ଏମିତି ଚାଲିଛି କନ୍ୟା ଶିକ୍ଷା ଯୋଜନା: ୫୫ ହଜାରରୁ ଅଧିକ ଝିଅ ମାଡୁନାହାନ୍ତି ସ୍କୁଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଏମିତି ଚାଲିଛି କନ୍ୟା ଶିକ୍ଷା ଯୋଜନା: ୫୫ ହଜାରରୁ ଅଧିକ ଝିଅ ମାଡୁନାହାନ୍ତି ସ୍କୁଲ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆମ ରାଜ୍ୟରେ ଏମିତି ଚାଲିଛି କନ୍ୟା ଶିକ୍ଷା। ବର୍ତ୍ତମାନ ୫୫,୦୦୦ରୁ ଅଧିକ କିଶୋରୀ ସ୍କୁଲ ମାଟି ମାଡୁନାହାନ୍ତି। ରାଜ୍ୟର ଏଭଳି ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆଣିଛି ମହିଳା ଓ ଶିଶୁ  କଲ୍ୟାଣ ବିଭାଗ। ୧୧ରୁ ୧୪ ବର୍ଷ ବୟସରେ ଏତେ ସଂଖ୍ୟକ କିଶୋରୀ ଅଧାରୁ ପାଠ ଛାଡିଛନ୍ତି କିମ୍ବା ଆଦୌ ସ୍କୁଲ ଯାଇ ନାହାଁନ୍ତି। ସେମାନଙ୍କ ପାଠପଢା ବ୍ୟବସ୍ଥା କରିବାକୁ ଗଣଶିକ୍ଷା ବିଭାଗକୁ ଚିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ହେଲେ ଗଣଶିକ୍ଷା ବିଭାଗ କିନ୍ତୁ ଏହି ତଥ୍ୟକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ।

ବାଳିକା ଶିକ୍ଷାର ପ୍ରସାର କରିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାଗଣା ପୋଷାକ, ବହି, ସାଇକେଲ ଓ ମଧ୍ୟାହ୍ନ ଭୋଜନ ପରି ଯୋଜନା ପ୍ରଣୟନ କରୁଛନ୍ତି। ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନଥିବା ନେଇ ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ସରକାର ଗୋଲାସି ଚିତ୍ର ଦେଖାଇ ବାଃ ବାଃ ନେଉଛନ୍ତି। ହେଲେ ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏହି ତଥ୍ୟ ଏବେ ରାଜ୍ୟ ସରକାରଙ୍କ ଅକଲ ଗୁଡ଼ୁମ୍‌ କରିଦେଇଛି।

ରାଜ୍ୟରେ ୧୧ରୁ ୧୪ ବୟସ ମଧ୍ୟରେ ୫୫,୮୬୮ କିଶୋରୀ ସ୍କୁଲ ମାଟି ମାଡୁ ନାହାଁନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗର କ୍ଷେତ୍ର ଅଧିକାରୀମାନେ ୩୦ ଜିଲ୍ଲାରେ ସର୍ଭେ କରି ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି। ଏହି କିଶୋରୀମାନଙ୍କୁ ସ୍କିମ୍‌ ଫର୍‌ ଆଡୋଲେସେଣ୍ଟ୍‌ ଗାର୍ଲସ୍ (SAG)ରେ ସାମିଲ୍‌ ଲାଗି ସର୍ଭେ ଜରିଆରେ ତଥ୍ୟ ସଂଗ୍ରହ କରାଯାଇଛି।

ତଥ୍ୟ ଅନୁସାରେ, ସ୍କୁଲ୍ ପଢ଼ାରୁ ବଞ୍ଚିତ କିଶୋରୀଙ୍କ ଜିଲ୍ଲାଓ୍ୱାରୀ ତାଲିକାରେ କୋରାପୁଟ ଜିଲ୍ଲାରେ ସର୍ବାଧିକ ୧୦ ହଜାର ୫୯୯, ନବରଙ୍ଗପୁରରେ ୮ ହଜାର ୮୯୯, ମାଲାକାନାଗିରି ଜିଲ୍ଲାରେ ୫ ହଜାର ୫୮୫ କିଶୋରୀ ରହିଛନ୍ତି। ଏମାନଙ୍କ ପାଠପଢ଼ା ବ୍ୟବସ୍ଥା କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ଜଣାଇଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ।

ମହିଳା ଓ ଶିଶୁ କଲ୍ୟାଣ ବିଭାଗର ଏହି ତଥ୍ୟକୁ ଗ୍ରହଣ କରିବାରେ ପ୍ରସ୍ତୁତ ନୁହେଁ ସ୍କୁଲ ଓ ଗଣଶିକ୍ଷା ବିଭାଗ। ବିଭାଗୀୟ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, ୩୦ ସେପ୍ଟେମ୍ବର ୨୦୧୭ ସୁଦ୍ଧା ଓପେପା କରିଥିବା ସର୍ଭେ ଅନୁସାରେ ମାତ୍ର ଏକ ହଜାର ୬୦ ଜଣ କିଶୋରୀ ସ୍କୁଲ୍ ଆସୁ ନାହାଁନ୍ତି। ମହିଳା ଓ ଶିଶୁ କଲ୍ୟାଣ ବିଭାଗ କେଉଁଠୁ ତଥ୍ୟ ଆଣିଲା ଜଣାପଡୁ ନାହିଁ ବୋଲି ମନ୍ତ୍ରୀ ପ୍ରଶ୍ନ କହିଛନ୍ତି।

ଦୁଇଟି ଘଟଣାକୁ ନଜର ପକାଇବା

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ୍ ଚାଙ୍ଗୁଡିପଡା ସ୍କୁଲରେ ପଢୁଥିବା ଲଳିତା ଗୋଲୋରୀ। ବୟସ ମାତ୍ର ୧୨ବର୍ଷ। ପଂଚମ ଯାଏଁ ପଢିବା ପରେ ପରେ ପାଠ ଛାଡିଦେଇଛନ୍ତି। ବାପାଙ୍କ ଦେହାନ୍ତ ପରେ ଆର୍ଥିକ ସମସ୍ୟା ଯୋଗୁ ସ୍କୁଲ ନଯାଇ ଏବେ ଲାଗିଛନ୍ତି କୁଲି ମଜୁରୀରେ।

ଲଳିତା କହିଛି-“ପାଠ ପଢ଼ିବାକୁ ଇଚ୍ଛା ଅଛି। ମାତ୍ର ଘରର ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ପଢ଼ା ଛାଡ଼ି ଦେଲି। ଏବେ ମାଆ ସହିତ କାମ କରିବାକୁ ଯାଉଛି। ସେଥିରୁ ଯାହା ଉପାର୍ଜନ ହେଉଛି, ସଥିରେ ଚଳୁପରି ପରିବାର।”

ଆଉ ଜଣେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ତାର ଗାଁର ଦୁଷିଲା। ଦଶମରେ ପଢୁଥିବା ବେଳେ ଅଧାରୁ ବନ୍ଧା ହେଲା ବହିବସ୍ତାନି। ଏବେ ପରେ ଘରେ କାମ କରି ପରିବାରକୁ ସହାୟତା କରୁଛନ୍ତି।

ଦୁଷିଲା କହିଛନ୍ତି-“ଆର୍ଥିକ ସ୍ଥିତି ଭଲ ନଥିବାରୁ ପାଠ ପଢ଼ା ବନ୍ଦ ହୋଇଗଲା। ଏବେ କୁଲି କାମ କରୁଛି। ପଇସା କେଉଁଠୁ ଆସିବ ପାଠ ପଢ଼ିବି।”



from OdishaReporter https://ift.tt/2LLFkvG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages