
ଯାଜପୁର (ଗୁଲାମ ଗସ୍): ଲାଞ୍ଚ ନେଇ ଧରାପଡିଲେ ସରକାରୀ ବାବୁ। ରେଡ୍ ହ୍ୟାଣ୍ଡେଡ୍ ଧରାପଡ଼ିବା ପରେ ବନ୍ଧା ହୋଇଛନ୍ତି। ଏପରି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରେ।
ପୂରା ଖବରଟି ଏହିପରି। ଲାଞ୍ଚ ନେଉଥିବା ବେଳେ ଆଜି ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଯାଜପୁର ଜିଲ୍ଲାର ‘ଦର୍ପଣ’ ଆର୍.ଆଇ. ଦେବ ପ୍ରସାଦ ନାୟକ। ମିଳିଥିବା ସୂଚନା ଅନୁଯାୟୀ, ସେ ଏକ ଜମିର ମିଉଟେସନ୍ ଲାଗି ଭଡ଼ଗାଁ ଗ୍ରାମର ର୍ଜୁନ ସାମଲଙ୍କଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବାକୁ ଦାବି କରିଥିଲେ।
ଲାଞ୍ଚ ଦେବାକୁ ମଧ୍ୟ ରାଜି ହୋଇଥିଲେ ଅର୍ଜୁନ ସାମଲ। ତେବେ ଏ ସଂପର୍କରେ ସେ ଭିଜିଲାନ୍ସକୁ ସୂଚନା ଦେଇ ସାହାଯ୍ୟ ମାଗିଥିଲେ। ଦାବି ମୁତାବକ ଆର.ଆଇ. ଦେବ ପ୍ରସାଦ ଆଜି ନିଜ କାର୍ଯ୍ୟାଳୟରେ ଅର୍ଜୁନଙ୍କଠାରୁ ୮ ହଜାର ଟଙ୍କା ନେଉଥିବା ବେଳେ ଯାଜପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଥିଲା।
from OdishaReporter https://ift.tt/2LG6ULx
No comments:
Post a Comment