ହୋଟେଲ୍‌ରୁ ଘରକୁ ଫେରୁଥିଲେ, ପାହାଡ଼ ଉପରକୁ ଟେକିନେଇ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ହୋଟେଲ୍‌ରୁ ଘରକୁ ଫେରୁଥିଲେ, ପାହାଡ଼ ଉପରକୁ ଟେକିନେଇ…

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ମରିଗଲା ମାନବିକତା। ହୋଟେଲ୍‌ରୁ କାମ କରି ଘରକୁ ଫେରୁଥିବା ବେଳେ ଜଣେ ଯୁବତୀଙ୍କୁ ଦୁଇଜଣ ଯୁବକ ବଳପୂର୍ବକ ଟେକି ନେଇଥିଲେ। ପରେ ତାଙ୍କୁ ଏକ ପାହାଡ଼ ଉପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଇଦିନ ପରେ ଯୁବତୀ ଜଣକ ସେମାନଙ୍କ କବଳରୁ ମୁକୁଳି ଥାନାରେ ଅଭିଯୋଗ କରିଥିଲେ। ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ୨୮ ତାରିଖ ରାତିରେ ଜଣେ ଯୁବତୀ ଏକ ହୋଟେଲରୁ କାମ ସାରି ଘରକୁ ଫେରୁଥିଲେ। ୨୧ ନମ୍ବର ସେକ୍ଟର ଛକ ନିକଟରେ ଦୁଇଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ବଳପପୂର୍ବକ ତାଙ୍କୁ ଟେକିନେଇ ଟିମ୍ବର କଲୋନୀ ନିକଟ ଦୁର୍ଗାପୁର ପାହାଡ଼ ଉପରେ ଜଣେ ପରେ ଜଣେ ଦୁଷ୍କର୍ମ କରିଥିଲେ। ଦୁଇଦିନ ଧରି ତାଙ୍କୁ ଦୁଷ୍କର୍ମ କରାଯାଇଥିଲା।

ରାତିରେ ଯୁବତୀ ଜଣକ ଘରକୁ ନ ଫେରିବାରୁ ପରିବାର ଲୋକେ ଏନେଇ ୩ ନମ୍ବର ସେକ୍ଟର ଥାନାରେ ଏତେଲା ଦେଇଥିଲେ। ପୁଲିସ ନିଖୋଜ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଦୁଇଦିନ ପରେ ଯୁବତୀ ଜଣକ କୌଶଳ କ୍ରମେ ସେଠାରୁ ଖସି ଆସି ଘରେ ପହଞ୍ଚିଥିଲେ। ତା‘ପରେ ଯୁବତୀ ଜଣକ ନିଜ ଭଉଣୀ ସହିତ ଯାଇ ଏତେଲା ଦେଇଥିଲେ। ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ପୁଲିସ ଗଣ ଦୁଷ୍କର୍ମ ମାମଲା ରଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏବେ ଗଣଦୁଷ୍କର୍ମ କରିଥିବା ଦୁଇ ଯୁବକ ଫେରାର ଅଛନ୍ତି। ପୁଲିସ୍ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।



from OdishaReporter https://ift.tt/2KbVg5D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages