ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବି ଶ୍ରୀମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଥିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 12, 2018

ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବି ଶ୍ରୀମନ୍ଦିର ପ୍ରବେଶ ପାଇଁ ବାରଣ କରାଯାଇଥିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କୁହାଯାଏ, କଲିକତାରେ ରାତି ନାହିଁ କି ପୁରୀରେ ଜାତି ନାହିଁ। କୋଟି କୋଟି ଭକ୍ତଙ୍କ ଆଶା, ବିଶ୍ୱାସ, ଭରସା ଓ ଆସ୍ଥାର ସ୍ଥଳ ହେଉଛି ପୁରୀ ଜଗନ୍ନାଥ ମନ୍ଦିର। କାଇଁ କେଉଁ କାଳରୁ ଶ୍ରୀକ୍ଷେତ୍ର ପୁରୀରେ ବିରାଜମାନ ହୋଇ ଆସୁଥିବା ପ୍ରଭୁ ଜଗନ୍ନାଥ ହେଉଛନ୍ତି ସର୍ବଧର୍ମ ସମନ୍ନୟର ପ୍ରତୀକ। ଜାତି, ଅଜାତି, ଧନୀ, ଗରିବ, ଉଚ୍ଚ-ନୀଚ୍ଚ ସମସ୍ତେ ଏଠି ସମାନ। ଭକ୍ତର ଭାବ ବନୋଦିଆ ଠାକୁର ସେ। ଜାତିରେ ଯବନ ହୋଇ ମଧ୍ୟ ସେ ଭକ୍ତ ସାଲବେଗଙ୍କୁ ଦର୍ଶନ ଦେଇପାରନ୍ତି। ପୁଣି ଦାସିଆ ବାଉରୀ ହାତରୁ ନଡ଼ିଆ ନେଇପାରନ୍ତି।

ସଭିଙ୍କୁ ଆଦରି ନେଇ ପାରୁଥିବା ସେଇ କଳାଠାକୁର ଦ୍ୱାର କିନ୍ତୁ ସମସ୍ତଙ୍କ ପାଇଁ ଖୋଲା ନୁହେଁ। ଅତୀତର କିଛି କାରଣ ପାଇଁ ପୁରୀ ଶ୍ରମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ବାରଣ କରାଯାଇଛି। ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ନେଇ ଏବେ ସୁପ୍ରିମକୋର୍ଟ ଦେଇଥିବା ପ୍ରସ୍ତାବକୁ ଖୁବ୍‌ ବିତର୍କ ସୃଷ୍ଟି କରିଛି। ଚର୍ଚ୍ଚା, ଆଲୋଚନା, ପର୍ଯ୍ୟାଲୋଚନା ଏମିତି କତେ କ’ଣ ତର୍କ ବିତର୍କ ଚାଲିଛି। ପୂର୍ବରୁ ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶକୁ ନେଇ କଟକଣା ଥିବାରୁ, ଦେଶ ବିଦେଶର କେତେକ ଚର୍ଚ୍ଚିତ ବ୍ୟକ୍ତି ମଧ୍ୟ ସିଂହ ଦୁଆରୁ ଫେରି ଯାଇଛନ୍ତି, ସେମାନଙ୍କୁ ଭିତରେ ପ୍ରବେଶ କରିବାକୁ ଦିଆଯାଇନି। ଏହି ଧାର୍ମିକ କଟକଣାର ଶିକାର ହୋଇଥିବା ଲୋକମାନେ ସମସ୍ତେ ଅନ୍ତର୍ଜାତୀୟ ସ୍ତରର ଜଣାଶୁଣା ଚହେରା। କେଉଁମାନେ ଶ୍ରୀମନ୍ଦିରକୁ ଆସି ନିରାଶ ହୋଇ ଫେରିଛନ୍ତି ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ।

ମହାତ୍ମା ଗାନ୍ଧି: ଜାତିର ପିତା ମହାତ୍ମା ଗାନ୍ଧି ୧୯୩୪ ମସିହାରେ ପୁରୀ ଆସିଥିଲେ। ତାଙ୍କ ସହ କିଛି ମୁସ୍‌ଲିମ୍‌, ଖ୍ରୀଷ୍ଟିଆନ ଏବଂ କିଛି ଦଳିତ ବର୍ଗର ସହଯୋଗୀ ଥିଲେ। ହେଲେ ସେତେବେଳେ ପୁରୀ ପ୍ରଶାସନ ଗାନ୍ଧିଜୀଙ୍କୁ ମନ୍ଦିର ପ୍ରବେଶ ପାଇଁ ଅନୁମତି ଦେଇ ନଥିଲା। ଏହାର ପ୍ରତିବାଦରେ ସିଂହଦ୍ୱାରଠାରୁ ଗାନ୍ଧିଜୀ ଏକ ‘ହରିଜନ ପଦଯାତ୍ରା’ ଆରମ୍ଭ କରିଥିଲେ।

ବିନୋବା ଭାବେ: ବିଶିଷ୍ଟ ସମାଜସେବୀ ତଥା ଭୂଦାନ ଆନ୍ଦୋଳନର ନାୟକ ବିନୋବା ଭାବେ ମହାତ୍ମା ଗାନ୍ଧିଙ୍କ ସହ ପୁରୀ ଆସିଥିଲା ବେଳେ ତାଙ୍କୁ ମଧ୍ୟ ଶ୍ରୀମନ୍ଦିର ପ୍ରବେଶ ନେଇ ମନା ହୋଇଥିଲା।

ରବୀନ୍ଦ୍ର ନାଥ ଟାଗୋର:ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ନୋବେଲ ପୁରସ୍କାର ପାଇଥିବା ପଶ୍ଚିମବଙ୍ଗର ପ୍ରତିଷ୍ଠିତ କବି ରବୀନ୍ଦ୍ରନାଥ ଟାଗୋର ପୁରୀ ଆସିଥିବା ବେଳେ, ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇଥିଲେ।

ବି.ର୍‌.ଆମ୍ୱେଦକର: ଭାରତୀୟ ସମ୍ୱିଧାନର ମୁଖ୍ୟ ସ୍ଥପତି ତଥା ସମାଜ ସଂସ୍କାରକ ଡଃ ବି.ଆର୍‌. ଆମ୍ୱେଦକର ୧୯୪୫ରେ ପୁରୀ ଆସିଥିଲେ। ତେବେ ତାଙ୍କୁ ମଧ୍ୟ ମନ୍ଦିର ପ୍ରବେଶ କରାଇ ଦିଆଯାଇ ନଥିଲା।

ଇନ୍ଦିରା ଗାନ୍ଧି: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆଇରନ୍ ଲେଡି ଭାବେ ପରିଚିତ ଇନ୍ଦିରା ଗାନ୍ଧି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରଙ୍କ ଝିଅ ଇନ୍ଦିରା ବ୍ରାହ୍ମଣ ପରିବାରରେ ଜନ୍ମ ହୋଇଥିଲେ ବି ପାର୍ସୀ ସମ୍ପ୍ରଦାୟର ଫିରୋଜ ଗାନ୍ଧୀଙ୍କୁ ବିବାହ କରିଥିଲେ। ୧୯୮୪ ମସିହାରେ ଇନ୍ଦିରା ପୁରୀ ଆସିଥିବା ବେଳେ ମନ୍ଦିର ପ୍ରବେଶ ପାଇଁ ତାଙ୍କୁ ବାରଣ କରାଯାଇଥିଲା।

ଲର୍ଡ଼ କର୍ଜନ: ୧୯୮୯ରୁ ୧୯୦୫ ମସିହା ପର୍ଯ୍ୟନ୍ତ ଭାରତର ଭାଇସ୍ ରୟ ଥିଲେ ଲର୍ଡ଼ କର୍ଜନ। ଭାରତର ଐତିହ୍ୟ ଏବଂ ଭାସ୍କର୍ଯ୍ୟ ପ୍ରତି ତାଙ୍କର ଖୁବ୍‌ ଦୁର୍ବଳତା ଥିଲା। ୧୯୦୦ ମସିହାରେ ସେ ପୁରୀ ଜଗନ୍ନାଥ ମନ୍ଦିର ଆସିଥିଲେ ମଧ୍ୟ ତାଙ୍କୁ ବି ନିରାଶ ହେବାକୁ ପଡ଼ିଥିଲା।

ଏଲିଜାବେଥ୍‌ ଜିଗ୍‌ଲର: ୨୦୦୬ ମେ’ ମାସରେ ସୁଇଜରଲ୍ୟାଣ୍ଡର ନାଗରିକ ଏଲିଜାବେଥ୍‌ ଜିଗ୍‌ଲର ପୁରୀ ଜଗନ୍ନାଥ ମନ୍ଦିରକୁ ଆମେରୀକୀୟ ଡଲାର ୪୦୦,୦୦୦,୦୦ ଦାନ କରିଥିଲେ। ଯାହା ଭାରତୀୟ ମୁଦ୍ରାରେ ୧.୭୮ କୋଟି ଟଙ୍କା ହେବ। ଯଦିଓ ଇତିହାସରେ ଏହି ଦାନର ପରିମାଣ ସର୍ବାଧିକ ହେବ, ତଥାପି ତାଙ୍କୁ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା। କାରଣ ଜିଗ୍‌ଲର ଖ୍ରୀଷ୍ଟିଆନ ପରିବାରରେ ଜନ୍ମ କରିଥିଲେ।

ସ୍ୱାମୀ ପ୍ରଭୁପାଦ: ଇସ୍କନ ଆନ୍ଦୋଳନର ପ୍ରତିଷ୍ଠାତା ସ୍ୱାମୀ ପ୍ରଭୁପାଦ ୧୯୭୭ ମସିହାରେ ତାଙ୍କ ଭକ୍ତଙ୍କ ସହ ପୁରୀ ଆସିଥିଲେ। କିନ୍ତୁ ତାଙ୍କୁ ମଧ୍ୟ ମନ୍ଦି ଆସି ନିରାଶ ହେବାକୁ ପଡ଼ିଥିଲା।

ଥାଇଲ୍ୟାଣ୍ଡର ରାଣୀ ମହାଚକ୍ରୀ ସିରିଧରନ୍‌: ୨୦୦୫ରେ ଥାଇଲ୍ୟାଣ୍ଡର ରାଣୀ ମହାଚକ୍ରୀ ସିରିଧରନ୍‌ ପୁରୀ ଆସିଥିଲେ। ତେବେ ସେ ବୌଦ୍ଧ ଧର୍ମର ଅନୁଗାମୀ ଥିବାରୁ ତାଙ୍କୁ ମନ୍ଦିର ପ୍ରବେଶ କରାଯାଇ ଦିଆଯାଇ ନଥିଲା।



from OdishaReporter https://ift.tt/2zxiliY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages