ପୂଜା କଲା ବେଳେ ଏସବୁ ଘଟଣା ଘଟୁଛି କି? ତା’ହେଲେ ଭଗବାନ ପ୍ରସନ୍ନ ଅଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ପୂଜା କଲା ବେଳେ ଏସବୁ ଘଟଣା ଘଟୁଛି କି? ତା’ହେଲେ ଭଗବାନ ପ୍ରସନ୍ନ ଅଛନ୍ତି

puja

ଘରେ ହେଉ ଅବା ମନ୍ଦିରରେ ପୂଜା କଲା ବେଳେ ଠାକୁରଙ୍କ ଦେହରୁ ଫୁଲ ଖସିବା ଆପଣ କେବେ ନା କେବେ ଦେଖିଥିବେ ନିଶ୍ଚୟ! ଅନେକ କହନ୍ତି ଏହା ଶୁଭ। ଭଗବାନ ଭକ୍ତ ଉପରେ ପ୍ରସନ୍ନ ଥିବା ନେଇ ଏହା ହେଉଛି ଏକ ସଙ୍କେତ। କୁହାଯାଏ, ପୂଜା କରିବା ବେଳେ ଭଗବାନ ପ୍ରସନ୍ନ ଥିବା ନେଇ ଅନେକ ସଙ୍କେତ ଦିଅନ୍ତି, କିନ୍ତୁ ଆମେ ସେଗୁଡ଼ିକୁ ଜାଣିପାରନ୍ତି ନାହିଁ। ଆସନ୍ତୁ ସେଥିମଧ୍ୟରୁ କିଛି ସଙ୍କେତ ବିଷୟରେ ଜାଣିବା ଯେଉଁଗୁଡ଼ିକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ।

– ଯଦି ଆପଣ ଭଗବାନଙ୍କ ନିକଟରେ ଜଳାଇଥିବା ଦୀପର ଶିଖା ଅଧିକ ଉପରକୁ ଉଠେ, ତା’ହେଲେ ଶୁଭ ହୋଇଥାଏ।

– ଧୂପ କାଠିରୁ ବାହାରୁଥିବା ଧୂଆଁ ଯଦି ଭଗବାନଙ୍କ ମୁହଁ ଆଡ଼କୁ ଯାଇ ଓମ୍‌ ଆକୃତି ହୁଏ, ତା’ହେଲେ ଜାଣିବେ ଭଗବାନ ସନ୍ତୁଷ୍ଟ ହୋଇ ଶୁଭ ସଙ୍କେତ ଦେଇଛନ୍ତି।

– ଅତିଥିଙ୍କୁ ଭଗବାନଙ୍କ ସ୍ୱରୂପ ବୋଲି କୁହାଯାଏ।  ପୂଜା ଓ ଆଳତି ସମୟରେ ଘରକୁ ଅତିଥି ଆସିଲେ ବହୁତ ଶୁଭ ବୋଲି କୁହାଯାଏ।  ସେଥିପାଇଁ ଘରକୁ ଆସୁଥିବା ଅତିଥିଙ୍କୁ କେବେ ତିରସ୍କାର କରନ୍ତୁ ନାହିଁ।

– ଘରେ ପୂଜାପାଠ କରିବା ସମୟରେ ଯଦି କୌଣସି ବ୍ୟକ୍ତି ଉପହାର ନେଇ ଆସନ୍ତି, ତା’ହେଲେ ଖୁବ୍ ଶୁଭ ହୋଇଥାଏ।

– ଯଦି ଘରେ ପୂଜା କରିବା ବେଳେ ବ୍ରାହ୍ମଣ କିମ୍ବା ଭିକ୍ଷୁକ ଆସନ୍ତି, ତା’ହେଲେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଙ୍କେତ।



from OdishaReporter https://ift.tt/2KNTcWF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages