ଭାବିଚିନ୍ତି ପିଲାର ନାମକରଣ କରନ୍ତୁ: ନହେଲେ ଲଜ୍ଜିତ ହୋଇପାରେ ଆପଣଙ୍କ ପିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଭାବିଚିନ୍ତି ପିଲାର ନାମକରଣ କରନ୍ତୁ: ନହେଲେ ଲଜ୍ଜିତ ହୋଇପାରେ ଆପଣଙ୍କ ପିଲା

କୌଣସି ବି ବ୍ୟକ୍ତିଙ୍କ ନାମ ତାଙ୍କ ଜୀବନରେ ଅନେକ ମହତ୍ତ୍ୱ ରଖେ। କାରଣ, ବ୍ୟକ୍ତିର ନାମ ତା’ର ସ୍ୱଭାବ ଉପରେ ପ୍ରଭାବ ପକାଇଥାଏ। ଭାରତରେ ଅନେକ ବଡ଼ ବଡ଼ ସେଲେବ୍ରେଟି ତାଙ୍କ ନାମ ବଦଳାଇଥିବା ଦେଖାଯାଇଛି। ଆଉ ନାମ ବଦଳାଇବା ପରେ ସେମାନେ ସମସ୍ତେ ସଫଳ ହୋଇଛନ୍ତି। ବଲିଉଡ୍‌ର ଟ୍ରାଜେଡି କିଙ୍ଗ୍‌ ଦିଲ୍ଲୀପ୍‌ କୁମାର, ଅମିତାଭ ବଚ୍ଚନ, ଅଜୟ ଦେବ୍‌ଗନ୍‌ ଓ ରଜନୀକାନ୍ତ, ଏମାନେ ସମସ୍ତେ ନାମ ପରିବର୍ତ୍ତନ କରିବା ପରେ ସଫଳତା ପାଇଥିବାର ଦେଖାଯାଇଛି।

ସେହିପରି ଓଲିଓଡ୍‌ର ସୁପରଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର, କିମ୍ବା ଅଭିନେତା ତଥା ଗୀତିକାର ଶ୍ରୀକାନ୍ତ ଗୌତମ ସେମାନଙ୍କ ନାମ ପରିବର୍ତ୍ତନ କରିଛନ୍ତି। ନ୍ୟୁମୋରୋଲଜି ଅନୁସାରେ ବଲିଉଡ୍‌ର ଆହୁରି ଅନେକ କଳାକାର ତାଙ୍କ ପୁରୁଣା ନାମ ପରିବର୍ତ୍ତନ କରିଛନ୍ତି।

ଣ କହେ ଶାସ୍ତ୍ର ?

ହିନ୍ଦୁ ଧର୍ମରେ ୧୬ଟି ସଂସ୍କାର ରହିଛି। ସେଥିମଧ୍ୟରୁ ନାମକରଣ ସଂସ୍କାର ଗୋଟିଏ। ନାମକରଣ ସଂସ୍କାରର ପରମ୍ପରା ବହୁ ପ୍ରାଚୀନ ସମୟରୁ ଚାଲିଆସିଛି। ବ୍ୟକ୍ତିର ନାମକରଣ ତା’ ଜୀବନରେ ଅନେକ ପ୍ରଭାବ ପକାଏ ବୋଲି ବିଶ୍ୱାସ ଥିବାରୁ ବହୁ ବିଦ୍ୱାନ ବ୍ୟକ୍ତି ପିଲାଙ୍କ ନାମକରଣ କରିବା ପୂର୍ବରୁ ଅନେକ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି। ପୁରାଣ ଶାସ୍ତ୍ରରେ ରାଜାରାଜୁଡ଼ାଙ୍କର ପିଲା ହେଲେ ନାମକରଣ କରିବା ପାଇଁ ବିଦ୍ୱାନମାନଙ୍କୁ ଡକାଯାଉଥିଲା। ବିଦ୍ୱାନମାନେ ବହୁ ବିଚାର ବିମର୍ଶ ତଥା ଗଣନା ପରେ ରାଜାଙ୍କ ପିଲାଙ୍କର ନାମ ରଖୁଥିଲେ। ଭବିଷ୍ୟତରେ ପିଲାଟି ସେହି ନାଁରେ ପରିଚିତ ହେଉଥିଲା।

ନାମକରଣର ଯଥାର୍ଥତା

ଅନେକ ସମୟରେ ଦେଖାଯାଏ, ବାପା ମା’ ଓ ପରିବାର ଲୋକେ ଶ୍ରଦ୍ଧାରେ ସେମାନଙ୍କ ପିଲାଙ୍କ ଏପରି ଦେଇଥାନ୍ତି ଯେ, ପିଲାମାନେ ବଡ଼ ହେଲେ କେବଳ ତାଙ୍କ ନାଁ ପାଇଁ ଥଟ୍ଟା, ପରିହାସର ଶିକାର ହୁଅନ୍ତି। ଏଥିପାଇଁ ସେମାନେ ଲଜ୍ଜିତବୋଧ କରନ୍ତି। ଶେଷରେ ବାଧ୍ୟ ହୋଇ ତାଙ୍କୁ ତାଙ୍କ ନାଁ ବଦଳାଇବାକୁ ପଡ଼େ।

ଆଜିବି ଗାଁ ଗହଳିରେ ଆପଣ ଏମିତି ଅନେକ ନାଁ ଶୁଣିଥିବେ, ଯାହା ହୁଏତ ଆପଣଙ୍କ ପାଇଁ ହାସ୍ୟାସ୍ପଦ ହୋଇଥିବ କିନ୍ତୁ ସେହି ନାମଧାରୀ ବ୍ୟକ୍ତିଙ୍କୁ ଏହା ଲଜ୍ଜିତ କରୁଥିବ। ତେଣୁ ପିଲାର ନାମକରଣ କରିବା ପୂର୍ବରୁ ଭଲଭାବେ ଚିନ୍ତା କରନ୍ତୁ। ଆପଣ ଦେଇଥିବା ନାଁ ପାଇଁ ଭବିଷ୍ୟତରେ ଯେପରି ଆପଣଙ୍କ ପିଲାକୁ ଲଜ୍ଜିତ ହେବାକୁ ପଡ଼ିବ ନାହିଁ ସେଥିପ୍ରତି ଧ୍ୟାନ ଦିଅନ୍ତୁ। କାରଣ ଆପଣ ଆପଣଙ୍କ ପିଲାର ଯେଉଁ ନାଁ ରଖିବେ, ପିଲାଟି ଭବିଷ୍ୟତରେ ସେହି ନାଁରେ ପରିଚିତ ହେବ। ତେଣୁ ପିଲାର ନାମକରଣ କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅବଶ୍ୟକ ହେଲେ ବିଦ୍ୱାନବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ କିମ୍ବା ନାମକରଣ ସଂକ୍ରାନ୍ତ ପୁସ୍ତକର ସାହାଯ୍ୟ ନିଅନ୍ତୁ।

 



from OdishaReporter https://ift.tt/2LMlhNM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages