ଚାଷୀଙ୍କୁ ଫସଲ ବୀମା: ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲେ ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 30, 2018

ଚାଷୀଙ୍କୁ ଫସଲ ବୀମା: ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲେ ଓଡିଶାର ଦୁଇ କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶାର ଚାଷୀମାନଙ୍କ ବକେୟା ରାଶି ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ସୋମବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ କେନ୍ଦ୍ର ଅର୍ଥ ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ସହ ଭେଟି ଆଲୋଚନା କରିଛନ୍ତି। ଏହି ବୈଠକରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣର ବରିଷ୍ଠ ଅଧିକାରୀ, ଫାଇନାନ୍ସିଆଲ୍ ସର୍ଭିସେସ୍‌ ବିଭାଗର ଅଧିକାରୀ ତଥା ବିଭିନ୍ନ ବୀମା କମ୍ପାନୀର ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ୱାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାର ଚାଷୀମାନଙ୍କୁ କିଛି ବୀମା ରାଶି ମିଳିବା ପ୍ରକ୍ରିୟା ଦୁଇ ତିନି ଦିନ ମଧ୍ୟରେ ଆରମ୍ଭ ହୋଇ ଯିବ। ଯେଉଁ ବୀମା ରାଶିକୁ ନେଇ ବିବାଦ ରହିଛି, ତାହାର ଶୀଘ୍ର ସମାଧାନ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଆଗାମୀ ୨୫ ଦିନ ମଧ୍ୟରେ ଏହି ରାଶି ମିଳିବ ବୋଲି ସେ କହିଛନ୍ତି।

ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ନିୟମ ଅନୁସାରେ ରାଜ୍ୟ ସରକାର ଟେଣ୍ଡର୍‌ କରି ବିଭିନ୍ନ ଇନସ୍ୟୁରାନ୍ସ କମ୍ପାନୀକୁ ଏହି କାମ ଦେଇଥାନ୍ତି। ଦୁଇଟି ରାଷ୍ଟ୍ରାୟତ କମ୍ପାନୀ ଓ ଦୁଇଟି ଘରୋଇ କମ୍ପାନୀକୁ କାମ ଦିଆ ଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କର ପ୍ରିମିୟମ ଦେଇଥିଲେ। ମାତ୍ର ଫସଲ କଟା ପରେ କିଛି ସମନ୍ୱୟ ଅଭାବରୁ ଚାଷୀ ମାନଙ୍କୁ ଫସଲ ବୀମା ମିଳି ପାରି ନାହିଁ। ଚାଷୀ ଭାଇମାନେ ଓ କୃଷକ ସଂଗଠନର ବନ୍ଧୁମାନେ ଏ ସମ୍ପର୍କରେ ଅନୁରୋଧ କରିଥିଲେ।

 



from OdishaReporter https://ift.tt/2OvDWM7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages