
ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର): ଭୂତ ଓ ଆତ୍ମା ଏହି ଦୁଇଟିର ସୂରୂପ ଏକାପରି। ଅର୍ଥାତ ଏହି ଦୁଇଟି ତତ୍ତ୍ୱକୁ କେବେ ଦେଖି ହୁଏନି। କୁହାଯାଏ କେବଳ ଏହାକୁ ଅନୁଭବ କରିହୁଏ। ଯଦିଓ ଭୂତପ୍ରେତକୁ ନେଇ ଏବେ ବି କିଛି ଲୋକଙ୍କ ମନରେ ବିଶ୍ୱାସ ରହିଛି ତଥାପି ଏ ସମ୍ପର୍କରେ ପକ୍କା ପ୍ରମାଣ ମିଳି ପାରିନାହିଁ। ଏହି କାରଣରୁ ଅନେକ ଲୋକେ ଭୂତ ଉପରେ ବିଶ୍ୱାସ କରନ୍ତି ନାହିଁ। ବୈଜ୍ଞାନିକଙ୍କ ମତରେ କିଛି ଶକ୍ତି ଅଛି ଯାହା ଦେଖା ଯାଆନ୍ତି ନାହିଁ। ତେଣୁ ସେଗୁଡ଼ିକର ଉପସ୍ଥିତିକୁ ଅଶ୍ୱୀକାର କରାଯାଇ ପାରିବ ନାହିଁ। ତେବେ ଆସନ୍ତୁ ଭୂତ ଓ ଆତ୍ମା ବିଷୟରେ କିଛି ରୋଚକ କଥା ଜାଣିବା।
୧-ଏକ ଗବେଷଣା ଅନୁସାରେ ଦୁନିଆର ସବୁ କୋଣରେ ଭୂତ ଥାଆନ୍ତି।
୨- ଦୁନିଆରେ ଅନେକ ଲୋକ ଯେଉଁମାନେ ଛାୟା ଆକୃତିର ବ୍ୟକ୍ତିଙ୍କୁ ଦେଖିନ୍ତି କିନ୍ତୁ ବୈଜ୍ଞାନିକମାନେ ଏହାକୁ ସେମାନଙ୍କ ମନର ଭ୍ରମ ବୋଲି କହିଥାନ୍ତି।
୩- ମୃତ ବ୍ୟକ୍ତିର ଆତ୍ମାକୁ ହିଁ ଭୂତ କୁହାଯାଏ।
୪- କୌଣସି ଆତ୍ମା ଆପଣଙ୍କର କ୍ଷତି କରିବା ପାଇଁ ସର୍ବପ୍ରଥମେ ଆପଣଙ୍କ ଧ୍ୟାନ ଆକର୍ଷଣ କରିଥାଏ।
୫- ଆତ୍ମା ପାଖରେ ସମୟର କୌଣସି ଅର୍ଥ ନ ଥାଏ।
୬- କିଛି ଭୂତ ଏବଂ ଆତ୍ମା ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି।
୭- ଅଷ୍ଟ୍ରେଲିଆର ପ୍ରିନ୍ସେସ୍ ଥିଏଟର୍ରେ ସଙ୍ଗୀତକାର ଫେଡେରିକ୍ଙ୍କର ଗୀତ ଗାଇବା ସମୟରେ ହୃଦ୍ଘାତରେ ମୃତ୍ୟୁ ହୋଇଥିଲା। କୁହାଯାଏ କି ଆଜି ବି ତାଙ୍କ ଆତ୍ମା ସେଠାରେ ଅଛି। ଏଥିପାଇଁ ଥିଏଟର୍ର ପ୍ରତି ସୋ’ରେ ମଞ୍ଚ ଆଗରେ ଥିବା ସିଟ୍କୁ ଫେଡେରିକ୍ଙ୍କ ପାଇଁ ଖାଲି ରଖାଯାଇଥାଏ। ଫେଡେରିକ୍ ସେହି ସିଟ୍ରେ ଆସି ବସିଥାନ୍ତି।
୮-ମାକ୍ବିଥ୍ଠାରୁ ଆରମ୍ଭ କରି ବାଇବେଲ୍ ପର୍ଯ୍ୟନ୍ତ ଭୂତ ଅଛନ୍ତି ବୋଲି ଦାବି କରାଯାଇଛି।
୯- କୁହାଯାଏ ଆତ୍ମା ରାତିରେ ଜାଗ୍ରତ ଥାଆନ୍ତି। ତେବେ ଆତ୍ମା ଦିନରେ ନ ଆସି ରାତିରେ କଣ ପାଇଁ ଆସିଥାଆନ୍ତି ସେ ସମ୍ପର୍କରେ ବୁଝା ପଡ଼େନି । ହୋଇପାରେ ଶୁନ୍ଶାନ୍ ରାତିରେ ହିଁ ଆତ୍ମା ଥିବାର ଅନୂଭବ ହୋଇଥାଏ।
୧୦- ଭୂତ ବା ଆତ୍ମା ଗୋଟିଏ ରୂପରେ ନ ଥାଆନ୍ତି। ଏମାନେ ଯେ କୌଣସି ରୂପ ଧାରଣ କରି ଆସି ଥାଆନ୍ତି।
୧୧- ଅନେକ ସମୟରେ ଆତ୍ମା ଛାୟାର ହିଁ ରୂପ ନେଇଥାଆନ୍ତି।
୧୨- ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଛୋଟପିଲା ଏବଂ ପଶୁଙ୍କୁ ଭୂତ ଅଧିକ ଦେଖା ଯାଇଥାଆନ୍ତି।
୧୩-ଯଦି ଆଲୋକ ଜଳୁଛି ଏବଂ ଅଚାନକ ଭାବେ ନୀଳ ଆଲୋକ ହୋଇ ବନ୍ଦ ହୋଇ ଯାଉଛି ତେବେ ସେହି ସ୍ଥାନରେ ଭୂତ ଅଛି ବୋଲି କୁହାଯାଏ।
୧୪- କିଛି ଆତ୍ମା ଘରେ ଥିଲେ ବି ହଲ୍ଚଲ୍ ମଧ୍ୟ ହୁଅନ୍ତି ନାହିଁ। କାହିଁକିନା ସେମାନେ ଲୋକଙ୍କର କ୍ଷତି ପହଞ୍ଚାଇବାକୁ ଚାହାଁନ୍ତି ନାହିଁ।
୧୫-ଅଲର୍ବଟ୍ ଆଇସ୍ଟିନ୍ ଏକ ଗବେଷଣାରୁ ପାଇଥିଲେ ଯେ, ଆତ୍ମା ବା ଶକ୍ତି କେଉଁଆଡେ ଯାଇ ନ ଥାନ୍ତି। କେବଳ ତାଙ୍କର ସ୍ୱରୂପ ବଦଳି ଯାଇଥାଏ। ସେମାନେ ଅନ୍ୟ ଏକ ଶରୀରରେ ଶକ୍ତି ରୂପରେ ପ୍ରବେଶ କରିଥାନ୍ତି।
୧୬- କୁହାଯାଏ କି ଆମେରିକାର ହ୍ୱାଇଟ୍ ହାଉସ୍ରେ ଅନେକ ଭୂତ ଅଛନ୍ତି। କିଛି ଲୋକ କୁହନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନ୍ଙ୍କ ଆତ୍ମା ଏବେ ବି ହ୍ୱାଇଟ୍ ହାଉସ୍ରେ ଅଛି।
from OdishaReporter https://ift.tt/2zp6h35
No comments:
Post a Comment