ଏନ୍‌ଡିଏ ପାଇଁ ସର୍ତ୍ତ ରଖିଲା ପାଶୱାନଙ୍କ ଏଲଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଏନ୍‌ଡିଏ ପାଇଁ ସର୍ତ୍ତ ରଖିଲା ପାଶୱାନଙ୍କ ଏଲଜେପି

ପାଟନା: ବିଜେପି ସହ ମିଶି କେନ୍ଦ୍ରରେ ସରକାର ଗଠନ କରିଥିବା ତଥା କେନ୍ଦ୍ରମନ୍ତ୍ରୀ ରାମ ବିଲାସ ପାଶୱାନଙ୍କ ଲୋକ ଜନଶକ୍ତି ଦଳ(ଏଲ୍‌ଜେପି) ଆଜି ମୋଦି ସରକାରଙ୍କ ଆଗରେ ସର୍ତ୍ତ ଉପସ୍ଥାପନ କରିଛି। ଦଳ କେବଳ ପ୍ରସଙ୍ଗ ଭିତ୍ତିରେ ବିଜେପିକୁ ସମର୍ଥନ କରେ ବୋଲି ଆଜି ଶ୍ରୀ ପାଶୱନଙ୍କ ପୁଅ ଚିରାଗ କହିଛନ୍ତି। ଏଥିସହ ଅନୁସୂଚୀତ ଜାତି ଓ ଜନଜାତି ବିରୋଧରେ ହେଉଥିବା ଅତ୍ୟାଚାରକୁ ରୋକିବାକୁ ପ୍ରଣୟନ ହୋଇଥିବା ଆଇନ୍‌କୁ ସଶକ୍ତ କରିବାକୁ ସେ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି। ଏହାବାଦ୍‌ ଅଗଷ୍ଟ ୯ ସୁଦ୍ଧା ଏନ୍‌ଜିଟି ଅଧ୍ୟକ୍ଷ ଏକେ ଗୋଏଲଙ୍କୁ ହଟାଇବାକୁ ସେ ଦାବି କରିଛନ୍ତି।

ଚିରାଗ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଏଲ୍‌ଜେପିର ବହୁ ଦଳୀୟ ନେତା ଦଳିତ ଓ ଆଦିବାସୀଙ୍କ କଥା କେନ୍ଦ୍ର ସରକାର ବୁଝୁନାହାନ୍ତି ବୋଲି କହୁଛନ୍ତି। ୨୦୧୪ରେ ବିଜେପି ସହ ଯେତେବେଳେ ମେଣ୍ଟ ହୋଇଥିଲା ଏହି ସଂପ୍ରଦାୟର ଲୋକଙ୍କ ସ୍ୱାର୍ଥ ରକ୍ଷା କରିବା ମୂଳ ସର୍ତ୍ତ ରହିଥିଲା। ଦୀର୍ଘ ୪ ମାସ ହେଲାଣି ଦଳ ପକ୍ଷରୁ ଏସ୍‌ସି/ଏସ୍‌ଟି ଆଇନ୍‌କୁ ସଶକ୍ତ କରିବାକୁ ଏକ ସଂଶୋଧିତ ଅଧ୍ୟାଦେଶ ଆଣିବାକୁ ଦାବି କରାଯାଉଛି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଖାତିର କରୁନାହାନ୍ତି। ମୋଦି ସରକାର ଏହା ଉପରେ ବିଚାର କରିବେ ବୋଲି ସେ ଆଶା କରିଛନ୍ତି। ଦରକାର ପଡ଼ିଲେ କ’ଣ ଦଳ ଏନ୍‌ଡିଏର ହାତ ଛାଡ଼ି ଦେବ କି ବୋଲି ପ୍ରଶ୍ନରର ଉତ୍ତର ଦେଇ ଚିରାଗ କହିଛନ୍ତି, ବ୍ରିଜ୍‌ ଆସିଲେ ଏହାକୁ ଅତିକ୍ରମ କରାଯିବା କଥା ଚିନ୍ତା କରାଯିବ।

ଉଲ୍ଲେଖଯୋଗ୍ୟ, ସୁପ୍ରିମକୋର୍ଟ ନିକଟରେ ଏସ୍‌ସି/ଏସ୍‌ଟି ଆଇନ୍‌କୁ ଦୁର୍ବଳ କରିବାକୁ ରୁଲିଂ ଦେଇଥିବା ଅଭିଯୋଗ କରି କିଛି ଦଳିତ ସଂଗଠନ ଅଗଷ୍ଟ ୧୦ରେ ଭାରତ ବନ୍ଦ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ଚିରାଗ କହିଛନ୍ତି, ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍‌ ଗୋଏଲ୍‌ ଦଳିତ ଆଇନ୍‌କୁ ଦୁର୍ବଳ କରିବାକୁ ରୁଲିଂ ଦେଇଥିଲେ। କିନ୍ତୁ ସେ ଅବସର ନେବା ପରେ କେନ୍ଦ୍ର ସରକାର ତାଙ୍କୁ ଏନ୍‌ଜିଟି ଅଧ୍ୟକ୍ଷ କରିଛନ୍ତି।  ସେ ଦଳିତ ବିରୋଧୀ ରାୟ ଦେଇଥିବାରୁ ତାଙ୍କୁ କେନ୍ଦ୍ର ସରକାର ପୁରସ୍କାର ସ୍ୱରୂପ ଏନ୍‌ଜିଟି ଅଧ୍ୟକ୍ଷ କରିଛନ୍ତି ବୋଲି ଦଳିତମାନେ ଭାବୁଛନ୍ତି।  ଫଳରେ କେନ୍ଦ୍ର ବିରୋଧରେ ଏକ ଖରାପ ବାର୍ତ୍ତା ଯାଉଛି। ତେଣୁ କେନ୍ଦ୍ର ସରକାର ଏନ୍‌ଜିଟି ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ହଟାନ୍ତୁ ବୋଲି ସେ କହିଛନ୍ତି।



from OdishaReporter https://ift.tt/2OomRDF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages