
ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱରରେ ଜଣେ ଦିବ୍ୟାଙ୍ଗ ଯୁବକଙ୍କ କଳା କାରନାମା ଦେଖିବାକୁ ମିଳିଛି। ନକଲି ଚାବିରେ ବସ୍ ଚୋରି ଅଭିଯୋଗରେ ଜଣେ ଦିବ୍ୟାଙ୍ଗ ଯୁବକକୁ ପୋଲିସ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ୱିତ ରାତିରେ ଜଣେ ଦିବ୍ୟାଙ୍ଗ ଯୁବକ ବାଲେଶ୍ୱର ବସ୍ଷ୍ଟାଣ୍ଡରୁ ଏକ ଘରୋଇ ବସ୍କୁ ନକଲି ଚାବିରେ ଫିଟାଇ ନେଇ ଯାଇଥିଲେ। ତେବେ ବସ୍ଟି ସେରଗଡ଼ ଟୋଲ ପ୍ଲାଜାରେ ପହଞ୍ଚିବା ପରେ ଟୋଲ୍ ଗେଟ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ଟଙ୍କା ଦେଇନଥିଲେ। ବସ୍ରେ ହେଲପର୍ କିମ୍ୱା ପାସେଞ୍ଜର ନଥିବା ଦେଖି ଟୋଲ୍ ଗେଟ୍ କର୍ମଚାରୀମାନେ ସନ୍ଦେହ କରିଥିଲେ। ଏନେଇ ସେମାନେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉକ୍ତ ଯୁବକଙ୍କୁ ପଚରାଉଚରା କରିଥିଲା। ହେଲେ ସେ ଭଲ ଭାବେ କଥା କହି ପାରିନଥିବାରୁ ସେ ଦିବ୍ୟାଙ୍ଗ ବୋଲି ଜଣାପଡ଼ିଥିଲା। ଏଥିସହ ବସ୍ଟିକୁ ପୋଲିସ ଜବତ କରିଛି।
ଏନେଇ ବସ୍ର ମାଲିକଙ୍କଠାରୁ ପୋଲିସ ଅବଗତ ହେବାପରେ ଏହି ଯୁବକଙ୍କୁ ଅଟକି ରଖାଯାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ଯୁବକଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି।
from OdishaReporter https://ift.tt/2uj13jS

No comments:
Post a Comment