ତେଜୁଛି ମଦ ବିରୋଧୀ ଆନ୍ଦୋଳନ: ହେଲେ ପ୍ରଶାସନର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ତେଜୁଛି ମଦ ବିରୋଧୀ ଆନ୍ଦୋଳନ: ହେଲେ ପ୍ରଶାସନର ଭୂମିକାକୁ ନେଇ ଉଠିଛି ପ୍ରଶ୍ନ

Mada Birodhi Andolan

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ଜିଲ୍ଲାରେ ମଦ ବିରୋଧୀ ଆନ୍ଦୋଳନ ଜୋର୍‌ ଧରିବାରେ ଲାଗିଛି। ମହିଳାମାନେ ଏକଜୁଟ ହୋଇ ମଦଭାଟି ଭାଙ୍ଗୁଛନ୍ତି। ବିଦେଶୀ ମଦ ଦୋକାନ ଆଗରେ ବିକ୍ଷୋଭ କରୁଛନ୍ତି। ପ୍ରଶାସନକୁ ଦାବିପତ୍ର ଦେଉଛନ୍ତି। ହେଲେ ଚିରାଚରିତ ଢଙ୍ଗରେ ଚାଲିଛି ବେ‌ଆଇନ୍‌ ମଦ କାରବାର। ଗାଁ ଗଣ୍ଡା ଗଳିକନ୍ଦିରେ ବିକ୍ରି ହେଉଛି ମଦ। ଯାହା ଅସାମାଜିକ କାର୍ଯ୍ୟ ଓ ପାରିବାରିକ ହିସାଂ ବୃଦ୍ଧିର କାରଣ ପାଲଟିଛି।

ଆଜି ବଙ୍ଗୋମୁଣ୍ଡାରେ ଦେଖିବାକୁ ମିଳିଥିଲା ମଦ ବିରୋଧୀ ଆନ୍ଦୋଳନ। ମହିଳାମାନେ ଏକଜୁଟ ହୋଇ ଏକ ଭାଟିରେ ମଦ ପ୍ରସ୍ତୁତି ଓ ବିକ୍ରିକୁ ବିରୋଧ କରିଥିଲେ। ଗାଡ଼ିରେ ଲଦା ଯାଇଥିବା ମଦକୁ ନଷ୍ଟ କରିଥିଲେ। ଭାଟିରେ ଥିବା ମଦକୁ ମଧ୍ୟ ନଷ୍ଟ କରିଥିଲେ। ଏହାସହ ଭାଟିରେ ଭଙ୍ଗାରୁଜା କରିଥିଲେ। ଉଦ୍ଦେଶ୍ୟ, ଗାଁରେ ମଦ ବିକ୍ରି କରାଇ ଦେବେନି। ଏହା ଗାଁର ପରିବେଶକୁ ନଷ୍ଟ କରିବା ସହ ପିଲାମାନଙ୍କୁ ବିପଥଗାମୀ କରୁଥିବା ମହିଳାମାନେ ଅଭିଯୋଗ କରିଥିଲେ।

ଏ ଦୃଶ୍ୟ ଗୋଟିଏ ଦିନର ନୁହେଁ। ଜିଲ୍ଲାର ବିଭିନ୍ନ ସ୍ଥାନରେ ହେଉଛି ଏପରି ମଦ ବିରୋଧୀ ଆନ୍ଦୋଳନ। ମହିଳାମାନେ ଏକାଠି ହେଉଛନ୍ତି, ଭାଟି ଭାଙ୍ଗୁଛନ୍ତି। କିଛିଦିନ ସବୁ ଠିକ୍‌ ଚାଲୁଛି। ହେଲେ ତା’ପରେ ଯଥା ପୂର୍ବଂ ତଥା ପରଂ ନୀତିରେ ପୁଣି ଚାଲୁଛି ବେଆଇନ୍‌ ମଦ ତିଆରି ଓ ବିକ୍ରି।

ସ୍ଥାନୀୟ ପ୍ରଶାସନର କିଛି ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଏହି ମଦ ବ୍ୟବସାୟୀମାନେ ସେମାନଙ୍କ କଳା କାରବାର ଚଳାଇଛନ୍ତି ବୋଲି ଅଭିଯୋଗ ହେଉଛି।

ମହିଳାମାନେ ଏନେଇ ଜିଲ୍ଲାପାଳଙ୍କଠାରୁ ଏସ୍‌ପି, ସମସ୍ତଙ୍କୁ ଭେଟିଛନ୍ତି। ଦାବିପତ୍ର ଦେଇଛନ୍ତି। ହେଲେ କିଛି ଲାଭ ହେଉ ନଥିବା ଅଭିଯୋଗ କରିଛନ୍ତି।

Mada Birodhi Andolanଏହି ମଦ ବିରୋଧୀ ଆନ୍ଦୋଳନର ନେତୃତ୍ୱ ମୁଖ୍ୟତଃ ସ୍ଥାନୀୟ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ନେଉଛନ୍ତି। ସେମାନେ ଅନ୍ୟ ମହିଳାମାନଙ୍କୁ ଏକାଠି କରି ଗାଁ ଓ ସାହିରେ ମଦ ବିକ୍ରି ବନ୍ଦ କରିବାକୁ ଜୋର୍‌ଦାର ପ୍ରୟାସ କରୁଛନ୍ତି। ଯାହା ଏକ ପ୍ରଶଂସନୀୟ ଉଦ୍ୟମ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।

ବର୍ଷେ ହୋଇଗଲାଣି ଏହି ମଦ ବିରୋଧୀ ଆନ୍ଦୋଳନକୁ। ଗତବର୍ଷ ବଲାଙ୍ଗିର ରେଲୱେ ଷ୍ଟେସନ ଅଞ୍ଚଳରୁ ଆରମ୍ଭ ହୋଇଥିଲା ଏହି ଅଭିଯାନ। ଆଜି ଗାଁରୁ ଗାଁ, ସାହିରୁ ସାହିକୁ ବ୍ୟାପି ସାରିଲାଣି। ହେଲେ ଏହି ଅଭିଯାନକୁ ଯେଉଁପରି ସଫଳତା ମିଳିବା କଥା, ମିଳିନାହିଁ ବୋଲି ମତ ପ୍ରକାଶ ପାଉଛି।

ଅତୀତରେ ମଦ କାରବାରରେ ଲିପ୍ତ କିଛି ଲୋକଙ୍କ ନାଁରେ ପୁଲିସ୍‌ ମାମଲା ରୁଜୁ କରିଥିଲା। ହେଲେ ଏହା ଧର୍ମକୁ ଆଖିଠାର ସଦୃଶ ବୋଲି ମହିଳାମାନେ କହୁଛନ୍ତି। କାରଣ ଏବେ ବି ବହୁ ଗାଁ ଓ ସାହିରେ ରାସ୍ତା କଡ଼ ଓ ଘର ପାଚେରି ପାଖରେ ମଦ ବିକ୍ରି ହେଉଛି ବୋଲି ସେମାନେ ଅଭିଯୋଗ କରୁଛନ୍ତି।

ଅନ୍ୟପକ୍ଷରେ ମଦ ବିରୋଧୀ ଆନ୍ଦୋଳନକୁ ଆହୁରି କ୍ରିୟାଶୀଳ କରିବା ପାଇଁ ସହରର ବୁଦ୍ଧିଜୀବୀଙ୍କୁ ନେଇ କ୍ରିୟାନୁଷ୍ଠାନ କମିଟି ଗଠନ ହୋଇଛି। ନିକଟରେ ଜିଲ୍ଲାପାଳଙ୍କ ସହ କମିଟିର ସଦସ୍ୟମାନେ ଆଲୋଚନା ମଧ୍ୟ କରିଛନ୍ତି।

ଆଗାମୀ ଦିନରେ ଏହି ମଦ ବିରୋଧୀ ଆନ୍ଦୋଳନ କେଉଁ ଦିଗରେ ଯିବ ? ସ୍ଥାନୀୟ ପ୍ରଶାସନ କେତେ ମାତ୍ରାରେ ଏହି ଅଭିଯାନକୁ ସହଯୋଗ କରିବ ? ମହିଳାମାନେ ଚଳାଇଥିବା ଏହି ଆନ୍ଦୋଳନ ସଫଳ ହେବ, ନା ବଡ଼ବଡ଼ିଆଙ୍କ ଚାପରେ ଚେପା ହୋଇଯିବ, ସେକଥା ଦେଖିବାକୁ ବାକି ରହିଲା।



from OdishaReporter https://ift.tt/2M4Crmq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages