ଟିଟୋର ରହିଛି ଓଲିଉଡ୍‌ ଲିଙ୍କ୍‌; ‘ବିଶ୍ୱନାଥ’ରେ ତା’ ଟଙ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

ଟିଟୋର ରହିଛି ଓଲିଉଡ୍‌ ଲିଙ୍କ୍‌; ‘ବିଶ୍ୱନାଥ’ରେ ତା’ ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫିଟୁଛି ଗ୍ୟାଙ୍ଗଷ୍ଟର୍‌ ଟିଟୋ ଓରଫ ସୟଦ ଉସ୍‌ମାନ ଅଲ୍ଲୀର କଳା ସାମ୍ରାଜ୍ୟର ଗୁମର। କାହିଁ କେଉଁ ଆଡ଼କୁ ଲମ୍ବିଛି ତା’ର ଚେର। ରିଅଲ୍ ଇଷ୍ଟେଟ୍, ଷ୍ଟିଭେଡରିଂ, ପେଟ୍ରୋଲ ପମ୍ପ, ଗାର୍ମେଣ୍ଟ ଶୋରୁମ ପରେ ଓଲିଉଡ୍‌ ଲିଙ୍କର ପ୍ରମାଣ ମିଳିଛି। ନିମାଣାଧୀନ ଓଡ଼ିଆ ଫିଲ୍ମ ‘ବିଶ୍ୱନାଥ’ରେ ଟିଟୋର ଟଙ୍କା ଲାଗିଥିବା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (STF)କୁ ସୁରାକ ମିଳିଛି। ନିଜ ଭାଇ ଜରିଆରେ ଟିଟୋ ଟଙ୍କା ଲଗାଇଥିବା କ୍ରାଇମବ୍ରାଞ୍ଚକୁ ସୂଚନା ପାଇଛି। ସେହିଭଳି ଅନ୍ୟ ଏକ ଫିଲ୍ମରେ ଟିଟୋର ଟଙ୍କା ଲାଗିଛି କି ନାହିଁ ସେନେଇ ତଦନ୍ତ କରୁଛି STF। ଏନ୍‌କାଉଣ୍ଟର ପରେ ଟିଟୋକୁ ଏବେ ରିମାଣ୍ଡରେ ଆଣି ଜେରା କରୁଛି STF।

ଟିଟୋଙ୍କ ନାଁରେ ରାଜ୍ୟ ବାହାରେ ରହିଛି ଏକାଧିକ ହୋଟେଲ୍। ତା’ସାଙ୍ଗକୁ ଜାଗୁଆର୍‌ ଓ ଅଡି ଭଳି ଦାମୀ କାର୍ ମଧ୍ୟ ରହିଛି। ଟିଟୋର ବିଶାଳ ସମ୍ରାଜ୍ୟର ସନ୍ଧାନ ପରେ ଏବେ ୧୦୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ଆଟାଚ୍ ପାଇଁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍। ଏହାଛଡ଼ା ଟିଟୋ ନିଜ ପତ୍ନୀଙ୍କ ନାଁରେ କୋଟି କୋଟି ଟଙ୍କାର ମନି ଟ୍ରାଞ୍ଜାକ୍ସନ୍‌ କରିଥିବା ସୂଚନା ମିଳୁଛି। ତାଙ୍କ ପତ୍ନୀ ମଧ୍ୟ ବହୁ ବିଳାସପୂର୍ଣ୍ଣ କାର୍‌ର ମାଲିକାଣୀ। ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଓ ଗୋଆରେ ହୋଟେଲ ବ୍ୟବସାୟରେ ଟିଟୋ ସଂପୃକ୍ତ ଥିବା ସୂଚନା ମିଳିଥିବାରୁ ଏହି ମାମଲାରେ ଅଧିକ ଗୁମର ଫିଟାଇବାକୁ ତାକୁ ରିମାଣ୍ଡରେ ଆଣିଛି କ୍ରାଇମ୍‌ବ୍ରାଞ୍ଚ୍‌।



from OdishaReporter https://ift.tt/2NJm28f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages