
ପୁରୀ: ରାଥଯାତ୍ରାରେ ୩ ଠାକୁର ଗୁଣ୍ଡିଚା ମନ୍ଦିର ଆସି ଶ୍ରୀମନ୍ଦିରକୁ ଫେରି ଯାଇଥିଲେ ମଧ୍ୟ ଆଜି ଯାଏ ପ୍ରଶାସନ ପକ୍ଷରୁ ଗୁଣ୍ଡିଚା ମନ୍ଦିରରେ ସଫେଇ କାମ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନଥିଲା । ଫଳରେ ମନ୍ଦିର ଭିତରେ କୁଢ଼କୁଢ଼ ଅଳିଆ ଆବର୍ଜନା ପୂର୍ବଭଳି ପଡ଼ି ରହିଥିଲା।
ଅବଢ଼ା ହାଣ୍ଡିଠାରୁ ଆରମ୍ଭ କରି କଦଳୀ ପତ୍ର, ଫୁଲ ଓ ଅନ୍ୟାନ୍ୟ ସାମଗ୍ରୀ ପଡ଼ିବା ଯୋଗୁ ମନ୍ଦିର ପରିସର ଅପରିଷ୍କାର ଦିଶୁଥିଲା। କିନ୍ତୁ ପ୍ରଶାସନ ମନ୍ଦିରର ଏଥିପ୍ରତି ଧ୍ୟାନ ଦେବାରୁ ଆଜି ନୂଆ ଓଡ଼ିଶା ନିର୍ମାଣ ଅଭିଯାନ ପକ୍ଷରୁ ସଫେଇ କରାଯାଇଛି।
କେବଳ ମହାପ୍ରଭୁଙ୍କ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ନୁହେଁ ସ୍ୱର୍ଗଦ୍ୱାରଠାରେ ମଧ୍ୟ ଏହି ଅନୁଷ୍ଠାନ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଛି।
ସଂଗଠନକୁ ଏହି ସଫେଇ କାର୍ଯ୍ୟକ୍ରମରେ ସ୍ଥାନୀୟ ସାମାଜିକ ସଂଗଠନ ହୋପ୍ ଇଜ୍ ଲାଇଫ୍, ସାହି ଭାଇ ଏବଂ ଅନ୍ୟ କେତେକ ସଂଗଠନ ସହଯୋଗ କରିଥିଲେ।
ସେହିପରି ସ୍ୱର୍ଗ ଦ୍ୱାରକୁ ଶବ ସହ ଆସୁଥିବା ବିଭିନ୍ନ ସାମଗ୍ରୀ ସେଠାରେ ପଡ଼ି ରହୁଛି। ଫଳରେ ଏଠାରେ ମଧ୍ୟ ପରିବେଶ ପ୍ରଦୂଷିତ ହେଉଥିଲା।
ତେଣୁ ନୂଆ ଓଡ଼ିଶା ଅଭିଯାନ ନିର୍ମାଣ ଅଭିଯାନ ପକ୍ଷରୁ ପୁରୀର ହୋପ୍ ଇଜ୍ ଲାଇଫ୍, ସାହି ଭାଇ,ଜନଜାଗରଣ ମଞ୍ଚ, ହରିପୁର ୟୁଥ୍ କ୍ଲବ, ପିପୁଲ ଫର ସୋସାଇଟି ଭଳି ଅନେକ ସଂଗଠନ ଓ ସ୍ଥାନୀୟ ଯୁବକ ମିଳିତ ଭାବେ ସଫେଇ କରିଛନ୍ତି।
from OdishaReporter https://ift.tt/2OlSNc5


No comments:
Post a Comment