ମାସକ ପରେ ବି ସତ୍ୟପାଠ ଦାଖଲ କରିନାହାନ୍ତି ଜିଲ୍ଲାପାଳ କି ଶ୍ରୀମନ୍ଦିର ପ୍ରଶାସନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ମାସକ ପରେ ବି ସତ୍ୟପାଠ ଦାଖଲ କରିନାହାନ୍ତି ଜିଲ୍ଲାପାଳ କି ଶ୍ରୀମନ୍ଦିର ପ୍ରଶାସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ନେଇ ପ୍ରଶାସନର ଯେପରି ନିଦ ଭାଙ୍ଗୁନି । ଘଟଣାରେ ବିଚାର ବିଭାଗୀୟ ତଦନ୍ତ କମିଶନ ଗଠନର ମାସେ ବିତିଲାଣି  ହେଲେ ରାଜ୍ୟ ସରକାର, ପୁରୀ ଜିଲ୍ଲା ପ୍ରଶାସନ କି ଶ୍ରୀମନ୍ଦିର ପ୍ରଶାସନ କାହା ପକ୍ଷରୁ ବି ଦାଖଲ ହୋଇନି ଆବଶ୍ୟକୀୟ ସତ୍ୟପାଠ ।

ରଥଯାତ୍ରା ଆଳ ଦେଖାଇ ଯେମିତି ସମସ୍ତେ ଅଚିନ୍ତା ନିଦରେ ଶୋଇଛନ୍ତି । ଏଣେ ଆଜି ତଦନ୍ତ କମିଶନର ରଘୁବୀର ଦାସ ନିଜେ ପୁରୀ ଆସି ଜିଲ୍ଲାପାଳଙ୍କଠୁ ମନ୍ଦିର ପ୍ରଶାସକଙ୍କ ଯାଏଁ ସମସ୍ତଙ୍କୁ ତୁରନ୍ତ ସତ୍ୟପାଠ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଶାସନର ଏଭଳି ଆଚରଣକୁ ନେଇ କ୍ଷୁବ୍ଧ ହୋଇଛନ୍ତି ସେବାୟତ।  କହିଛନ୍ତି ଯେତେ ବିଳମ୍ବ ହେବ, ଅଡ଼ୁଆ ସେତେ ବଢିବ।

ସୂଚନା ଯୋଗ୍ୟ,  ଶ୍ରୀମନ୍ଦିରର ଦୁର୍ଲଭ ଭିତର ରତ୍ନଭଣ୍ଡାର ଚାବି ହଜିବା ପରେ ରାଜ୍ୟବ୍ୟାପୀ ହଇଚଇ ଖେଳି ଯାଇଥିଲା। ଚାବି ହଜିବା ସମ୍ପର୍କରେ ପ୍ରଥମେ ଜିଲାପାଳ ଅତି ହାଲକା ଭାବେ ମନ୍ତବ୍ୟ ଦେଇଥିଲେ। ପରେ ଘଟଣା ସମ୍ବେଦନଶୀଳ ହୋଇ ପଡ଼ିବାରୁ ପୁରୀ ରେକର୍ଡ ରୁମ୍‌ରୁ ଡୁପ୍ଲିକେଟ୍ ଚାବି ମିଳିଗଲା ବୋଲି କୁହାଗଲା।

ହେଲେ ପ୍ରଶ୍ନ ଉଠିଛି ରତ୍ନଭଣ୍ଡାର ଚାବି ସେଠାକୁ ଗଲା କେମିତି ? ଯାହା ଆଜିବି ସ୍ପଷ୍ଟ ହୋଇନାହିଁ। ଏମିତି ଅନେକ ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ଆଜି ପୁରୀ ଆସିଥିଲେ ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ କରୁଥିବା ଜଷ୍ଟିସ୍ ରଘୁବୀର ଦାସ।

ତଦନ୍ତ କମିଶନ ଗଠନ ହେବାର ୟା ଭିତରେ ମାସେ ବିତିଗଲାଣି, ହେଲେ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ କି ଜିଲ୍ଲା ପ୍ରଶାସନ କେହି ବି ସତ୍ୟପାଠଟିଏ ଦାଖଲ କରିନାହାନ୍ତି । ସତ୍ୟପାଠ ଗ୍ରହଣ ବିଜ୍ଞାପନ ପ୍ରକାଶ ପରେ ଯେଉଁ ୪ଟି ମାତ୍ର ସତ୍ୟପାଠ ଦାଖଲ ହୋଇଛି ସେଥିରେ ବି ସେମିତି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ନ ଥିବା କହିଛନ୍ତି କମିଶନ। ତେଣୁ ଆବଶ୍ୟକୀୟ ତଥ୍ୟ ସହ ସତ୍ୟପାଠ ଦେବାକୁ ଆଜି ଜିଲ୍ଲାପାଳ, ଏସ୍‌ପି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଡାକି ମୌଖିକ ଭାବେ ବୁଝାଇ ଦେଇଛନ୍ତି ଜଷ୍ଟିସ୍ ଦାସ।



from OdishaReporter https://ift.tt/2OumGXv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages