ରାକ୍ଷସ ପାଲଟିଲା ବାପା; ୧୩ ଦିନର ଝିଅକୁ କୂଅରେ ଫିଙ୍ଗି ଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ରାକ୍ଷସ ପାଲଟିଲା ବାପା; ୧୩ ଦିନର ଝିଅକୁ କୂଅରେ ଫିଙ୍ଗି ଦେଲା

accused

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ରାକ୍ଷସ ପାଲଟିଗଲା ବାପା। ନିଜ ଝିଅକୁ କୂଅରେ ଫିଙ୍ଗି ଦେଲା। ପରେ ସ୍ତ୍ରୀ ଓ ପରିବାର ଲୋକଙ୍କ ଆଗରେ ନ ଜାଣିବାର ଅଭିନୟ କଲା। ଏପରିକି ଅନ୍ୟମାନଙ୍କ ସହିତ ମିଶି ଆମ୍ୱ ବଗିଚା ଓ ବାଇଗଣ ବାଡ଼ିରେ ଝିଅକୁ ଖୋଜିଲା। ଶେଷରେ ଝିଅକୁ କୁକୁର ନେଇ ଯାଇଥିବା କହି ଥାନାରେ ଅଭିଯୋଗ କଲା। ପ୍ରଥମେ ସମସ୍ତେ ତା’ କଥାକୁ ବିଶ୍ୱାସ କରି ନେଇଥିଲେ। କିନ୍ତୁ ଶେଷରେ ତା’ ମିଛ ଧରା ପଡ଼ିଗଲା। ଝିଅକୁ କୂଅରେ ଫିଙ୍ଗି ମାରିଥିବା ଅଭିଯୋଗରେ ପୋଲିସ୍ ତାକୁ ଗିରଫ କରିଛି। ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ଛାଞ୍ଚୁଣିଆ ଗାଁରେ ଘଟିଛି ଏହି ଘଟଣା।

ପୂରା ଘଟଣାଟି ଏମିତି। ଛାଞ୍ଚୁଣିଆ ଗାଁର ଦୁଃଶାସନ ସାହୁ ୨୦୧୪ ମସିହାରେ ମିତା ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ସେମାନଙ୍କ ସଂସାର ହସ ଖୁସିରେ ଚାଲିଥିଲା। ଝିଅ ଜନ୍ମ ହେବା ପରେ ମିତାଙ୍କ ଉପରେ ପଡ଼ିଲା ଚଡ଼କ। ଆରମ୍ଭ ହେଲା ନିର୍ଯାତନା। ସବୁବେଳେ ମିତାଙ୍କୁ ମାଡ଼ ମାରୁଥିଲେ ଦୁଃଶାସନ। ସତେ ଯେମିତି ଝିଅ ଜନ୍ମ କରି ମିତା ଭୁଲ୍‌ କରିଛନ୍ତି। ନିରୂପାୟ ମିତା ସ୍ୱାମୀର ସବୁ ମାଡ଼ଗାଳିକୁ ସହି ଯାଉଥିଲେ।

ମିତା ପୁଣି ଗର୍ଭବତୀ ହେଲେ। ଦୁଃଶାସନ ଭାବିଥିଲେ ଦ୍ୱିତୀୟ ସନ୍ତାନ ପୁଅ ହେବ। ହେଲେ ଏଥର ବି ଝିଅ ହେଲା।  ଏହା ପରେ ତାଙ୍କର କ୍ରୋଧର ସୀମା ରହିଲା ନାହିଁ। ଝିଅକୁ ମାରି ଦେବା ପାଇଁ ସେ ଷଡ଼ଯନ୍ତ୍ର ରଚିଲେ। ସେଥିପାଇଁ ଗତ ୫ ତାରିଖ ରାତିରେ ଶୋଇ ପାରି ନ ଥିଲା। ରାତି ସାରା ଚେଇଁ ରହି ଝିଅକୁ ମାରିବା ପାଇଁ ଯୋଜନା କରିଥିଲେ। ତହିଁ ପର ଦିନ ଅର୍ଥାତ୍ ୬ ତାରିଖ ସକାଳେ ମିତା ୧୩ ଦିନର ଶିଶୁ କନ୍ୟାକୁ ତେଲ ଲଗାଇ ବିଛଣାରେ ଶୁଆଇ ଦେଇଥିଲେ। ଦୁଃଶାସନ ମଧ୍ୟ ସେଠାରେ ଥିଲେ।  ଝିଅ ଶୋଇଗଲା ପରେ ମିତା ପୋଖରୀକୁ ଗାଧୋଇବାକୁ ଚାଲି ଗଲେ।  ଏହାର ସୁଯୋଗ ନେଇ ଦୁଃଶାସନ କୁନି ଝିଅକୁ ଜୀବନ୍ତ ଅବସ୍ଥାରେ ଘର ପଛ ପଟ କୂଅରେ ଫିଙ୍ଗି ଦେଇଥିଲେ।

କିଛି ସମୟ ପରେ ମିତା ଘରକୁ ଫେରି ଝିଅକୁ ପାଇଲେ ନାହିଁ। ବିବ୍ରତ ହୋଇ ସେ ଝିଅକୁ ଚାରିଆଡ଼େ ଖୋଜିଲେ। ଚତୁର ଦୁଃଶାସନ ସବୁ ଜାଣି ନଜାଣିବାର ଅଭିନୟ କରିଥିଲେ। ପତ୍ନୀଙ୍କ ସହିତ ମିଶି ଝିଅକୁ ଖୋଜିଥିଲେ। ଶିଶୁଟିକୁ କୁକୁର ନେଇ ଯାଇଥିବ କହି ଦୁଃଶାସନ ବାଇଗଣ ବାଡ଼ି, ଆମ୍ୱ ତୋଟା ଓ ପଡ଼ୋଶୀଙ୍କ ଘର ପଛ ପଟେ ମଧ୍ୟ ଖୋଜି ଥିଲେ। ବନ୍ଧୁ ଓ ପ୍ରିୟଜନଙ୍କୁ ଫୋନ୍‌ କରି ମଧ୍ୟ ଏ ବିଷୟରେ ଜଣାଇଥିଲେ। ପରେ ଥାନାରେ ଯାଇ ଅଭିଯୋଗ କରିଥିଲେ।

ଖମାର ଥାନା ପୋଲିସ୍ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ଗାଁରେ ପହଞ୍ଚି ଖୋଜାଖୋଜି କରିଥିଲା।  କିଛି ସମୟରେ କୁନି ଝିଅର ମୃତଦେହ ଘର ପଛ ପଟ କୂଅରୁ ମିଳିଥିଲା। ଛୁଅ ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଦୁଃଶାସନ ଉପରେ ପୋଲିସ ସନ୍ଦେହ ଘନୀଭୂତ ହୋଇଥିଲା। ତେଣୁ ତାଙ୍କୁ ଥାନାକୁ ଡାକି ଘନ ଘନ ଜେରା କରିଥିଲା। ଶେଷରେ ପୋଲିସ୍ ଆଗରେ ସବୁ କଥା ସ୍ୱୀକାର କରିଥିଲେ ଦୁଃଶାସନ। ପୋଲିସ୍‌ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

 



from OdishaReporter https://ift.tt/2NIFvWI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages