ସର୍ପ ଦଂଶନରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ସାପ କାମୁଡ଼ିଲେ ହଠାତ୍‌ କ’ଣ କରିବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ସର୍ପ ଦଂଶନରେ ଚାଲିଗଲା ଦୁଇ ଭାଇଙ୍କ ଜୀବନ, ସାପ କାମୁଡ଼ିଲେ ହଠାତ୍‌ କ’ଣ କରିବେ

ଲକ୍ଷ୍ନୋ: ଉତ୍ତରପ୍ରଦେଶର ବାଲିଆ ଜିଲ୍ଲା ସୁଖପୁରା ପୋଲିସ ଷ୍ଟେସନ୍‌ ଅଧୀନରେ ଏକ ଅଭାବନୀୟ ଘଟଣା ଘଟିଛି।  ଗୋଟିଏ ବିଛଣାରେ ଦୁଇ ଭାଇ ଶୋଇ ଥିବା ବେଳେ ସର୍ପ ଦଂଶନରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜ୍‌ କୁମାର ରାମଙ୍କ ଦୁଇ ପୁଅ ରବି(୧୦) ଏବଂ ଅକ୍ଷୟ(୧୩)। ଉଭୟେ ଗତକାଲି ରାତିରେ ଖାଇ ପିଇ ଶୋଇଥିଲେ। ତେବେ କୌଣସିମତେ ଏକ ବିଷଧର ସାପ ଘର ଭିତରକୁ ପ୍ରବେଶ କରି ଉଭୟଙ୍କୁ ଦଂଶନ କରିଥିଲା।

ପୋଲିସ କହିବା ଅନୁଯାୟୀ ପ୍ରାଥମିକ ଅବସ୍ଥାରେ ପରିବାର ଲୋକେ ଉଭୟଙ୍କୁ ମେଡିକାଲ ନ ନେଇ ଝଡ଼ାଫୁଙ୍କା କରିଥିଲେ। ଧୀରେ ଧୀରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଭାଇଙ୍କ ମୃତ୍ୟୁ ଘଟିଥିଲା।

ସାପ କାମୁଡ଼ିଲେ ହଠାତ୍‌ କଣ କରିବେ

୧-ଯେଉଁ ସ୍ଥାନରେ ସାପ ଦଂଶନ କରିଥିବ ହଠାତ୍‌ ଏକ ରସି ଆଣି ଏହାର ଉପର ଅଂଶକୁ ଟାଇଟ୍‌ କରି ବାନ୍ଧି ଦେବେ। ଯେପରି ବିଷ ଶରୀରକୁ ଆଉ କୌଣସି ଅଂଶକୁ ଚରି ପାରିବନି।

୨-କାହାକୁ ସାପ କାମୁଡ଼ି ଥିଲେ ହଠାତ୍‌ ତାଙ୍କୁ ଡରାନ୍ତୁ ନାହିଁ। କାରଣ ସାପ କାମୁଡ଼ିଥିଲେ ଲୋକେ ସଙ୍ଗେ ସଙ୍ଗେ ଆତଙ୍କ ଖେଳାଇ ଦିଅନ୍ତି। ଆଉ ଏହି ଡରରେ ବେଳେ ବେଳେ ପୀଡ଼ିତା ମାନସିକ ଭାରସାମ୍ୟ ହରାଇ ମୃତ୍ୟୁମୁଖରେ ପଡ଼ିବାର ଆଶଙ୍କା ରହିଛି।

୩-ଆପଣ ଯେତେ ସମ୍ଭବ ପୀଡ଼ିତାଙ୍କୁ ସ୍ଥାନୀୟ ମେଡିକାଲକୁ ନେଇପାରିବେ।

୪-ତେବେ ଗୋଟିଏ କଥା ଧ୍ୟାନ ଦିଅନ୍ତୁ ସାପ କାମୁଡ଼ିଲେ ବିଷେଶ କିଛି ଆୟୁର୍ବେଦିକ ଚିକିତ୍ସା କରନ୍ତୁ ନାହିଁ କିମ୍ବା ଗୁଣିଗାରେଡ଼ି ଚକ୍କରରେ ପଡ଼ନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଘାତକ ହୋଇପାରେ।



from OdishaReporter https://ift.tt/2mQLFI0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages