ଏହିସବୁ ଟିପ୍ସ ମାନିଲେ, ବର୍ଷାଦିନେ ଆପଣ ରହିବେ ସୁସ୍ଥ ଓ ସୁରକ୍ଷିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଏହିସବୁ ଟିପ୍ସ ମାନିଲେ, ବର୍ଷାଦିନେ ଆପଣ ରହିବେ ସୁସ୍ଥ ଓ ସୁରକ୍ଷିତ

ଯାହା ହେଉ ପ୍ରଚଣ୍ଡ ଖରା ବିଦାୟ ନେଇଛି। ଆଶ୍ୱସ୍ତ ହୋଇଛନ୍ତି ରାଜ୍ୟବାସୀ। ମୌସୁମୀ ଆସିଯାଇଛି। ଝିପିଝିପି ବର୍ଷାରେ ଭିଜୁଛି ସାରା ରାଜ୍ୟ। ଚା’ର ଚୁସ୍‌କି ସାଙ୍ଗକୁ ଗରମାଗରମ ପକୁଡ଼ି ଖାଇ ହୁଏତ ଆପଣ ବି ଝରକା ପାଖରେ ବସି ଏ ବଦଳା ପାଗକୁ ଉପଭୋଗ କରୁଥିବେ। ଏନ୍‌ଜୟ କରନ୍ତୁ, କିଛି ମନା ନାହିଁ କିନ୍ତୁ ଟିକେ ସାବଧାନ ଥିବେ। କାରଣ ମୌସୁମୀ ସିନା ପ୍ରଚଣ୍ଡ ରୌଦ୍ରତାପକୁ ଅବରୋଧ କରିଦେଲା ହେଲେ ଆସିଲା ବେଳେ ଆପଣଙ୍କ ପାଇଁ ନାନାବିଧ ରୋଗ ବି ସାଥିରେ ଧରି ଆସିଛି। ତା ହେଲେ ଆସନ୍ତୁ ଜାଣିବା, ବର୍ଷାଦିନେ କ’ଣ କଲେ ଆମ ଶରୀରକୁ ଆମେ ସୁରକ୍ଷିତ ରଖିପାରିବା।

ସୌନ୍ଦର୍ଯ୍ୟ ବିଶେଷଜ୍ଞ ଭାବା ଶର୍ମାଙ୍କ କିଛି ଟିପ୍ସ ଆମେ ଆପଣଙ୍କ ପାଇଁ ନିମ୍ନରେ ଦେଉଛୁ।

– ଘର ପାଖରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଏସି, ଏୟାର୍‌ କୁଲର୍‌, ଅବ୍ୟବହୃତ ଟାୟାର୍‌ ଇତ୍ୟାଦିରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ଏହାକୁ ଯଥାସମ୍ଭବ ଘରଠାରୁ ଦୂରରେ ରଖନ୍ତୁ। କାରଣ ଏଥିରେ ପାଣି ଜମି ମଶା, ମାଛିଙ୍କ ପ୍ରଜନନ ସ୍ଥଳ ହୋଇଯାଇପାରେ। ଭାଙ୍ଗି ଯାଇଥିବା ପାଣି ପାଇପ୍‌ ମଧ୍ୟ ବଦଳାଇ ଦିଅନ୍ତୁ ।

– ବର୍ଷାରେ ତିନ୍ତି ଆସିବା ପରେ ଗାଧୋଇ ପଡ଼ନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଶରୀର ସଂକ୍ରମିତ ହେବନାହିଁ। ଆପଣ ଯଦି ଅଫିସ୍‌ ଯିବା ସମୟରେ ଭିଜି ଯାଉଛନ୍ତି ଆଉ ସେହି ଓଦା ଦେହରେ ଏସିରେ ବସୁଛନ୍ତି, ତା ହେଲେ ସେମିତି କରନ୍ତୁ ନାହିଁ। ଏହା ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇପାରେ। ଫ୍ୟାନ୍‌ରେ ବସି ଶୁଖିବା ପରେ ଏସି ପାଖରେ ବସିପାରନ୍ତି। କିନ୍ତୁ ଘରକୁ ଫେରି ତୁରନ୍ତ ଗାଧୋଇପଡିବା ଉଚିତ୍‌।

– ପ୍ରଚୁର ପାଣି ପିଅନ୍ତୁ, ହେଲେ ଏହି ପାଣି ଭଲଭାବେ ଛଣା ହୋଇଥିବ ବା ଫିଲଟର୍‌ ହୋଇଥିବା ଆବଶ୍ୟକ। ଶୋଷ ହେଲେ ଏଠି ସେଠି ଢାବା ବା ରାସ୍ତାକଡ଼ ଦୋକାନରୁ ପାଣି ପିଅନ୍ତୁ ନାହିଁ। ଏପରି କରିବା ରୋଗ ନିମନ୍ତ୍ରଣ କରିପାରେ।

– ଘରେ ଥିବା ବେସିନ୍‌ ସବୁବେଳେ ସଫା ସୁତୁରା ରଖନ୍ତୁ। ଏଥିରେ ଯେପରି ଖରା ପଡ଼ିବ ଓ ଏହା ଯେମିତି ସବୁବେଳେ ଶୁଖିଲା ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

– ଘରକୁ ଯେପରି ପବନ ଯାତାୟାତ ସୁଗମ ହେବ ସେହିପରି ବ୍ୟବସ୍ଥା କରନ୍ତୁ।

– ବର୍ଷା ଋତୁରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ। ହଳଦୀ, ତୁଳସୀ, ଜାଇଫଳ, ଲବଙ୍ଗ ଆଦିର ବ୍ୟବହାର ମଧ୍ୟ ନିୟମିତ କରନ୍ତୁ। ଲେମ୍ବୁପାଣି ପିଅନ୍ତୁ ।

– ଘର ଚାରିପଟ ସଫାସୁତରା ରଖିବା ସହ ଆବଶ୍ୟକ ସ୍ଥାନରେ ବ୍ଲିଚିଂ ପାଉଡର୍‌, ଫିନାଇଲ୍‌ ଆଦି ସିଞ୍ଚନ କରନ୍ତୁ।

– ଯଦି ଆପଣ ଅସୁସ୍ଥ ହୋଇପଡ଼ନ୍ତି, ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ମନଇଚ୍ଛା ଆଣ୍ଟିବାଓଟିକ୍‌ ସେବନ କରନ୍ତୁ ନାହିଁ। ଫଳ ଓଲଟା ହୋଇପାରେ।



from OdishaReporter https://ift.tt/2KUUJdC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages