ଜାଣିଛନ୍ତି କି, କେଉଁ ଦିନ ଚୁଟି ଓ ନଖ କାଟିବା ଶୁଭ ବା ଅଶୁଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 27, 2018

ଜାଣିଛନ୍ତି କି, କେଉଁ ଦିନ ଚୁଟି ଓ ନଖ କାଟିବା ଶୁଭ ବା ଅଶୁଭ

ଅନେକ ଲୋକ ଦିନ ବାର ଦେଖି ଚୁଟି ଓ ନଖ କାଟିଥାନ୍ତି। କେତେକ ଲୋକ ଏହାକୁ ମାନୁଥିବା ବେଳେ ଅନେକ ଲୋକ ଏହା ମାନି ନ ଥାନ୍ତି। ବିଶେଷ କରି ମହିଳାମାନଙ୍କୁ ଗୁରୁବାର ଓ ଶନିବାର ଦିନ ଓ ନଖ କାଟିବାକୁ  ବାରଣ କରାଯାଇଥାଏ। କିନ୍ତୁ ଶାସ୍ତ୍ରର୍ବିତ୍‌ଙ୍କ କହିବା ଅନୁଯାୟୀ ପୁରୁଷ ହେଉ ଅବା ମହିଳା, ସମସ୍ତଙ୍କୁ ଚୁଟି କାଟିବା କ୍ଷେତ୍ରରେ କିଛିଟା ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏମିତି କିଛି ନିର୍ଦ୍ଦିଷ୍ଟ ଦିନ ରହିଛି ଯେଉଁ ଦିନମାନଙ୍କରେ ଚୁଟି କାଟିବା ଅନୁଚିତ। ଆସନ୍ତୁ ଜାଣିବା କେଉଁ ଦିନ ଚୁଟି ଓ ନଖ କାଟିବା ଶୁଭ ବା ଅଶୁଭ ହୋଇଥାଏ।

୧-ଧାର୍ମିକ ଗ୍ରନ୍ଥ ଅନୁସାରେ ସୋମବାର ଚୁଟି କାଟିବା ଅଶୁଭ ହୋଇଥାଏ। ଏହି ଦିନ ଚୁଟି କାଟିଲେ ମାନସିକ ଅଶାନ୍ତି ଲାଗି ରହିଥାଏ ଓ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

୨- ମଙ୍ଗଳବାର ଦିନ ଚୁଟି କାଟିବାକୁ ବାରଣ କରାଯାଇଥାଏ। ପୁରାଣ ମତ ଅନୁସାରେ ଏହି ଦିନ ଚୁଟି କାଟିଲେ ଆୟୁଷ  କମିଯାଏ।

୩-  ବୁଧବାର ନଖ ଓ ଚୁଟି କାଟିଲେ ଶୁଭ ହୋଇଥାଏ। ଏହା ଦ୍ୱାରା ଘରର ସମୃଦ୍ଧି ବଢ଼ିଥାଏ । ଏହି ଦିନଟି ସବୁ କାର୍ଯ୍ୟ ପାଇଁ ଶୁଭ ହୋଇଥାଏ।

୪- ଗୁରୁବାର ହେଉଛି ଭଗବାନ ବିଷ୍ଣୁଙ୍କ ବାର। ଏହି ଦିନ ନଖ ଓ ଚୁଟି କାଟିଲେ ମା’ ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି। ଅଭାବ ଅନଟନ ଲାଗି ରହିଥାଏ।

୫- ଶୁକ୍ରବାର ଦିନଟି ଚୁଟି ଓ ନଖ କାଟିବା ପାଇଁ ଏକ ଶୁଭ ବାର। ଏହି ଦିନଟି ଶୁକ୍ର ଦେବଙ୍କ ବାର। ଏହି ଦିନରେ ନଖ ଓ ଚୁଟି କାଟିଲେ ମାନ-ସମ୍ମାନ ବୃଦ୍ଧି ହୋଇଥାଏ। ମା’ ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି।

୬- ଶନିବାର ଚୁଟି ଏବଂ ନଖ କାଟିବାଠାରୁ ଦୂରେଇ ରୁହନ୍ତୁ। ନଚେତ ଅଳ୍ପ ଆୟୁ ମଧ୍ୟରେ ଜୀବନ ଚାଲିଯିବାର ଆଶଙ୍କା ରହିଛି।

୭- ରବିବାର ଛୁଟି ଦିନ ହୋଇଥିବାରୁ ଏହି ଦିନ ଲୋକେ ନଖ ଓ ଚୁଟି କାଟିଥାନ୍ତି। ରବିବାରଟି ସୂର୍ଯ୍ୟଙ୍କ ବାର ହୋଇଥାଏ। ଏହି ଦିନ ଚୁଟି କାଟିବା ଦ୍ୱାରା  ଅର୍ଥ ହାନି ଘଟିଥାଏ ବୋଲି ବିଶ୍ୱାସ ରହିଛି।

 

 



from OdishaReporter https://ift.tt/2LG9jVS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages