ଧମ୍‌କାଇ କହିଲେ କିସ୍‌ କର, ଭାଇରାଲ କରିଦେଲେ ଭିଡ଼ିଓ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଧମ୍‌କାଇ କହିଲେ କିସ୍‌ କର, ଭାଇରାଲ କରିଦେଲେ ଭିଡ଼ିଓ !

ଆନନ୍ଦପୁର(ମୁନା ସିଂ): “ଏଇ ଚାନ୍ସ ଆଉ ପାଇବୁନି। ଯାହା କରିବା କଥା କର। ଆମେ କିଛି କରିବୁନି, ଯାହା କରିବୁ ତୁ, ମଜା ବି ନବୁ ତୁ।”

ଜଙ୍ଗଲ ଘେରା ପରିବେଶ ଉପରେ ଦୁଇ ପ୍ରେମୀ ଯୁଗଳଙ୍କୁ ଏମିତି କଛି କହୁଥାନ୍ତି ଏକାଧିକ ଯୁବକ। ବ୍ଲାକମେଲ କରିବା ଉଦ୍ଦେଶ୍ୟରେ ସେମାନେ ଏପରି କହୁଥାନ୍ତି। ପ୍ରେମୀ ଯୁଗଳ ତାଙ୍କ କଥାରେ ରାଜି ନ ହେବାରୁ ଜୋର କରି ଉଭୟଙ୍କୁ ଚୁମ୍ବନ କରିବାକୁ ତଥା କିଛି ଆପତ୍ତିଜନକ ଅବସ୍ଥାରେ ରହିବାକୁ ବାରମ୍ବାର କହୁଥାନ୍ତି ଯୁବକମାନେ। ଆଉ ଭୋ ଭୋ ହୋଇ କାନ୍ଦୁଥାନ୍ତି ନାବାଳିକା ଜଣକ। ଏମିତି ଏକ ଭିଡିଓ ସୋଶଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ରେକଡିଂ ହୋଇଥିବା ଏହି ଘଟଣାକୁ ନେଇ ଏବେ ପୋଲିସ ତନାଘନା ଆରମ୍ଭ କରିଛି।

ଆନନ୍ଦପୁର ନିକଟବର୍ତ୍ତୀ ଏକ ପୁରାତନ ପର୍ଯ୍ୟଟନସ୍ଥଳୀକୁ ଆସିଥିବା ଏହି ପ୍ରେମୀଯୁଗଳ ଯୁବକମାନଙ୍କ ଅକ୍ରୋଶର ଶୀକାର ହୋଇଛନ୍ତି।  ଉଭୟଙ୍କ ଭିଡିଓ ସୁଟିଂ ପରେ ଏହା ମୋବାଇଲରୁ  ମୋବାଇଲକୁ ଘୁରି ବୁଲୁଛି । ଯୁବତୀ ଜଣଙ୍କ ଘର ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବକଙ୍କ ମୟୂରଭଞ୍ଜ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ମିଳିଛି । ଏନେଇ ଅଧିକ ତଦନ୍ତ ଜାରି ରଖିଛି ଆନନ୍ଦପୁର ପୋଲିସ କହିଛି। ଉକ୍ତ ଭିଡିଓରେ ଦୁର୍ବୃତ୍ତ ଯୁବକଙ୍କ ମଧ୍ୟରୁ ଜଣଙ୍କ ଫଟୋ ରହିଥିବାରୁ ଏହାକୁ ଆଧାର କରି ପୋଲିସ ଅଭିଯୁକ୍ତଙ୍କୁ ଖୁବ୍‌ ଶିଘ୍ର ଗିରଫ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି।



from OdishaReporter https://ift.tt/2JPr5ku

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages