୩୦୦ ସିଟ୍‌ ଜିତିବାକୁ କଂଗ୍ରେସର ରଣନୀତି: ମେଣ୍ଟ ଉପରେ ସୋନିଆଙ୍କ ଗୁରୁତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

୩୦୦ ସିଟ୍‌ ଜିତିବାକୁ କଂଗ୍ରେସର ରଣନୀତି: ମେଣ୍ଟ ଉପରେ ସୋନିଆଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ୩୦୦ଟି ଆସନରେ ଜିତିବା ପାଇଁ  ଗୁରୁତ୍ୱ ଦେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି। ମୋଦି ସରକାରଙ୍କୁ ହଟାଇ କଂଗ୍ରେସ ପୁଣି କେନ୍ଦ୍ରରେ କେମିତି କ୍ଷମତା ଦଖଲ କରିବ, ସେନେଇ ଆଜି ସିଡବ୍ଲ୍ୟୁସି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କଂଗ୍ରେସ ଏକାକୀ ମୋଦି ସରକାରଙ୍କୁ କ୍ଷମତାରୁ ହଟାଇ ପାରିବ ନାହିଁ। ତେଣୁ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ମହାଗଠବନ୍ଧନ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ବିଶେଷ କରି ବିଭିନ୍ନ ରାଜ୍ୟର ଆଞ୍ଚଳିକ ଦଳଗୁଡ଼ିକ ସହ ମିଶି କଂଗ୍ରେସ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବ ବୋଲି ଆଜିର ବୈଠକରେ ଏକ ପ୍ରକାରର ନିଷ୍ପତ୍ତି ହୋଇଛି। ଏଥିସହ ୨୦୧୯ରେ କଂଗ୍ରେସ କିଭଳି ୩୦୦ଟି ଆସନ ଜିତିବ ତା’ ଉପରେ ସ୍ୱତନ୍ତ୍ର ଭାବେ ରଣନୀତି ପ୍ରସ୍ତୁତ କରାଯାଇଛି। ମହାଗଠନବନ୍ଧନ କଥା ଉଠିଥିଲେ ହେଁ ଏହାର ନେତୃତ୍ୱ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନେବେ ବୋଲି ଚୂଡ଼ାନ୍ତ ହୋଇଛି। ମହାଗଠବନ୍ଧନ ବିଜୟୀ ହେଲେ ରାହୁଲ ଗାନ୍ଧି ହିଁ ପ୍ରଧାନମନ୍ତ୍ରୀ ହେବେ। ଏହି ସୂତ୍ରରେ ଆହୁରି କୁହାଯାଇଛି ଯେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ୱରମ୍‌ ପ୍ରଥମେ ୨୦୧୯ ନିର୍ବାଚନରେ କଂଗ୍ରେସ ରଣନୀତି କ’ଣ ହେବ ସେ ସଂକ୍ରାନ୍ତ ଏକ ପ୍ରସ୍ତାବ ବୈଠକରେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଏବେ ୧୨ଟି ରାଜ୍ୟରେ କଂଗ୍ରେସର ଦବଦବା ରହିଛି। ଯଦି ଏହି ସବୁ ରାଜ୍ୟଗୁଡ଼ିକରେ ଦଳ ପକ୍ଷରୁ ଉଚିତ୍‌ ରଣନୀତି ଆପଣା ଯାଏ,  ତା’ହେଲେ କଂଗ୍ରେସ ଏଠାରେ ୧୫୦ଟି ଆସନ ଦଖଲ କରିପାରିବ। ଏହାବାଦ୍‌ ଅନ୍ୟ ଦଳ ସହ ମେଣ୍ଟ କରି କଂଗ୍ରେସ ଆଉ କିଛି ରାଜ୍ୟରେ ବେଶ ଆରାମ୍‌ରେ ଅଧିକ ୧୫୦ଟି ଆସନ ଜିତିପାରିବ। ଏଭଳି ଭାବେ ଚିଦାମ୍ୱରମ୍‌ ୩୦୦ ଆସନ ବିଶିଷ୍ଟ ବିଜୟ ଫର୍ମୂଲା ଦଳ ଆଗରେ ଉପସ୍ଥାପନ କରିଛନ୍ତି। ସିଡବ୍ଲ୍ୟୁସି ବୈଠକରେ ୨୦୧୯ରେ କଂଗ୍ରେସ ମେଣ୍ଟ କରି ନିର୍ବାଚନ ମଇଦାନକୁ ଓହ୍ଲାଇବ ବୋଲି ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି କହିଥିଲେ। ଏହି ସମୟରେ ବରିଷ୍ଠ ନେତା ସଚିନ ପାଇଲଟ୍‌, ଶକ୍ତି ସିଂହ ଗୋହିଲ ଓ ରମେଶ ଛେନ୍ନିଥାଲ୍‌ କହିଥିଲେ ମହାଗଠ ବନ୍ଧନ ହେଲେ କିଛି ଅସୁବିଧା ନାହିଁ। କିନ୍ତୁ ରାହୁଲ ଗାନ୍ଧି ଏହାର ନେତୃତ୍ୱ ନେବେ ଏବଂ କେନ୍ଦ୍ରରେ କଂଗ୍ରେସ ହିଁ ସରକାର ଗଠନ କରିବ। ବୈଠକରେ ସୋନିଆ ଗାନ୍ଧି କହିଛନ୍ତି, ମୋଦି ସରକାରଙ୍କ ପାଇଁ ଓଲଟା ଗଣତି ଆରମ୍ଭ ହୋଇଛି। ମୋଦି କେବଳ ଭାଷଣ ଦେବା ଜାଣିଛନ୍ତି। ଲୋକେ ସବୁ ଜାଣି ସାରିଲେଣି। ତେଣୁ ଖୁବ୍‌ ଅଳ୍ପଦିନରେ ମୋଦି ସରକାରଙ୍କର ପତ୍ତନ ଘଟିବ। ରାହୁଲ ଗାନ୍ଧି ଆଜିର ବୈଠକରେ ଦଳୀୟ ନେତୃତ୍ୱଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦଳୀୟ ନେତୃବୃନ୍ଦ ମନ୍ତବ୍ୟ ଦେବା ବେଳେ ନିଜ ଶବ୍ଦ ଉପରେ ନିୟନ୍ତ୍ରଣ କରିବା ଦରକାର। ନଚେତ ଏହା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ। ଆମେ ଏବେ ବଡ଼ ଲଢ଼େଇ ଆରମ୍ଭ କରିଛୁ। ଏକଥାକୁ ଯେମିତି କେହି ଭୁଲିବା ଉଚିତ୍‌ ନୁହେଁ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ନିକଟରେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‌ ବିଜେପି କ୍ଷମତାକୁ ଆସିଲେ ଭାରତ ହିନ୍ଦୁ ପାକିସ୍ତାନ ହୋଇଯିବ ବୋଲି କହିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ କଂଗ୍ରେସକୁ ସମାଲୋଚନା ହେବାକୁ ପଡ଼ିଥିଲା।



from OdishaReporter https://ift.tt/2A6qMCm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages