ଏହି ଅଭିନେତ୍ରୀଙ୍କ ପାଇଁ ଇଶାନ୍‌ ଖଟ୍ଟରଙ୍କ ହାତରୁ ଚାଲି ଯାଇଥିଲା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ର ସିକ୍ୱେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 25, 2018

ଏହି ଅଭିନେତ୍ରୀଙ୍କ ପାଇଁ ଇଶାନ୍‌ ଖଟ୍ଟରଙ୍କ ହାତରୁ ଚାଲି ଯାଇଥିଲା ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ର ସିକ୍ୱେଲ୍‌

ishan2

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଛି ଅଭିନେତା ଇଶାନ୍‌ ଖଟ୍ଟରଙ୍କ ଫିଲ୍ମ ‘ଧଡକ୍‌’।  ଏଥିରେ ଇଶାନ୍‌ଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଛନ୍ତି। କିନ୍ତୁ ଜାଣିଛନ୍ତି କି, ଏହି ଫିଲ୍ମ ପୂର୍ବରୁ ଇଶାନ୍‌ଙ୍କୁ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ଚଳଚ୍ଚିତ୍ରର ସିକ୍ୱେଲ୍‌ରେ ଅଭିନୟ କରିବାକୁ ଅଫର୍‌ ମିଳିଥିଲା। କିନ୍ତୁ ଜଣେ ଅଭିନେତ୍ରୀଙ୍କ ପାଇଁ ତାଙ୍କୁ ଏହି ସୁଯୋଗକୁ ହାତଛଡ଼ା କରିବାକୁ ପଡ଼ିଥିଲା। ସେ ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି, ତାଙ୍କ ଏକ୍ସ- ଗର୍ଲଫ୍ରେଣ୍ଡ ତାରା ସତାରିୟା, ଯିଏକି ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ସିକ୍ୱେଲ୍‌ରେ ଲିଡ୍ ଚରିତ୍ରରେ ଅଭିନୟ କରିଛନ୍ତି।

ରିପୋର୍ଟ ମୁତାବକ, ଇଶାନ ଓ ତାରା ପରସ୍ପରକୁ ଡେଟ୍‌ କରୁଥିଲେ। କିନ୍ତୁ ଫିଲ୍ମର ସୁଟିଂ ଆରମ୍ଭ ବେଳକୁ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଯାଇଥିଲା। ସେଥିପାଇଁ ଏହି ଫିଲ୍ମର ନିର୍ମାତା କରଣ ଜୋହର ଦୁହିଁଙ୍କୁ ଅଲଗା ରଖିବାକୁ ଚାହିଁଲେ ଓ ଇଶାନ୍‌ଙ୍କୁ ଫିଲ୍ମରୁ ବାହାର କରିଦେଇଥିଲେ।

କୁହାଯାଉଛି, ଦୁହିଁଙ୍କ ବ୍ରେକ୍ଅପ୍‌ ହେବା ପୂର୍ବରୁ ଇଶାନ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ ସିକ୍ୱେଲ୍‌ର ଏକ ଆକକ୍ସନ୍‌ ସିକ୍ୱେନ୍ସ ସୁଟିଂ କରି ସାରିଥିଲେ। କିନ୍ତୁ ବ୍ରେକ୍‌ଅପ୍‌ ପାଇଁ ଦୁହିଁଙ୍କ ସଂପର୍କ ମଧ୍ୟରେ ତିକ୍ତତା ବଢ଼ିବାରୁ, କରଣ, ଇଶାନ୍‌ଙ୍କୁ ଫିଲ୍ମରେ ନ ନେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ କରଣ ଇଶାନ୍‌ଙ୍କୁ ତାଙ୍କ ଆଗାମୀ ଫିଲ୍ମ ‘ଧଡ଼କ୍‌’ରେ ନେଇଥିଲେ।

ସୂଚନାଯୋଗ୍ୟ ଯେ, ତାରା ଏବେ ଜଣାଶୁଣା ଅଭିନେତା ବିନୋଦ ମେହେରାଙ୍କ ପୁଅ ରୋହନ୍ ମେହେରାଙ୍କ ସହ ଡେଟ୍‌ କରୁଛନ୍ତି। ଅନ୍ୟପଟେ ଇଶାନ୍‌ ଓ ତାରାଙ୍କର ବ୍ରେକ୍‌ଅଫ୍‌ ହୋଇ ଯାଇଥିଲେ ବି ଶୁଣିବାକୁ ମିଳୁଛି, ତାରା ତାଙ୍କ ଆଗାମୀ ଫିଲ୍ମରେ ଇଶାନ୍‌ଙ୍କ ବଡ଼ଭାଇ ସାହିଦ୍‌ କପୁରଙ୍କ ସହ ଅଭିନୟ କରିବେ। ଏହି ଫିଲ୍ମ ସୁପରହିଟ୍ ତେଲ୍‌ଗୁ ଫିଲ୍ମ ‘ଅର୍ଜୁନ୍‌ ରେଡ୍ଡୀ’ର ହିନ୍ଦୀ ରିମେକ୍‌।



from OdishaReporter https://ift.tt/2mEBW7I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages