
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଚାୟତରୁ ଆରମ୍ଭ କରି ବିସ୍ତାରକ ଓ କୋର୍ ଟିମର ସଦସ୍ୟଙ୍କୁ ଶାହା ଦେଇଥିଲେ ହେଭି ଟାସ୍କ। ପ୍ରତି ଟାସ୍କ ପାଇଁ ଡେଡ୍ଲାଇନ୍ ବି ଦେଇଥିଲେ ବିଜେପି କମାଣ୍ଡର୍। ହେଲେ ସବୁଠୁ ବଡ଼ ଟାସ୍କକୁ ନେଇ ଏବେ ଚିନ୍ତାରେ ରାଜ୍ୟ ବିଜେପି। ପ୍ରତି ବୁଥରେ ବିଜେପିର ନୂଆ ସଦସ୍ୟ କରିବା ଓ ପୁରଣା ସଦସ୍ୟଙ୍କ ସହ ସଂପର୍କ ସ୍ଥାପନ କରିବା କାମରେ ନେତା ଓ କାର୍ଯ୍ୟକର୍ତ୍ତା ଲାଗିପଡିଥିଲେ ବି ଶାହାଙ୍କ ଟାସ୍କ କିନ୍ତୁ ପୂରଣ ହୋଇପାରିନି।
୧୫ ଦିନ ଭିତରେ ବୁଥକୁ ଯାଇ ଲୋକଙ୍କ ପାଖରେ କେନ୍ଦ୍ର ସରକାରଙ୍କ କଥା ପହଁଞ୍ଚାଇବାକୁ କହିଥିଲେ ଶାହା। ତେବେ ରାଜ୍ୟର ୩୬ ହଜାର ବୁଥରୁ ଦଳ ଏବେ ସୁଦ୍ଧା ୨୨ ହଜାର ବୁଥରେ ହିଁ ନିଜ ଉପସ୍ଥିତି ଜାହିର କରିପାରିଛି ବିଜେପି। ଶାହାଙ୍କ ନିର୍ଦ୍ଦେଶ କିନ୍ତୁ ସବୁ ବୁଥରେ ସକ୍ରିୟ ସଦସ୍ୟ କର। ଶାହା ଓଡ଼ିଶା ଆସି ଯିବାର ମାସେ ହେଲେ ଏଯାଏ ଟାର୍ଗେଟ୍ ଅନୁଯାୟୀ କାମ ଆଗେଇ ପାରି ନାହିଁ। ପ୍ରତି ପଞ୍ଚାୟତରେ ପ୍ରସଙ୍ଗକୁ ନେଇ ଆନ୍ଦୋଳନ କରିବାକୁ ବି କହିଥିଲେ ଶାହା। ସେଥିପାଇଁ ଆଜି ଟାସ୍କ କେତେ ପୂରଣ ହୋଇଛି ତାର ହିସାବ ନେବାକୁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଭାରୀ ଅରୁଣ ସିଂ।
ଶାହାଙ୍କ ଟାସ୍କକୁ ନେଇ କସରତ ଚାଲିଥିବା ବେଳେ ଦଳର ରାଜ୍ୟ ମଙ୍ଗୁଆଳ ପରିବର୍ତ୍ତନ ଚର୍ଚ୍ଚା ବି ପୁଣି ଥରେ ମୁଣ୍ଡ ଟେକିଛି। ବିଜେପୁର ନିର୍ବାଚନ ପରେ ଏଭଳି ଚର୍ଚ୍ଚା ହୋଇଥିଲା। ଏବେ ବରିଷ୍ଠ ନେତା ପ୍ରତାପ ଷ଼ଡଙ୍ଗୀ ଦିଲ୍ଲୀରେ କିଛି ନେତାଙ୍କ ସହ ଆଲୋଚନା କରି ଫେରିବା ପରେ ପୁଣି କିଛି ମହଲରେ ଏମିତି ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଦଳ କହିଛି ଏବେ ନେତୃତ୍ୱ ପରିବର୍ତ୍ତନର କୌଣସି ସମ୍ଭାବନା ନାହିଁ।
ଅଗଷ୍ଟ ଦିତୀୟ ସପ୍ତାହରେ ଦିଲ୍ଲୀରେ ହେବ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣି ତା ପୂର୍ବରୁ ରାଜ୍ୟ ନେତାଙ୍କୁ ଦିଲ୍ଲୀ ଡାକି ନିଜେ ଦେଇଥିବା ଟାସ୍କର ହିସାବ ନେଇପାରନ୍ତି ଅମିତ ଶାହା।
from OdishaReporter https://ift.tt/2mMkTjV
No comments:
Post a Comment