ସରକାରୀ ଅଫିସ୍‌ରେ ଟିଟୋ ଭୁତ, ଘାଣ୍ଟୁଛି ଭିଜିଲାନ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ସରକାରୀ ଅଫିସ୍‌ରେ ଟିଟୋ ଭୁତ, ଘାଣ୍ଟୁଛି ଭିଜିଲାନ୍ସ

କେନ୍ଦ୍ରାପଡ଼ା (ପ୍ରଭାତ ପରିଡ଼ା): ଗ୍ୟାଙ୍ଗଷ୍ଟର୍‌ ଟିଟୋ ଲିଙ୍କ୍‌ରେ ଆଜି ପୁଣି ସରକାରୀ ଅଫିସରେ ଚଢ଼ଉ କରାଯାଇଛି। କେନ୍ଦ୍ରାପଡ଼ା ମ୍ୟୁନିସିପାଲ୍‌ଟି, କେନ୍ଦ୍ରାପଡ଼ା ତହସିଲ, ଡେରାବିଶ୍‌ ତହସିଲ୍ ଓ ମହାକାଳପଡ଼ା ତହସିଲରେ ଚଢ଼ଉ କରିଛି ଭିଜିଲାନ୍ସ। ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଓ କେନ୍ଦ୍ରାପଡ଼ା ବାଇପାସ୍‌ରେ ଥିବା ଟିଟୋର ପେଟ୍ରୋଲ୍‌ ପମ୍ପରେ ମଧ୍ୟ ଚଢ଼ଉ ହୋଇଛି। ଟିଟୋ ସରକାରୀ ଜମି ଜବର ଦଖଲ କରିଛି କି ନାହିଁ, ତା’ର ଯାଞ୍ଚ କରାଯାଇଛି। ପେଟ୍ରୋଲ ଟାଙ୍କିରେ ଅମିନ ଓ ଆର୍‌ଆଇଙ୍କୁ ନେଇ ଜାଗା ମାପଚୁପ କରାଯାଉଛି। ଭିଜିଲାନ୍ସର ୬ ଜଣିଆ ଟିମ୍ ଏହି ଚଢ଼ଉ କରୁଛି। ଆଗରୁ ମଧ୍ୟ ଟିଟୋ ଲିଙ୍କରେ ବିଭିନ୍ନ ସରକାର ଅଫିସରେ ଚଢ଼ଉ କରାଯାଇଥିଲା।

ଜୁନ୍‌ ୩୦ ତରିଖରେ ଚଣ୍ଡିଖୋଲରେ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ ଟିଟୋକୁ ଏନ୍‌କାଉଣ୍ଟର କରିଥିଲା। ଟିଟୋର ବାମ ଗୋଡ଼ର ଆଣ୍ଠୁ ପାଖରେ ଗୁଳି ବାଜିଥିଲା। ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତା’ ପରଦିନ ଅର୍ଥାତ ଜୁଲାଇ ୧ ତାରିଖରେ ତାକୁ ଗିରଫ କରାଯାଇଥିଲା। ଏହାସହ ତା’ର ଜଣେ ପରେ ଜଣେ ସହଯୋଗୀକୁ ଗିରଫ କରିଥିଲା ଏସ୍‌ଟିଏଫ୍‌।

ପରେ କ୍ରାଇମବ୍ରାଞ୍ଚ ଟିଟୋକୁ ରିମାଣ୍ଡରେ ଗୁମର ଖୋଲିଥିଲା। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ଶୋରୁମ ଓ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ରେ ଟିଟୋ ଟଙ୍କା ଲଗାଇଥିବାର ସୁରାକ ପାଇଥିଲା ଏସ୍‌ଟିଏଫ୍‌। ଖାଲି ସେତିକି ନୁହେଁ, ଟିଟୋ ନାଁରେ ରାଜ୍ୟ ବାହାରେ ଏକାଧିକ ହୋଟେଲ୍ ରହିଥିବାର ପ୍ରମାଣ ପାଇଥିଲା। ତା’ସାଙ୍ଗକୁ ଜାଗୁଆର୍‌ ଓ ଅଡି ଭଳି ଦାମୀ କାର୍ ମଧ୍ୟ ଟିଟୋ ପାଖରେ ଥିବା ଜାଣିବାକୁ ପାଇଥିଲା। ଟିଟୋ ସମ୍ପତ୍ତିର ଅନୁମାନିକ ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କ୍ରାଇମବ୍ରାଞ୍ଚ ପୂର୍ବନୁମାନ କରିଛି।



from OdishaReporter https://ift.tt/2M5ZCNt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages