁ ବୋଲି କହିଥିଲେ। ଗତକାଲି କେନ୍ଦ୍ର ସରକାର ମବ୍‌ ଲିନଚିଂ ରୋକିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସଚିବଙ୍କ ନେତୃତ୍ୱରେ ଉଚ୍ଚସ୍ତରୀୟ ପ୍ୟାନେଲ ଗଠନ କରିଥିଲେ। ସେହିପରି ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ନେତୃତ୍ୱରେ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଥିଲା।



from OdishaReporter https://ift.tt/2LKaNLz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages