
ନୂଆଦିଲ୍ଲୀ: ଲୋକସଭାରେ ମୋଦି ସରକାରଙ୍କ ଐତିହାସିକ ତିନ୍ ତଲାକ ବିଲ୍ ପାସ୍ ହୋଇଥିବା ବେଳେ ଚଳିତ ମୌସୁମୀ ଅଧିବେଶନରେ ଏହା ରାଜ୍ୟସଭାର ଅନୁମୋଦନ ପାଇଁ ଆଗତ ହେବ। ଏହି ବିଲ୍କୁ ପୂର୍ବରୁ କଂଗ୍ରେସ ବିରୋଧ କରୁଥିବା ବେଳେ ଆଜି ସମର୍ଥନ କରିବ ବୋଲି କହିଛି। କିନ୍ତୁ ସମର୍ଥନ ପାଇଁ କଂଗ୍ରେସ ମୋଦି ସରକାରଙ୍କ ଆଗରେ କିଛି ସର୍ତ୍ତ ଉପସ୍ଥାପନ କରିଛି। କଂଗ୍ରେସ ମହିଳା ମୋର୍ଚ୍ଚା ଅଧ୍ୟକ୍ଷ ସୁସ୍ମିତା ଦେବ କହିଛନ୍ତି, ମୁସଲିମ ସଂସ୍କୃତିରେ ଚାଲିଥିବା ତିନ୍ ତଲାକ ପ୍ରଥା ବିରୋଧୀ ବିଲ୍କୁ କଂଗ୍ରେସ ସମର୍ଥନ କରିବ। କିନ୍ତୁ ଯଦି ସରକାର ଏହି ବିଲ୍ରେ ଛାଡ଼ପତ୍ରର ଶିକାର ହେଉଥିବା ମହିଳାଙ୍କ ପାଇଁ କ୍ଷତିପୂରଣ ରାଶିର ବ୍ୟବସ୍ଥା କରନ୍ତି, ତା’ହେଲେ ଯାଇ କଂଗ୍ରେସ ଏହାକୁ ସମର୍ଥନ କରିବ। କଂଗ୍ରେସ କେବେ ହେଲେ ତିନ୍ ତଲାକ ବିଲ୍କୁ ବିରୋଧ କରିନାହିଁ। କିନ୍ତୁ ଏବେ କେନ୍ଦ୍ର ସରକାର ବିଲ୍ରେ ଯେଉଁ ବ୍ୟବସ୍ଥା କରିଛନ୍ତି, ତାହା ମୁସଲିମ ମହିଳାଙ୍କୁ କ୍ଷତି ପହଞ୍ଚାଇବ। ତେଣୁ ନର୍ଯାତନାର ଶିକାର ହେଉଥିବା ମହିଳାଙ୍କୁ କ୍ଷତିପୂରଣ ଦେବାର ବ୍ୟବସ୍ଥା ବିଲ୍ରେ ହେବା ଦରକାର। ବିଲ୍ର ଉଦ୍ଦେଶ୍ୟ ହେଉଛି ମୁସଲିମ ମହିଳାଙ୍କୁ ନ୍ୟାୟ ଦେବା ଏବଂ ତିନ୍ ତଲାକ ଉପରେ ଅଙ୍କୁଶ ଲଗାଇବା। କିନ୍ତୁ ମହିଳାଙ୍କ ସ୍ୱାମୀ ଜେଲ୍ ଚାଲିଗଲେ ତାଙ୍କ ଭରଣ ପୋଷଣ କିଏ କରିବ ବୋଲି ଶ୍ରୀମତୀ ଦେବ୍ ପ୍ରଶ୍ନ କରିଛନ୍ତି।
from OdishaReporter https://ift.tt/2LDxXmI
No comments:
Post a Comment